୧୧୦୬ ସ୍କୁଲରେ ଝୁଲିବ ତାଲା

ବାରିପଦା ଅଫିସ,୨୨ା୧୦-ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ଜିଲାମାନଙ୍କରେ ୨୦ରୁ କମ୍‌ ପିଲା ଥିବା ପ୍ରାଥମିକ ଓ ୨୫ରୁ କମ୍‌ ଛାତ୍ରୀଛାତ୍ର ଥିବା ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକ ବନ୍ଦ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହା କାର୍ଯ୍ୟକାରୀ ହେଲେ ମୟୂରଭଞ୍ଜ ଜିଲାରେ ଥିବା ୧୧୦୬ ସ୍କୁଲରେ ତାଲା ଝୁଲିବ ବୋଲି ବିଭାଗର ଚିଠି ନଂ. ୫୫୩୮/୧୧ା୩ା୨୦ରୁ ଜଣାପଡ଼ିଛି। ଛାତ୍ରୀଛାତ୍ରଙ୍କ ସଂଖ୍ୟା ବୃଦ୍ଧି ପାଇଁ ସ୍କୁଲର ଭିତିଭୂମି ସହିତ ଉତ୍ତମ ପାଠ୍ୟକରଣ ମାଧ୍ୟମରେ ଶିକ୍ଷାଦାନ ଦିଗରେ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ ରହିଛି। ବନ୍ଦ ହେବାକୁ ଥିବା ସ୍କୁଲର କୋଠାବାଡ଼ି ଓ ଭିତ୍ତିଭୂମିଗୁଡ଼ିକ ପ୍ରାଥମିକସ୍ତରରେ ବ୍ଲକ ଶିକ୍ଷାଧିକାରୀ ଓ ଜିଲା ଶିକ୍ଷାଧିକାରୀଙ୍କୁ ହସ୍ତାନ୍ତର ହେବା ପରେ ପର୍ଯ୍ୟାୟ କ୍ରମେ ଏହା ପଞ୍ଚାୟତିରାଜ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।
ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ମୟୂରଭଞ୍ଜ ଜିଲାର ୨୬ଟି ବ୍ଲକରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲ ମିଶି ୪୦୨୫ଟି ସ୍କୁଲ ରହିଛି। ଏଥିରେ ମୋଟ ୩ଲକ୍ଷ ୧୯ହଜାର ୪୬୫ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ୧୫ହଜାର ୪୯୬ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ୨୬୯୧ଟି ପ୍ରାଥମିକ ସ୍କୁଲରେ ୧ଲକ୍ଷ ୪ହଜାର ୪୫୧ ଜଣ,୧୦୧୪ଟି ଉଚ୍ଚ ପ୍ରାଥମିକ ସ୍କୁଲରେ ୧ଲକ୍ଷ ୨୮ହଜାର ୨୩୬ ଓ ୩୨୦ଟି ହାଇସ୍କୁଲରେ ୮୬ହଜାର ୭୭୮ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ୨୦ରୁ କମ୍‌ ଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ହାଇସ୍କୁଲ ଏବଂ ଏକ କି.ମି ମଧ୍ୟରେ ଥିବା ସ୍କୁଲରେ ୨୫ରୁ କମ୍‌ ଥିବା ସ୍କୁଲଗୁଡ଼ିକୁ ନିକଟସ୍ଥ ସ୍କୁଲ ସହିତ ମିଶ୍ରଣ କରିବା ପାଇଁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଚିଠି ନଂ ୫୪୬୫ରେ ଜିଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଥିଲା।
ଏହାକୁ ଆଧାର କରି ଜିଲା ଶିକ୍ଷାଧିକାରୀଙ୍କ ରିପୋର୍ଟକୁ ନେଇ ଜିଲାରେ ୨୦ରୁ କମ୍‌ ଥିବା ୪୮୬ ଓ ୨୫ରୁ କମ୍‌ ଥିବା ୪୪୮ ପ୍ରାଥମିକ ସ୍କୁଲ ଏବଂ ୧୭୨ଟି ଉଚ୍ଚ ପ୍ରାଥମିକ ସ୍କୁଲର ଉପସ୍ଥାନ କମ୍‌ ରହିଛି ବୋଲି ରାଜ୍ୟ ସ୍କୁଲ ଓ ଗଣ ଶିକ୍ଷା ବିଭାଗକୁ ତଥ୍ୟ ପ୍ରଦାନ କରାଯାଇଥିଲା ା ସ୍କୁଲ ପରିବେଶର ଉନ୍ନତିକରଣ ସହିତ ଫଳାଫଳକୁ ଉନ୍ନତ କରିବା, ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ଅନୁପାତକୁ ବୃଦ୍ଧି କରିବା, ଉତ୍ତମ ଭିତ୍ତିଭୂମି ଯୋଗାଇ ଦେବା ସହିତ ପାଠ୍ୟ ଉପରକରଣ ମାଧ୍ୟମରେ ଶିକ୍ଷାଦାନ କରିବା,ଇ-ଶିକ୍ଷା ଏବଂ ସହ-ପାଠ୍ୟକ୍ରମ ସୁବିଧା ବ୍ୟବସ୍ଥା ଇତ୍ୟାଦି ଦିଗପ୍ରତି ପଦକ୍ଷେପ ଗ୍ରହଣ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ତେବେ ଆଦିବାସୀ ଅଧ୍ୟୁଷିତ ଏହି ଜିଲାର ବିଭିନ୍ନ ସ୍ଥାନରେ ମୋବାଇଲର ବ୍ୟବହାର ହୋଇପାରୁ ନ ଥିବା ବେଳେ ଛାତ୍ରୀଛାତ୍ରମାନେ କିପରି ଇ-ଶିକ୍ଷାକୁ ଗ୍ରହଣ କରିବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରତି ୨୫ଜଣ ପିଲା ସଂଖ୍ୟାରେ ଜଣେ ଲେଖାଏ ଶିକ୍ଷକ ରହିବାର ନିୟମ କରାଯାଇଛି। ପିଲା ସଂଖ୍ୟା ଅନୁପାତରେ ହିସାବକୁ ନେଲେ ଜିଲାରେ ୪୮୪୮ ଶିକ୍ଷକ ଅଧିକ ରହୁଛନ୍ତି। ବେସରକାରୀ ସ୍କୁଲଗୁଡ଼ିକରେ ପିଲା ସଂଖ୍ୟା ବଢ଼ୁଥିବା ବେଳେ ସରକାରୀ ସ୍କୁଲରେ ସଂଖ୍ୟା କମିବାରେ ଲାଗିଛି। ଏପରି ଚାଲିଲେ ବଳକା ରହୁଥିବା ଶିକ୍ଷକମାନଙ୍କ ପାଇଁ ପିଲାର ଆବଶ୍ୟକ ପଡ଼ିପାରେ ବୋଲି ଜଣାପଡୁଛି। ଏଭଳି ବ୍ୟବସ୍ଥା ଦ୍ୱାରା ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଶିକ୍ଷକ ନିଯୁକ୍ତିର ଆବଶ୍ୟକତା ପଡ଼ିବ ନାହିଁ ବୋଲି କୁହାଯାଉଛି। ଫଳରେ ସରକାରୀ ତାଲିମପ୍ରାପ୍ତ (ସିଟି) ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତି କରିବା ସହ ବୟସ ବୃଦ୍ଧି କାରଣରୁ ସେମାନେ ଶିକ୍ଷକକତାରୁ ବଞ୍ଚିତ ହେବେ ବୋଲି ଆଶଙ୍କା କରାଯାଉଛି। ଅନ୍ୟପକ୍ଷେ ସରକାରଙ୍କ ପକ୍ଷରୁ ତାଲିମ, ସ୍କୁଲର ଭିତ୍ତଭୂମି, ଶିକ୍ଷା ବ୍ୟବସ୍ଥା ଓ ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଥିଲେ ମଧ୍ୟ ସରକାରୀ ଶିକ୍ଷାକୁ ଅଭିଭାବକମାନେ ଗୁରୁତ୍ୱ ଦେଉନାହାନ୍ତି। ଫଳରେ ସରକାରୀ ସ୍କୁଲରେ ଛାତ୍ରୀଛାତ୍ର ସଂଖ୍ୟା କମିବାରେ ଲାଗିଛି।
ଶିକ୍ଷା ବ୍ୟବସ୍ଥାକୁ ଉନ୍ନତମାନର କରା ନ ଗଲେ ଆଗାମୀ ଦିନରେ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଘରୋଇକରଣ ହୋଇଯିବ ବୋଲି ବାରିପଦା ଅଞ୍ଚଳର ଅଭିଭାବକ ମାନସ କୁମାର ଜେନା, ରାମାନନ୍ଦ ଗୋସ୍ବାମୀ, ପ୍ରସନ୍ନ କୁମାର ମହାପାତ୍ର, ବଡ଼ସାହି ଅଞ୍ଚଳର ରସାନନ୍ଦ ବଳା, ରଞ୍ଜିତ କୁମାର ଜେନା ପ୍ରମୁଖ ତାଙ୍କ ମତାମତରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri