ବେକାବୁ କରୋନା: ଆଜି ରାଜ୍ୟରେ ୧୧,୭୩୨ ପଜିଟିଭ୍‌ ଚିହ୍ନଟ; ପୁଣି ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୭୩୨ ନୂତନ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୬୫୬୯ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୫୧୬୩ ଲୋକାଲ କେସ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୧୨,୨୨୪କୁ ବୃଦ୍ଧି ପାଇଛି। ତନ୍ମଧ୍ୟରୁ ୫,୦୨,୪୫୫ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୦୭,୪୦୩ ଆକ୍ଟିଭ୍‌ କେସ୍‌ ରହିଛି।

ନୂଆ ସଂକ୍ରମିତଙ୍କ ମଧ୍ୟରେ ଅନୁଗୋଳରୁ ୭୦୦, ବାଲେଶ୍ୱରରୁ ୪୭୨, ବରଗଡ଼ରୁ ୩୬୩, ଭଦ୍ରକରୁ ୪୧୪, ବଲାଙ୍ଗୀରରୁ ୪୦୧, ବୌଦ୍ଧରୁ ୨୭୭, କଟକରୁ ୮୭୦, ଦେବଗଡ଼ରୁ ୧୨୯, ଢେଙ୍କାନାଳରୁ ୧୫୩, ଗଜପତିରୁ ୭୭, ଗଞ୍ଜାମରୁ ୨୫୯, ଜଗତସିଂହପୁରରୁ ୩୩୦, ଯାଜପୁରରୁ ୩୮୩, ଝାରସୁଗୁଡ଼ାରୁ ୩୯୧, କଳାହାଣ୍ଡିରୁ ୨୭୪, କନ୍ଧମାଳରୁ ୮୪, କେନ୍ଦ୍ରାପଡ଼ାରୁ ୧୩୯, କେନ୍ଦ୍ରାପଡ଼ାରୁ ୧୩୯, କେନ୍ଦୁଝରରୁ ୨୨୦, ଖୋର୍ଦ୍ଧାରୁ ୧୭୧୦, କୋରାପୁଟରୁ ୨୮୯, ମାଲକାନଗିରିରୁ ୧୪୫, ମୟୂରଭଞ୍ଜରୁ ୪୧୮, ନବରଙ୍ଗପୁରରୁ ୪୧୭, ନୟାଗଡ଼ରୁ ୨୬୧, ନୂଆପଡ଼ାରୁ ୨୨୦, ପୁରୀରୁ ୩୯୦, ରାୟଗଡ଼ାରୁ ୨୪୫, ସମ୍ବଲପୁରରୁ ୫୩୮, ସୋନପୁରରୁ ୨୫୫, ସୁନ୍ଦରଗଡ଼ରୁ ୬୪୧, ଷ୍ଟେଟ ପୁଲରୁ ୨୬୯ ରହିଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।