Posted inଜାତୀୟ

ଓଡ଼ିଶାରେ ୧୧,୯୪୦ ପୋକ୍ସୋ ମାମଲା

ନୂଆଦିଲ୍ଲୀ,୧୦ା୧୨: ପ୍ରତି ପିଲାଙ୍କୁ ନ୍ୟାୟ ପ୍ରଦାନ ଲାଗି ଦୃଢ଼ ନୀତି ପ୍ରଣୟନ କରାଯିବା ସହ ପର୍ଯ୍ୟାପ୍ତ ଅର୍ଥ ମଞ୍ଜୁର କରାଯାଉଥିବା ନେଇ କେନ୍ଦ୍ର ସରକାର ଦାବି କରିଆସୁଥିବାବେଳେ କ୍ୱଚିତ ପିଲାଙ୍କୁ ଛାଡ଼ିଦେଲେ ଲକ୍ଷ ଲକ୍ଷ ପିଲା ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଦେଶର ଫାଷ୍ଟ-ଟ୍ରାକ୍‌ ସ୍ପେଶାଲ କୋର୍ଟ (ଏଫ୍‌ଟିଏସ୍‌ସି)ଗୁଡ଼ିକରେ ଚଳିତ ବର୍ଷ ଜାନୁୟାରୀ ୩୧ ସୁଦ୍ଧା ୨.୪୩ ଲକ୍ଷରୁ ଊର୍ଦ୍ଧ୍ୱ ପୋକ୍ସୋ ମାମଲା ବିଚାର ଅପେକ୍ଷାରେ ପଡ଼ିରହିଛି। ଏକ ଏନ୍‌ଜିଓ ପକ୍ଷରୁ ପ୍ରକାଶିତ ଗବେଷଣା ସନ୍ଦର୍ଭରୁ ଏହା ଜଣାପଡ଼ିଛି। ଓଡ଼ିଶାରେ ବିଚାରାଧୀନ ଥିବା ପୋକ୍ସୋ ମାମଲା ସଂଖ୍ୟା ୧୧,୯୪୦ ଥିବାବେଳେ ଏହା ତାଲିକାର ୧୫ତମ ସ୍ଥାନରେ ରହିଛି। ତଥ୍ୟ ଅନୁଯାୟୀ ଉତ୍ତରପ୍ରଦେଶରେ ସର୍ବାଧିକ ୬୭,୧୫୩ ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍ସୋ) ମାମଲା ବିଚାର ଅପେକ୍ଷାରେ ରହିଛି। ଏହା ପଛକୁ ମହାରାଷ୍ଟ୍ରର ଫାଷ୍ଟ-ଟ୍ରାକ୍‌ କୋର୍ଟଗୁଡ଼ିକରେ ୩୩,୦୭୨ ମାମଲା ପଡ଼ିଥିବାବେଳେ ପଶ୍ଚିମବଙ୍ଗରେ ୨୨,୧୬୪, ବିହାରରେ ୧୫,୫୯୪ ମାମଲା ବିଚାରାଧୀନ ଥିବା ଉକ୍ତ ରିପୋର୍ଟରୁ ଜଣାପଡ଼ିଛି।
୨୦୨୨ରେ ସାରା ଦେଶରେ ମାତ୍ର ୩ ପ୍ରତିଶତ ପୋକ୍ସୋ ମାମଲାର ବିଚାର ଶେଷ ହୋଇଥିଲା। ଇଣ୍ଡିଆ ଚାଇଲ୍ଡ ପ୍ରୋଟେକ୍ସନ ଫଣ୍ଡ(ଆଇସିପିଏଫ୍‌) ପକ୍ଷରୁ ପ୍ରକାଶିତ ଗବେଷଣାତ୍ମକ ସନ୍ଦର୍ଭ ‘ଜଷ୍ଟିସ୍‌ ଆଓ୍ବେଟ୍‌ସ: ଆନ୍‌ ଆନାଲିସିସ୍‌ ଅଫ୍‌ ଦି ଏଫିକେସି ଅଫ୍‌ ଜଷ୍ଟିସ୍‌ ଡେଲିଭରି ମେକାନିଜମ୍‌ସ ଇନ୍‌ କେସେସ୍‌ ଅଫ୍‌ ଚାଇଲ୍ଡ ସେକ୍ସୁଆଲ୍‌ ଆବ୍ୟୁଜ୍‌ ଇନ୍‌ ଇଣ୍ଡିଆ’ରେ କୁହଯାଇଛି, ଯଦି କୌଣସି ନୂଆ ମାମଲା ତାଲିକାରେ ଯୋଡ଼ା ନ ଯାଏ ତେବେ ଏହି ସମସ୍ତ ବକେୟା ମାମଲାକୁ ଫଇସଲା କରିବା ପାଇଁ ଅନୂ୍ୟନ ୯ ବର୍ଷ ଲାଗିଯିବ।

ତେବେ ଅରୁଣାଚଳପ୍ରଦେଶ, ବିହାର ଭଳି କେତେକ ରାଜ୍ୟରେ ଏତେ ସଂଖ୍ୟାରେ ପୋକ୍ସୋ ମାମଲା ପଡ଼ିରହିଛି, ଯାହାକୁ କ୍ଲିୟର କରିବା ପାଇଁ ୨୫ ବର୍ଷରୁ ଅଧିକ ସମୟ ଲାଗିବ। ଉକ୍ତ ରିପୋର୍ଟ ଦେଶର ନ୍ୟାୟ ବ୍ୟବସ୍ଥାର ସାମର୍ଥ୍ୟ ଉପରେ ବଡ଼ ପ୍ରଶ୍ନବାଚୀ ଲଗାଇଛି।
ପୋକ୍ସୋ ମାମଲାଗୁଡ଼ିକର ବିଚାର ବିଳମ୍ବ ହେବା ପାଇଁ ୩ଟି ମୁଖ୍ୟ କାରଣ ଦାୟୀ ବୋଲି ଓଡ଼ିଶା ହାଇକୋର୍ଟର ଆଇନଜୀବୀ ସାଗର ପାଣିଗ୍ରାହୀ କହିଛନ୍ତି। ପଥମଃ କାରଣ ହେଲା ଫାଷ୍ଟ-ଟ୍ରାକ୍‌ କୋର୍ଟଗୁଡ଼ିକୁ ଅନ୍ୟାନ୍ୟ ମାମଲାଗୁଡ଼ିକର ମଧ୍ୟ ବିଚାର କରିବାକୁ ଦାୟିତ୍ୱ ଦିଆଯାଇଛି। ଦ୍ୱିତୀୟରେ ଅଧିକାଂଶ ମାମଲାରେ ଅପରାଧୀ ହେଉଛନ୍ତି ଅଭିଯୋଗ ପକ୍ଷ। ତେଣୁ ଚାର୍ଜଶିଟ୍‌ ଦାଖଲ ସମୟରେ ଆବଶ୍ୟକ ତତ୍ପରତା ପ୍ରକାଶ ପାଉନାହିଁ। ତୃତୀୟରେ କୋଭିଡ୍‌ ମହାମାରୀ ସମୟରେ ସାଇବର ସମ୍ପର୍କିତ ପୋକ୍ସୋ ମାମଲା ଯଥେଷ୍ଟ ବୃଦ୍ଧି ପାଇଥିଲା।
ଶିଶୁ ଯୌନ ଉତ୍ପୀଡ଼ନର ପୀଡ଼ିତମାନଙ୍କୁ ନ୍ୟାୟ ପ୍ରଦାନ ଲାଗି କେନ୍ଦ୍ର ସରକାର ଫାଷ୍ଟ-ଟ୍ରାକ୍‌ କୋର୍ଟ ଖୋଲିବା ଲାଗି ୨୦୧୯ରେ ଐତିହାସିକ ନିଷ୍ପତ୍ତି ନେଇଥିଲେ। ପ୍ରତି ପିଲାଙ୍କୁ ନ୍ୟାୟ ପ୍ରଦାନ ଲାଗି ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ମଞ୍ଜୁର କରିବା ସତ୍ତ୍ୱେ ସେମାନଙ୍କ ପାଇଁ ନ୍ୟାୟ ସ୍ବପ୍ନ ପାଲଟିଛି। ଗତ ଜାନୁୟାରୀ ସୁଦ୍ଧା ଅରୁଣାଚଳପ୍ରଦେଶରେ ଯେତିକି ପୋକ୍ସୋ ମାମଲା ବିଚାରାଧୀନ ରହିଛି, ସେଗୁଡ଼ିକର ବିଚାର ଶେଷ କରିବାକୁ ଅନୂ୍ୟନ ୩୦ ବର୍ଷ ଲାଗିଯିବ। ସେହିପରି ଦିଲ୍ଲୀରେ ୨୭ ବର୍ଷ, ପଶ୍ଚିମବଙ୍ଗରେ ୨୫ ବର୍ଷ, ମେଘାଳୟରେ ୨୧ ବର୍ଷ, ବିହାରରେ ୨୬ ବର୍ଷ ଏବଂ ଉତ୍ତରପ୍ରଦେଶରେ ଏଥିପାଇଁ ୨୨ ବର୍ଷ ଲାଗିବ ବୋଲି ସନ୍ଦର୍ଭରେ କୁହାଯାଇଛି। ୨୦୧୯ରେ ଫାଷ୍ଟ-ଟ୍ରାକ୍‌ କୋର୍ଟ ପ୍ରତିଷ୍ଠା ହେବା ପରେ ଅଦ୍ୟାବଧି ମୋଟ ୨,୬୮,୦୩୮ ମାମଲା ବିଚାର ପାଇଁ ଆସିଥିବାବେଳେ ସେଥିରୁ ମାତ୍ର ୮,୯୦୯ ମାମଲା ଫଇସଲା ହୋଇଛି। ଫାଷ୍ଟ-ଟ୍ରାକ୍‌ କୋର୍ଟଗୁଡ଼ିକ ୨୦୨୬ ପର୍ଯ୍ୟନ୍ତ ଜାରି ରହିବା ଲାଗି କେନ୍ଦ୍ର ନିକଟରେ ୧,୯୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଅଧ୍ୟୟନରୁ ଜଣାପଡ଼ିଛି ଯେ, ଦେଶର ପ୍ରତି ଏଫ୍‌ଟିଏସ୍‌ସିରେ ବର୍ଷକୁ ହାରାହାରି ୨୮ଟି ମାମଲା ଫଇସଲା ହେଉଛି। ଅର୍ଥାତ୍‌ ଗୋଟିଏ ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିବାରେ ପ୍ରାୟ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଆଧାରରେ ଉକ୍ତ ରିପୋର୍ଟ ପ୍ରସ୍ତୁତ ହୋଇଛି। ସୁପ୍ରିମକୋର୍ଟଙ୍କ ଏକ ରାୟ ଅନୁଯାୟୀ ବାଲ୍ୟ ବିବାହ ବଳାତ୍କାର ସହ ସମାନ। ୨୦୧୧ ଜନଗଣନା ରିପୋର୍ଟ ଅନୁଯାୟୀ ଦେଶରେ ଦିନକୁ ୪,୪୪୨ ନାବାଳିକାଙ୍କୁ ବାହା କରାଇ ଦିଆଯାଉଛି, ଅର୍ଥାତ ପ୍ରତି ମିନିଟ୍‌ରେ ୩ ନାବାଳିକା ବିବାହ କରୁଛନ୍ତି। ମାତ୍ର ୩% ମାମଲା ଫଇସଲା ହେଲେ ପ୍ରତି ପିଲାଙ୍କୁ ନ୍ୟାୟ ଦେବା ଲାଗି ଆଇନର ଉଦ୍ଦେଶ୍ୟ ସାଧିତ ହୋଇପାରିବ ନାହିଁ ବୋଲି ଆଇସିପିଏଡ୍‌ ପ୍ରତିଷ୍ଠାତା ଭୁବନ ରିଭୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ...

ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ବି ମିଳିଲା ନାହିଁ ଜାମିନ୍‌

ରାଞ୍ଚି,୨୭।୪: ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ...

ପୁଣି ଆହତ ହେଲେ ମମତା ବାନାର୍ଜୀ, ହେଲିକପ୍ଟର ଚଢ଼ିବା ବେଳେ ଗୋଡ଼ ଖସିଲା…

କୋଲକାତା,୨୭।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ଗୋଡ ଖସିଯିବା ଯୋଗୁ ସେ ପଡିଯାଇଥିଲେ ।...

‘କଂଗ୍ରେସ ମୁସଲମାନଙ୍କ ଭୋଟ୍‌ ଚାହୁଁଛି ହେଲେ ପ୍ରାର୍ଥୀ ନୁହେଁ’

ନୂଆଦିଲ୍ଲୀ,୨୭।୪: ଲୋକ ସଭା ନିର୍ବାଚନରେ କଂଗ୍ରେସ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ନ ଦେବାରୁ ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ କଂଗ୍ରେସ ନେତା ଆରିଫ...

ଧନଞ୍ଜୟ ସିଂଙ୍କୁ ଝଟକା: ଜାମିନ ମଞ୍ଜୁର, ହେଲେ ଲଢିପାରିବେନି ନିର୍ବାଚନ

ପ୍ରୟାଗରାଜ,୨୭।୪: ଆହ୍ଲାବାଦ ହାଇକୋର୍ଟ ଜୈନପୁରର ପୂର୍ବତନ ଏମପି ଧନଞ୍ଜୟ ସିଂଙ୍କ ଜାମିନକୁ ଅନୁମୋଦନ କରିଛନ୍ତି କିନ୍ତୁ ତାଙ୍କ ଦଣ୍ଡାଦେଶ ଶୁଣାଣିକୁ ମନା କରି ଦେଇଛନ୍ତି। ଏହି...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

‘ଜୟ ଶ୍ରୀରାମ’ ଲେଖି ପରୀକ୍ଷାରେ ପାସ୍‌, ମିଳିଛି ୬୦% ମାର୍କ

ଲକ୍ଷ୍ନୌ,୨୭।୪: ପରୀକ୍ଷା ଖାତାରେ କିଛି ଛାତ୍ରୀଛାତ୍ର ଗୀତ କିମ୍ବା ଫିଲ୍ମ ସମ୍ପର୍କରେ ଲେଖିଥିବା ମାମଲା ନିଶ୍ଚୟ ଶୁଣିଥିବେ। ଆଉ ଏହି ପରୀକ୍ଷା ଖାତା ଭାଇରାଲ ହେବା...

ଏଏପି ବିଧାୟକ ଅମାନତୁଲ୍ଲାଙ୍କୁ ବଡ ଆଶ୍ୱସ୍ତି, ମିଳିଲା ଜାମିନ

ନୂଆଦିଲ୍ଲୀ,୨୭।୪: ଶନିବାର (ଏପ୍ରିଲ ୨୭ରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri