ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ରାଜ୍ୟରୁ ରବିବାର ଆଉ ୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୮,୬୫୨ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସମ୍ବଲପୁରରୁ ସର୍ବାଧିକ ୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବଲାଙ୍ଗୀରରୁ ୨, କଟକ, ଗଜପତି, ଗଞ୍ଜାମ ଏବଂ ବରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ପୁଲ୍‌ ସଂଖ୍ୟା ରହିଛି ୧।