Posted inଜାତୀୟ

ମହୁଆଙ୍କ ଭଳି ଭାଜପାର ଏମପି ବି ହୋଇଥିଲେ ବହିଷ୍କାର, ସେତେବେଳେ ଆଡଭାନୀ କହିଥିଲେ…

ନୂଆଦିଲ୍ଲୀ,୯।୧୨: ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ମାମଲାରେ ତୃଣମୂଳ କଂଗ୍ରେସ ଏମପି ମହୁଆ ମୋଇତ୍ରଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି। ତେବେ ଲୋକସଭାରୁ ବହିଷ୍କାର ହେବା ଘଟଣାରେ ମହୁଆ ପ୍ରଥମ ଏମପି ନୁହନ୍ତି। ୧୮ବର୍ଷ ପୂର୍ବେ ୨୦୦୫ ଡିସେମ୍ବର ୨୪ରେ ଏପରି ମାମଲାରେ ୧୧ଜଣ ଏମପିଙ୍କ ସଦସ୍ୟତା ପଦ୍ଦ ରଦ୍ଦ କରାଯାଇଥିଲା। ଏହି ୧୧ଜଣଙ୍କ ମଧ୍ୟରୁ ୧୦ଏମପି ଲୋକସଭା ଓ ଜଣେ ରାଜ୍ୟସଭାର ଥିଲେ। ସେତେବେଳେ କେନ୍ଦ୍ରରେ ୟୁପିଏ ସରକାର ଥିଲା।

୨୦୦୫ରେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ମାମଲାରେ ୧୧ଜଣ ଏମପି ଲୋକସଭାରେୁ ବହିଷ୍କୃତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଭାଜପାର ୬ଏମପି ଛତ୍ରପାଲ ଲୋଧା(ଓଡିଶା)ରାଜ୍ୟସଭା ଏମପି,ଆନ୍ନାସାହେବ ଏମ କେ ପାଟିଲ(ମହାରାଷ୍ଟ୍ର), ଚନ୍ଦ୍ରପ୍ରତାପ ସିଂହ(ମଧ୍ୟ ପ୍ରଦେଶ), ପ୍ରଦୀପ ଗାନ୍ଧୀ(ଛତିଶଗଡ), ସୁରେଶ ଚାଣ୍ଡେଲ(ହିମାଞ୍ଚଳ ପ୍ରଦେଶ),ଓ୍ବାଇ ଜି ମହାଜନ(ମହାରାଷ୍ଟ୍ର) ସାମିଲ ଥିଲେ। ସେହିପରି ବହୁଜନ ସମାଜ ପାର୍ଟି(ବିଏସପି)ର ୩ ଏମପି ନରେନ୍ଦ୍ର କୁମାର କୁଶଓ୍ବାହା, ଲାଲ ଚନ୍ଦ୍ର କୋଲ ଏବଂ ରାଜାରାମ ପାଲ(ୟୁପି) ବହିଷ୍କୃତ ହୋଇଥିଲେ। ଆରଜେଡିର ମନୋଜ କୁମାର ଏବଂ କଂଗ୍ରେସର ରାମସେବକ ସିଂହଙ୍କ ବିରୋଧରେ ମଧ୍ୟ ଏପରି କାର୍ଯ୍ୟାନୁଷ୍ଠାନ କରାଯାଇଥିଲା।

ସଂସଦରେ ଭୋଟ ମାଧ୍ୟମରେ ସମସ୍ତ ୧୧ ଏମପିଙ୍କୁ ବହିଷ୍କାର କରାଯାଇଥିଲା। ଭୋଟ ସମୟରେ ଭାଜପା ଏକ ପଦଯାତ୍ରା କରିଥିଲା। ଲୋକସଭାରେ ତତ୍କାଳୀନ ବାଚସ୍ପତି ସୋମନାଥ ଚାଟାର୍ଜୀ ଅଭିଯୁକ୍ତ ଏମପିଙ୍କୁ ଏହି ମାମଲାରେ ନିଜର ପକ୍ଷ ରଖିବାକୁ ସୁଯୋଗ ଦେଇ ନ ଥିଲେ। ତତ୍କାଳୀନ ବିରୋଧୀଦଳ ନେତା ଲାଲ କୃଷ୍ଣ ଆଡଭାନୀ ଏମପିଙ୍କ ବହିଷ୍କାରକୁ ମୃତ୍ୟୁଦଣ୍ଡ ସହ ତୁଳନା କରିଥିଲେ।

ମହୁଆ ଲୋକସଭାର ୧୨ତମ ସଦସ୍ୟ ଯିଏ ଅନୈତିକ ଆଚରଣ ହେତୁ ସଦସ୍ୟତା ହରାଇଛନ୍ତି। କଂଗ୍ରେସ ଏମପି ଏସ.ଜି ମୁଗଦଲ ପ୍ରଥମ ଏମପି ଥିଲେ ୧୯୫୧ରେ ଯାହାଙ୍କ ସଦସ୍ୟତା ଲାଞ୍ଚ ନେଇ ପ୍ରଶ୍ନ ପଚାରିବାରୁ ଚାଲିଯାଇଥିଲା। ସଂସଦରେ ପ୍ରଶ୍ନ ପଚାରିବା ବଦଳରେ ମୁଗଦଲ ଜଣେ ବ୍ୟବସାୟୀଙ୍କଠାରୁ ୫ହଜାର ଟଙ୍କା ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

ଯୁଦ୍ଧରେ ବଢି ଚାଲିଥିବା କ୍ଷତିକୁ ନେଇ ଚିନ୍ତାରେ ପଡ଼ିଗଲେଣି ଟ୍ରମ୍ପ, ଅନ୍ୟ ଉପରେ ଦୋଷ ଲଦି ଏହି ଦେଶକୁ ମନାଇବାକୁ କରୁଛନ୍ତି ପ୍ରୟାସ

ଓ୍ବାଶିଂଟନ,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅସ୍ବୀକାର ଅବସ୍ଥାରେ ବା ଡିନାୟଲ ମୋଡ୍‌ରେ ପ୍ରବେଶ କରିଛନ୍ତି। ସେ ନିଜ ଭୁଲର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା…

ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ହିନ୍ଦୁ, ବୌଦ୍ଧ, ଶିଖ ଧର୍ମାବଲମ୍ବୀ…

ନୂଆଦିଲ୍ଲୀ,୨୪।୩: ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି, ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

IPL 2026କୁ ନେଇ କଡ଼ା ନିୟମ: ଖେଳାଳି ତଥା ତାଙ୍କ ପରିବାର ପାଇଁ ନୂଆ ନିୟମ ଆଣିଲା BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, BCCI ସମସ୍ତ ୧୦ଟି ଫ୍ରାଞ୍ଚାଇଜ ପାଇଁ ଏକ ନୂଆ ଏବଂ କଠୋର ନିୟମ ଜାରି କରିଛି। ଏହି ନିୟମଗୁଡ଼ିକର…

୧୪.୨ କିଲୋଗ୍ରାମ ବଦଳରେ ମିଳିବ ୧୦ କିଲୋଗ୍ରାମ ଗ୍ୟାସ! ସରକାର ଦେଲେ ବଡ଼ ଅପଡେଟ୍‌

  ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ସିଧାସଳଖ ପ୍ରଭାବ ଏବେ ଭାରତର ଶକ୍ତି ସୁରକ୍ଷା ଉପରେ ପଡୁଛି। ଅଶୋଧିତ ତୈଳ ଏବଂ ଏଲପିଜିର ନିରବଚ୍ଛିନ୍ନ ଯୋଗାଣ ବାଧାପ୍ରାପ୍ତ…

ରାତିରେ ଘରକୁ ଫେରିଲେନି ସ୍ବାମୀ, ସକାଳୁ ରକ୍ତାକ୍ତ ମୃତଦେହ….

ଜଗନ୍ନାଥ ପ୍ରସାଦ,୨୪।୩(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆ ପଲ୍ଲୀ ପଞ୍ଚାୟତ ଗୁପ୍ତ ପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri