କଟକରେ ବଢ଼ୁଛି କରୋନା କାୟା: ଚିହ୍ନଟ ହେଲେ ନୂଆ ୧୧ ଆକ୍ରାନ୍ତ

କଟକ ଅଫିସ,୯।୭: କଟକ ସହରରେ ଶୁକ୍ରବାର ୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ କେସ୍‌, ୪ ହୋମ୍‌ କ୍ୱାରାଣ୍ଟାଇନ୍‌, ୩ ଲୋକାଲ୍‌ କେସ୍‌ ରହିଛି। ଫଳରେ ସହରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧୩ରେ ପହଞ୍ଚିଛି। ସେଥିରୁ ୩୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୭୯ ଆକ୍ଟିଭ୍‌ କେସ୍‌ ରହିଛି। ୨ଜଣଙ୍କ ମୃତ୍ୟୁ ଘଟିଛି।

୪ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ କେସ୍‌ ମଧ୍ୟରେ ୨ଜଣ ଏସ୍‌ସିବି ଆଇସୋଲେଶନ ଓ୍ବାଡର(୩୫ବର୍ଷ, ୪୫ବର୍ଷ), ବେସରକାରୀ ନର୍ସିଂ ହୋମ୍‌ର ୨୪ବର୍ଷୀୟ ପୁରୁଷ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଜଣେ(୬୯) ବର୍ଷୀୟ ପୁରୁଷ ଅଛନ୍ତି। ୪ ହୋମ୍‌ କ୍ୱାରାଣ୍ଟାଇନ୍‌ କେସ୍‌ ମଧ୍ୟରେ କନିକା ରୋଡ୍‌ ଶାନ୍ତି ବିହାରର ୩୨ବର୍ଷୀୟ ମହିଳା, ୫୭ବର୍ଷୀୟ ମହିଳା, ୪ ବର୍ଷୀର ଶିଶୁ, ୩୨ ବର୍ଷୀୟ ପୁରୁଷ ଅଛନ୍ତି। ସେହିଭଳି ୩ ଲୋକାଲ କେସ୍‌ ମଧ୍ୟରେ ସିଡିଏ ସେକ୍ଟର ୭ ଅଞ୍ଚଳର ୩୧ ବର୍ଷୀୟ ପୁରୁଷ, ୨୬ ବର୍ଷୀୟ ମହିଳା, ଜଗତପୁର ଅଞ୍ଚଳର ୩୮ ବର୍ଷୀୟ ପୁରୁଷ ଅଛନ୍ତି। ଏନେଇ କଟକ ମ୍ୟୁନିସିପାଲ କର୍ପୋରେଶନ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।