Posted inଜାତୀୟ

୧୧୦.୮୩ କୋଟିର ଦୁର୍ନୀତି ଧରିଲେ ଏଜି

ଭୋପାଳ,୫।୯: ମଧ୍ୟପ୍ରଦେଶରେ ମହିଳା ଓ ଶିଶୁଙ୍କ ପୋଷଣ ଯୋଜନାରେ ବ୍ୟାପକ ଦୁର୍ନୀତି ପଦାକୁ ଆସିଛି। ୧୧୦.୮୩ କୋଟି ଟଙ୍କାର ଖାଦ୍ୟଶସ୍ୟ ବଣ୍ଟନ ସମ୍ପର୍କରେ ଭୁଲ୍‌ ତଥ୍ୟ ଦିଆଯାଇଥିବା ରାଜ୍ୟ ଆକାଉଣ୍ଟାଣ୍ଟ ଜେନେରାଲ (ଏଜି) ଅଡିଟ୍‌ରୁ ଧରାପଡ଼ିଛି। ୨୦୨୦ରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧୀନରେ ମହିଳା ଓ ଶିଶୁ ବିକାଶ ବିଭାଗ ରହିଥିବାରୁ ଏହି ଦୁର୍ନୀତି ପାଇଁ ତାଙ୍କ ଉପରକୁ ଅଙ୍ଗୁଳି ଉଠିଛି। ଏଜି ଦାଖଲ କରିଥିବା ୩୬ ପୃଷ୍ଠାର ରିପୋର୍ଟରେ ହିତାଧିକାରୀ ଚୟନ, ଖାଦ୍ୟ ସାମଗ୍ରୀ ଉତ୍ପାଦନ, ବଣ୍ଟନ ଓ ମାନ ନିର୍ଦ୍ଧାରଣରେ ବ୍ୟାପକ ଜାଲିଆତି ହୋଇଥିବା ଦର୍ଶାଯାଇଛି। ୨୦୨୧ରେ ଟେକ୍‌ ହୋମ୍‌ ରାଶନ ଯୋଜନାରେ ୨୪% ହିତାଧିକାରୀଙ୍କ ଯାଞ୍ଚ ପରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ୪୯.୫୮ ଲକ୍ଷ ପଞ୍ଜୀକୃତ ଶିଶୁ ଓ ମହିଳାଙ୍କୁ ପୌଷ୍ଟିକ ଖାଦ୍ୟ ଯୋଗାଇବା ପାଇଁ ଏହି ଯୋଜନା ଆରମ୍ଭ ହୋଇଥିଲା। ସେଥିରେ ୬ ମାସରୁ ୩ ବର୍ଷ ବୟସର ୩୪.୬୯ ଲକ୍ଷ ଶିଶୁ ଥିବାବେଳେ ୧୪.୨୫ ଲକ୍ଷ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ଏବଂ ୦.୬୪ ଲକ୍ଷ କିଶୋରୀ ଥିଲେ। ତେବେ ପ୍ରାୟ ୧୨ ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନାରେ ଦର୍ଶାଯାଇଥିବା ଅଡିଟର ଜାଣିବାକୁ ପାଇଛନ୍ତି। ଖାଦ୍ୟଶସ୍ୟ ଯୋଗାଉଥିବା ୬ଟି ଉତ୍ପାଦନ ଶିଳ୍ପ ଟ୍ରକ୍‌ ଜରିଆରେ ୧,୧୨୫.୬୪ ମେଟ୍ରିକ ଟନ୍‌ ରାଶନ ପରିବହନ କରିଛନ୍ତି ଓ ଏଥିରେ ୬.୯୪ କୋଟି ଟଙ୍କା ବ୍ୟୟ ହୋଇଥିବା ଦର୍ଶାଯାଇଛି। କିନ୍ତୁ ପଞ୍ଜୀକୃତ ନମ୍ବର ଟ୍ରକ୍‌ ପରିବର୍ତ୍ତେ ମୋଟରସାଇକେଲ, କାର, ଅଟୋ ଏବଂ ଟ୍ୟାଙ୍କରର ବୋଲି ପରିବହନ ବିଭାଗରେ ଯାଞ୍ଚରୁ ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମହିଳା ଓ ଶିଶୁ ବିକାଶ ବିଭାଗ ରାଶନ ପାଇଁ ଯୋଗ୍ୟ ସ୍କୁଲ୍‌ ଛାତ୍ରୀଙ୍କ ସର୍ଭେ ୨୦୨୧ ଫେବୃୟାରୀ ସୁଦ୍ଧା ସମ୍ପୂର୍ଣ୍ଣ କରିନାହିଁ। ୨୦୧୮-୧୯ରେ ୯,୦୦୦ ଛାତ୍ରୀ ଅଧାରୁ ପାଠ ଛାଡ଼ିଥିବା ସ୍କୁଲ ଶିକ୍ଷା ବିଭାଗ ଆକଳନ କରିଥିବାବେଳେ ମହିଳା ଓ ଶିଶୁ ବିକାଶ ବିଭାଗ ବିନା ସର୍ଭେରେ ଏହାକୁ ୩୬.୦୮ ଲକ୍ଷ ଦର୍ଶାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri