କୋମ୍ବିଂ ଅପରେଶନ ବେଳେ ୧୧ ସନ୍ଦିଗ୍ଧ ଅଟକ

ବାଲିଗୁଡ଼ା, ୧୯।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଧୀନ କୋଟଗଡ଼ ବ୍ଲକ ହରିପୁର ନିକଟସ୍ଥ ବୁଢ଼ା ପାହାଡ଼ରେ କୋଟଗଡ଼ ସିଆର୍‌ପିଏଫ୍‌ ବାଟାଲିୟନର ଯବାନମାନେ କୋମ୍ବିଂ ଅପରେଶନ ବେଳେ ୧୧ଜଣ ସନ୍ଦିଗ୍ଧଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ଯବାନମାନେ ତାଙ୍କଠାରୁ ୪ଟି ଦେଶୀ ବନ୍ଧୁକ, ୩ ଟାଙ୍ଗିଆ, ଗୋଟିଏ କଟୁରି, ରଞ୍ଜକ, ହେଡ୍‌ଲାଇଟ, ଥଳି ଓ ୨ଟି ମୋବାଇଲ ଫୋନ୍‌ ଜବତ କରିଛନ୍ତି।

ସିଆର୍‌ପିଏଫ୍‌ ଯବାନଙ୍କ ସୂଚନା ମୁତାବକ, ଯବାନଙ୍କ ଦୈନିକ ରୁଟିନ ଅନୁଯାୟୀ ମାଦାଗୁଡ଼ା ପଞ୍ଚାୟତର ଜରିଘାଟି ଗାଁ ନିକଟରେ କୋମ୍ବିଂ ଅପରେଶନ କରାଯାଉଥିଲା। ସେତିକିବେଳେ କେତେଜଣ ସନ୍ଦିଗ୍ଧ ବ୍ୟକ୍ତି ତାଙ୍କୁ ଦେଖି ଦୌଡ଼ି ପଳାଇଯିବାକୁ ଉଦ୍ୟମ କରିବା ବେଳେ ଯବାନମାନେ ତାଙ୍କୁ ଗୋଡ଼ାଇ କାବୁ କରିଥିଲେ। ଏପରି କି ତାଙ୍କଠାରୁ ବନ୍ଧୁକ, ମାରଣାସ୍ତ୍ର ଆଦି ବିଭିନ୍ନ ସାମଗ୍ରୀ ଜବତ କରିଥିଲେ। ଏହା ଏକ ମାଓବାଦୀ ଅଞ୍ଚଳ ହୋଇଥିବା ବେଳେ ଅଟକ ବ୍ୟକ୍ତିଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି। ଏପରି କି ମାରଣାସ୍ତ୍ର ଜବତ ହେବା ପରେ ମାଓବାଦୀଙ୍କ ସହ ସେମାନଙ୍କ ଲିଙ୍କ୍‌ ରହିଛି ନା ନାହିଁ ସେ ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି।