୧୧,୫୦୦ ବିମାନ ଉଡ଼ାଣ ବାତିଲ, ଯାତ୍ରୀ ହଟହଟା…

ନ୍ୟୁୟର୍କ, ୨୮।୧୨: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ସଙ୍କଟ ଦେଖାଦେଇଛି। ଦ୍ରୁତବେଗରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତି ପୁଣି ଆଣାୟତ୍ତ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବାତିଲ କରିଛନ୍ତି। ଫଳରେ ଯାତ୍ରୀମାନେ ହଟହଟା ହେଉଛନ୍ତି। କେତେକ ଯାତ୍ରୀ ବିଭିନ୍ନ ଦେଶରେ ଅଟକି ରହିଛନ୍ତି। ଇତିମଧ୍ୟରେ ପୃଥିବୀରେ ମୋଟ ୧୧.୫୦୦ ବିମାନର ଉଡ଼ାଣ ଉପରେ କଟକଣା ଜାରି ହୋଇଛି।

ଓମିକ୍ରନ୍‌ ଯୋଗୁ କେତେକ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯିବାରୁ ସେମାନଙ୍କର ଅର୍ଥବ୍ୟବସ୍ଥା ପ୍ରଭାବିତ ହେବାରେ ଲାଗିଛି। ଆମେରିକା ଏବଂ ବହୁ ୟୁରୋପୀୟ ଦେଶରେ ସ୍ଥିତି ସଙ୍କଟ ଜନକ ରହିଛି। ଟିକାକରଣ, ଟେଷ୍ଟିଂ ଏବଂ କରୋନା ମାର୍ଗଦର୍ଶିକା ପାଳନ ଲାଗି କଡ଼ା କଟକଣା ଜାରି ହୋଇଛି।

Share