ପ୍ରିମିୟମ ଗୃହଋଣରେ ଏସ୍‌ବିଆଇର ରିହାତି

ମୁମ୍ବାଇ: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ପ୍ରିମିୟମ ହୋମ୍‌ଲୋନ୍‌ କ୍ଷେତ୍ରରେ ରିହାତି ସମ୍ପର୍କରେ ଘୋଷଣା କରାଯାଇଛି। ଏହି ବର୍ଗରେ ବ୍ୟାଙ୍କ ପକ୍ଷରୁ ୨୫ବେସିସ୍‌ ପଏଣ୍ଟ ପର୍ଯ୍ୟନ୍ତ ରିହାତି ଲୋକଙ୍କୁ ମିଳିପାରିବ। ୭୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଋଣ ଉପରେ ଏହା ଲାଗୁ ହେବ। ଏଥିଲାଗି ବ୍ୟାଙ୍କର ଡିଜିଟାଲ ପ୍ଲାଟ୍‌ଫର୍ମ ୟୁନୋରେ ଆବେଦନ କରିବାକୁ ପଡିବ। ଗ୍ରାହକଙ୍କର ସିବିଲ ସ୍କୋର ଉନ୍ନତ ରହିଥିବା ଆବଶ୍ୟକ। ନିକଟରେ ବ୍ୟାଙ୍କ ପକ୍ଷରୁ ପାର୍ବଣ ଅଫର ଘୋଷଣା କରାଯାଇଥିଲା। ଏଥିରେ କ୍ରେଡିଟ ସ୍କୋର ଭିତ୍ତିକ ରିହାତି ସୁବିଧାକୁ ୨୦ ବେସିସ୍‌ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ୧୦ ବେସିସ୍‌ ପଏଣ୍ଟ ରହିଥିଲା। ୩୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଏବଂ ୨ କୋଟି ମଧ୍ୟରେ ଋଣ ପାଇଁ ଏହା ଲାଗୁ ହେବ ବୋଲି କୁହାଯାଇଛି। ୮ ମେଟ୍ରୋ ସହରରେ ୩ କୋଟି ଟଙ୍କା ପର୍ଯ୍ୟନ୍ତ ହୋମ୍‌ ଲୋନ୍‌ରେ ଏଭଳି ରିହାତି ଲାଗୁ ହେବ। ୟୁନୋ ସହାୟତାରେ ଆବେଦନ କଲେ ଅତିରିକ୍ତ ୫ ବେସିସ୍‌ ପଏଣ୍ଟ ରିହାତି ମିଳିପାରିବ। ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ବ୍ୟାଙ୍କ ୬.୯୦ ପର୍ଯ୍ୟନ୍ତ ସୁଧହାର ରଖିଛି। ୩୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଋଣ ଉପରେ ୭ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସୁଧ ଲାଗୁ ହେଉଛି। ଏଭଳି ବିଭିନ୍ନ ପଦକ୍ଷେପ ଦ୍ୱାରା ଗ୍ରାହକ ଲାଭବାନ ହୋଇପାରିବେ ବୋଲି ଆଶା ରହିଥିବା ବ୍ୟାଙ୍କର ଏମ୍‌ଡି ସି.ଏସ୍‌.ସେଟ୍ଟୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓପିଟିସିଏଲ୍‌କୁ ସିବିଆଇପି ପୁରସ୍କାର

ଭୁବନେଶ୍ୱର,୫।୩: ରାଜ୍ୟର ପ୍ରମୁଖ ସରକାରୀ ଉଦ୍ୟୋଗ ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌)ର କାର୍ଯ୍ୟଦକ୍ଷତାକୁ ଜାତୀୟ ସ୍ତରରେ ସ୍ବୀକୃତି ସାଙ୍ଗକୁ ସମ୍ମାନ ଦିଆଯାଇଛି।...

ଡିସେମ୍ବର ପହିଲାରୁ ହେବାକୁ ଯାଉଛି ଏସବୁ ପରିବର୍ତ୍ତନ: ଜାଣନ୍ତୁ ଆପଣଙ୍କ ଉପରେ ପଡ଼ିବ କି ପ୍ରଭାବ..

ନୂଆଦିଲ୍ଲୀ,୨୯।୧୧: ବର୍ଷର ଶେଷ ମାସ ଅର୍ଥାତ ଡିସେମ୍ବରରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଏଲ୍‌ପିଜି ଗ୍ୟାସ ସିଲିଣ୍ଡରଠାରୁ ଆରମ୍ଭ କରି ଅନ୍‌ଲାଇନ୍‌ ଟ୍ରାନ୍ଜାକ୍ସନ ଉପରେ ଏହି...

ଜନା ଏସ୍‌ଏଫ୍‌ବିର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୧୮।୫: ଦେଶର ପ୍ରମୁଖ ଘରୋଇ ଆର୍ଥିକ ପ୍ରତିଷ୍ଠାନ ଜନା ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ(ଏସ୍‌ଏଫ୍‌ବି)ର ଓଡ଼ିଶା କ୍ଷେତ୍ରରେ ନୂତନ ଶାଖାର ଶୁଭାରମ୍ଭ କରାଯାଇଛି। ଏପରିକି ବୁଧବାର ବ୍ୟାଙ୍କର...

ଓଡ଼ିଶାରେ ଗ୍ରାହକଙ୍କ କ୍ରୟଶକ୍ତି ବେଶ୍‌ ଉନ୍ନତ: ସଞ୍ଜୟ ଲୋହିଆ

ବ୍ରାଣ୍ଡେଡ୍‌ ଜୋତାର ସୁପର ଷ୍ଟକିଷ୍ଟ ଭାବେ ଭୁବନେଶ୍ୱରର ରାମ୍‌ଜୀ ଏଣ୍ଟରପ୍ରାଇଜେସ ଡିଲର ଏବଂ ଡିଷ୍ଟ୍ରିବ୍ୟୁଟର୍ସଙ୍କ କ୍ଷେତ୍ରରେ ବେଶ୍‌ ଜଣାଶୁଣା। ଶୁ’ର ବିଭିନ୍ନ ବ୍ରାଣ୍ଡ ଯୋଗାଣ ଦିଗରେ...

ଘରୋଇ ପେସାଦାରଙ୍କ ହାତରେ ରହିବ ରେଲଓ୍ବେର ପ୍ରଚାର ଅଭିଯାନ

ନୂଆଦିଲ୍ଲୀ,୧୭-୬: ଭାରତୀୟ ରେଲଓ୍ବେର ପ୍ରଚାର ଅଭିଯାନ(ପବ୍ଲିସିଟି କ୍ୟାମ୍ପେନ)ର ନୂଆ କଳେବର ହେବାକୁ ଯାଉଛି। ଏଥିଲାଗି ୧୭ ଘରୋଇ ପେସାଦାରଙ୍କୁ ନିଯୁକ୍ତ କରାଯିବ। ପ୍ରତି ଜୋନ୍‌ ଲାଗି...

ଶସ୍ତା ହେଲା ଗ୍ୟାସ ସିଲିଣ୍ଡର…

ନୂଆଦିଲ୍ଲୀ, ୧।୬ : ଦେଶରେ ଦର ଦାମ ବୃଦ୍ଧି ଯୋଗୁ ସଙ୍କଟ ସୃଷ୍ଟି ହୋଇଥିବାବେଳେ ଲୋକଙ୍କ ପାଇଁ ଖୁସି ଖବର ଆସିଛି। ଏଲପିଜି ସିଲିଣ୍ଡରର ଦାମ୍‌ରେ...

ଆଜିଠାରୁ ପିଏନ୍‌ବିର ସପିଙ୍ଗ ଫେଷ୍ଟିଭାଲ

ଭୁବନେଶ୍ୱର,୧।୫: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନବି)ର ପିଏନ୍‌ବି ଓ୍ବାନ୍‌ ଆପ୍‌ ଜରିଆରେ ଏକ ସ୍ବତନ୍ତ୍ର ମେଳା ‘ପିଏନବି ସପିଙ୍ଗ ଫେଷ୍ଟିଭ ଓ୍ବାନ୍‌’ର ଆୟୋଜନ କରାଯାଉଛି। ଏହି...

ୟୁବିଓଆଇ ଓ କାର୍‌ ଡିଲରଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ

ଭୁବନେଶ୍ୱର,୨୦ା୧୦: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଓଆଇ) ଓ କାର୍‌ ଡିଲରମାନଙ୍କ ମଧ୍ୟରେ ଏକ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର...

Advertisement
Archives

Model This Week