ଦିନେ ବଢ଼ୁଛି ଦିନେ କମୁଛି: ରାଜ୍ୟରେ ପୁଣି ୧୧,୧୦୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜ୍ୟରେ ଶୁକବ୍ରାର କରୋନା ମିଟର ଉପରମୁହାଁ ହୋଇଥିବା ବେଳେ ଶନିବାର ଏଥିରେ ସାମାନ୍ୟ ହ୍ରାସ ଘଟିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୧,୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬,୨୧୯ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୪,୮୮୯ ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୪୫୧, କଟକରୁ ୯୪୪, ଅନୁଗୋଳରୁ ୮୬୪ ଓ ସୁନ୍ଦରଗଡ଼ରୁ ୭୦୮ଜଣ ରହିଛନ୍ତି। ସେହିପରି ବାଲେଶ୍ୱରରୁ ୫୦୯, ବରଗଡ଼ ୩୩୯, ଭଦ୍ରକ ୪୮୯, ବଲାଙ୍ଗୀର ୨୯୮, ବୌଦ୍ଧ ୨୭୩, ଦେବଗଡ଼ ୧୨୫, ଢ଼େଙ୍କାନାଳ ୧୩୧, ଗଜପତି୧୫୭, ଗଞ୍ଜାମ ୨୧୪, ଜଗତସିଂହପୁର ୩୧୮, ଯାଜପୁର ୩୯୬, ଝାରସୁଗୁଡ଼ା ୧୧୩, କଳାହାଣ୍ଡି ୩୯, କନ୍ଧମାଳ ୧୩୨, କେନ୍ଦ୍ରାପଡ଼ା ୧୫୦, କେନ୍ଦୁଝର ୧୬୯, କୋରାପୁଟ ୨୫୧, ମାଲକାନଗିରି ୧୦୦, ମୟୁରଭଞ୍ଜ ୬୩୫, ନବରଙ୍ଗପୁର ୩୫୭, ନୟାଗଡ଼ ୩୩୨, ନୂଆପଡ଼ା ୧୧୪, ପୁରୀ ୪୭୩, ରାୟଗଡ଼ା ୨୦୯, ସମ୍ବଲପୁର ୩୮୪, ସୋନପୁର ୧୮୦ ଓ ଷ୍ଟେଟ ପୁଲରୁ ୨୫୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୭୯,୫୩୦ରେ ପହଞ୍ଚିଛି। ସେଥିମଧ୍ୟରୁ ୫,୬୭,୩୮୨ଜଣ ସୁସ୍ଥ ହୋଇଥିବା ବେଳେ ୧,୦୯,୬୩୯ ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।