କମୁନି ସଂକ୍ରମଣ: ରାଜ୍ୟରେ ଆଜି ୧୧,୦୯୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ବୁଧବାର ରାଜ୍ୟରେ ୧୧,୦୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୨୧୪ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲେ। ବାକି ୪୮୮୫ଟି ହେଉଛି ଲୋକାଲ କେସ। ଆଜି ଖେର୍ଦ୍ଧା ଜିଲାରୁ ସର୍ବାଧିକ ୧୪୬୦ ଜଣ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରୁ ୯୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ଜିଲାରୁ ୨୪ ଘଣ୍ଟା ମଧ୍ୟରେ ୮୬୭ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୫୫୨, ସମ୍ବଲପୁର ୫୪୭, ମୟୂରଭଞ୍ଜରୁ ୫୦୭, ବରଗଡ଼ରୁ ୩୩୯, ଝାରସୁଗୁଡ଼ାରୁ ୩୦୭, ନୟାଗଡ଼ ୨୭୭, ପୁରୀରୁ ୩୫୬, ନୂଆପଡ଼ାରୁ ୨୩୨ ଜଣ, ଯାଜପୁରରୁ ୩୭୮, ଜଗତସିଂହପୁରରୁ ୩୦୨, କଳାହାଣ୍ଡିରୁ ୨୯୯, ଗଞ୍ଜାମରୁ ୧୯୬, ବୌଦ୍ଧରୁ ୨୧୩, ଢେଙ୍କାନାଳରୁ ୧୬୨, ଭଦ୍ରକରୁ ୪୩୧, ବଲାଙ୍ଗୀରରୁ ୨୮୮, ସୁବର୍ଣ୍ଣପୁରରୁ ୨୫୨, କେନ୍ଦ୍ରାପଡା ୧୫୬, କେନ୍ଦୁଝରରୁ ୧୬୫, କୋରାପୁଟରୁ ୨୮୦, ରାୟଗଡା ୧୭୦, ଦେବଗଡ ୧୦୭, ଗଜପତିରୁ ୮୨, କନ୍ଧମାଳରୁ ୬୬, ମାଲକାନଗିରିରୁ ୧୦୨କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲ୍‌ରୁ ୨୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୪ ହଜାର ୪୦୧କୁ ବୃଦ୍ଧି ପାଇଛି। ଆକ୍ଟିଭ ୧ ଲକ୍ଷ ୫୩ ହଜାର ୭୫ ଜଣ ଥିବା ବେଳେ ସୁସ୍ଥ ହେଲେଣି ୫ ଲକ୍ଷ ୬୫ ହଜାର ୯୫ ଜଣ। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।