Posted inଜାତୀୟ

ବିଲକିସ ବାନୋ ମାମଲାରେ ୧୧ ଦୋଷୀଙ୍କୁ ଖଲାସ, ଭାଜପାକୁ ଘେରିଲା କଂଗ୍ରେସ…

ନୂଆଦିଲ୍ଲୀ, ୧୬।୮ : ଗୁଜୁରାଟ ୨୦୦୨ ଦଙ୍ଗାରେ ବିଲକିସ ବାନୋ ଗଣ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ ମୁକ୍ତ କରିବା ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଆରମ୍ଭ କରିଛି। ଅଷ୍ଟେ ୧୫ରେ ଲାଲ୍‌ କିଲ୍ଲାରେ ପ୍ରଧାନମନ୍ତ୍ରୀ ତାଙ୍କ ସ୍ବାଧୀନତା ଦିବସ ଭାଷଣରେ ମହିଳା ଶକ୍ତିକୁ ପ୍ରଶଂସା କରିବାର କିଛି ଘଣ୍ଟା ମଧ୍ୟରେ ଏଭଳି ନିଷ୍ପତ୍ତି ଭାଜପାର ମାନସିକତାକୁ ପ୍ରତିଫଳିତ କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

କଂଗ୍ରେସ ମୁଖପାତ୍ର ପୱନ ଖେରା ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତିର ଅର୍ଥ ଅଛି କି ବୋଲି ପ୍ରଶ୍ନ ପଚାରିଛନ୍ତି ଏବଂ କହିଛନ୍ତି ଯେ ମହିଳାଙ୍କ ସୁରକ୍ଷା, ସମ୍ମାନ ଏବଂ ସଶକ୍ତିକରଣ ବିଷୟରେ ଯେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ ସେତେବେଳେ ମୋଦି ତାଙ୍କ ନିଜ କଥାକୁ ବିଶ୍ୱାସ କରୁଛନ୍ତି କି ନାହିଁ। ସେ ଗଣମାଧ୍ୟମକୁ କହିଛନ୍ତି ଯେ ଗୁଜରାଟରେ ଭାଜପା ସରକାର ବିଲକିସ ବାନୋ ଗଣ ବଳାତ୍କାର ମାମଲାରେ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିଛନ୍ତି। ଏହି ନିଷ୍ପତ୍ତି ଭଜାପା ସରକାରଙ୍କ ମାନସିକତାକୁ ସାମ୍ନାକୁ ଆଣିଛି।

ଖେରା କାଠୁଆ ଏବଂ ଉନ୍ନାଓ ମାମଲା ବିଷୟରେ ମଧ୍ୟ କହିଛନ୍ତି ଏବଂ ଯେତେବେଳେ ଜାତୀୟ ରାଜନୈତିକ ଦଳର ଅଧିକାରୀ ଏବଂ ସମର୍ଥକମାନଙ୍କୁ ରାସ୍ତାରେ ବଳାତ୍କାରକାରୀଙ୍କ ସପକ୍ଷରେ ରାଲି କରୁଥିବା ଦେଖାଯାଏ, ସେତେବେଳେ ଏହା ସମସ୍ତଙ୍କୁ ଲଜ୍ଜିତ କରିଥାଏ। ପ୍ରଧାନମନ୍ତ୍ରୀ ଲାଲ୍‌ କିଲ୍ଲାରୁ ମହିଳାଙ୍କ ସୁରକ୍ଷା, ମହିଳାଙ୍କ ଶକ୍ତି, ମହିଳାଙ୍କ ସମ୍ମାନ ବିଷୟରେ ଅନେକ କଥା କହିଥିଲେ। କିଛି ଘଣ୍ଟା ପରେ ଗୁଜରାଟ ସରକାର ବଳାତ୍କାରକାରୀଙ୍କୁ ମୁକ୍ତ କରିଥିଲେ। ଆମେ ଏହା ମଧ୍ୟ ଦେଖିଲୁ ଯେ ବଳାତ୍କାରକାରୀଙ୍କୁ ସମ୍ମାନିତ କରାଯାଉଛି।

ଏହା ଅମୃତ ମହୋତ୍ସବ କି ବୋଲି ଖେରା ପ୍ରଶ୍ନ କରିଛନ୍ତି। କଂଗ୍ରେସ ଦାବି କରିଛି ଯେ ପ୍ରଧାନମନ୍ତ୍ରୀ ଦେଶକୁ କହିବା ଉଚିତ ଯେ ଲାଲ୍‌ କିଲ୍ଲାରୁ ଯାହା କହିଥିଲେ ତାହା କେବଳ ଶବ୍ଦ, ଏବଂ ସେ ନିଜେ ତାଙ୍କ କଥାରେ ବିଶ୍ୱାସ କରନ୍ତି ନାହିଁ।

କଂଗ୍ରେସ ନେତା ପଚାରିଛନ୍ତି ପ୍ରକୃତ ନରେନ୍ଦ୍ର ମୋଦି କିଏ? ଯିଏ ଲାଲ୍‌ କିଲ୍ଲାରୁ ମିଛ କହୁଛନ୍ତି ନା ବଳାତ୍କାରର ଦୋଷୀଙ୍କୁ ଖଲାସ କରିବାକୁ ତାଙ୍କ ଗୁଜରାଟ ସରକାରଙ୍କୁ କହିଛନ୍ତି। ଏହାର ଉତ୍ତର କଂଗ୍ରେସ ଦଳ ଏବଂ ଦେଶ ଜାଣିବାକୁ ଚାହୁଁଛି।

ସେ କହିଛନ୍ତି ଯେ ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କୁ ତାଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଗୋଧ୍ରା ସବ-ଜେଲରୁ ବାହାରିଥିବା ୧୧ ଜଣ ଦୋଷୀଙ୍କୁ ଗଣ ବଳାତ୍କାର, ହତ୍ୟା ଏବଂ ବେଆଇନ ସମାବେଶରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଅପରାଧୀଙ୍କୁ ଖଲାସ ନୀତି ଅନୁଯାୟୀ ଗୁଜରାଟ ସରକାର ତାଙ୍କୁ ମୁକ୍ତ କରିବାକୁ ଅନୁମତି ଦେଇଥିଲେ।

ସୂଚନାଯୋଗ୍ୟ,୨୧ ଜାନୁୟାରୀ ୨୦୦୮ ରେ ମୁମ୍ବାଇର ଏକ ସ୍ବତନ୍ତ୍ର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୋର୍ଟ ୧୧ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri