ଡରାଇଚାଲିଛି କରୋନା: ଭୁବନେଶ୍ୱରରୁ ପୁଣି ୧୧୮ ପଜିଟିଭ ଚିହ୍ନଟ; ଜାଣନ୍ତୁ କେଉଁଠୁ କେତେ…‌

ଭୁବନେଶ୍ୱର, ୬।୮(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ଗୁରୁବାର ଆଉ ୧୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୭୧ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪୭ ଲୋକାଲ କେସ୍‌ ରହିଛି। ଏ ନେଇ ବିଏମ୍‌ସି ପକ୍ଷରୁ ଟୁଇଟ୍‌କରି ସୂଚନା ଦିଆଯାଇଛି। ତେବେ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ଜଣ ସ୍ବାସ୍ଥ୍ୟ ବିଭାଗର ରହିଛନ୍ତି। ଏଥିସହ ଆଜି ୯୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି।