Posted inଜାତୀୟ

ବିଲକିସ ବାନୋ ମାମଲାରେ ୧୧ ଦୋଷୀଙ୍କୁ ଖଲାସ, ଭାଜପାକୁ ଘେରିଲା କଂଗ୍ରେସ…

ନୂଆଦିଲ୍ଲୀ, ୧୬।୮ : ଗୁଜୁରାଟ ୨୦୦୨ ଦଙ୍ଗାରେ ବିଲକିସ ବାନୋ ଗଣ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ ମୁକ୍ତ କରିବା ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଆରମ୍ଭ କରିଛି। ଅଷ୍ଟେ ୧୫ରେ ଲାଲ୍‌ କିଲ୍ଲାରେ ପ୍ରଧାନମନ୍ତ୍ରୀ ତାଙ୍କ ସ୍ବାଧୀନତା ଦିବସ ଭାଷଣରେ ମହିଳା ଶକ୍ତିକୁ ପ୍ରଶଂସା କରିବାର କିଛି ଘଣ୍ଟା ମଧ୍ୟରେ ଏଭଳି ନିଷ୍ପତ୍ତି ଭାଜପାର ମାନସିକତାକୁ ପ୍ରତିଫଳିତ କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

କଂଗ୍ରେସ ମୁଖପାତ୍ର ପୱନ ଖେରା ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତିର ଅର୍ଥ ଅଛି କି ବୋଲି ପ୍ରଶ୍ନ ପଚାରିଛନ୍ତି ଏବଂ କହିଛନ୍ତି ଯେ ମହିଳାଙ୍କ ସୁରକ୍ଷା, ସମ୍ମାନ ଏବଂ ସଶକ୍ତିକରଣ ବିଷୟରେ ଯେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ ସେତେବେଳେ ମୋଦି ତାଙ୍କ ନିଜ କଥାକୁ ବିଶ୍ୱାସ କରୁଛନ୍ତି କି ନାହିଁ। ସେ ଗଣମାଧ୍ୟମକୁ କହିଛନ୍ତି ଯେ ଗୁଜରାଟରେ ଭାଜପା ସରକାର ବିଲକିସ ବାନୋ ଗଣ ବଳାତ୍କାର ମାମଲାରେ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିଛନ୍ତି। ଏହି ନିଷ୍ପତ୍ତି ଭଜାପା ସରକାରଙ୍କ ମାନସିକତାକୁ ସାମ୍ନାକୁ ଆଣିଛି।

ଖେରା କାଠୁଆ ଏବଂ ଉନ୍ନାଓ ମାମଲା ବିଷୟରେ ମଧ୍ୟ କହିଛନ୍ତି ଏବଂ ଯେତେବେଳେ ଜାତୀୟ ରାଜନୈତିକ ଦଳର ଅଧିକାରୀ ଏବଂ ସମର୍ଥକମାନଙ୍କୁ ରାସ୍ତାରେ ବଳାତ୍କାରକାରୀଙ୍କ ସପକ୍ଷରେ ରାଲି କରୁଥିବା ଦେଖାଯାଏ, ସେତେବେଳେ ଏହା ସମସ୍ତଙ୍କୁ ଲଜ୍ଜିତ କରିଥାଏ। ପ୍ରଧାନମନ୍ତ୍ରୀ ଲାଲ୍‌ କିଲ୍ଲାରୁ ମହିଳାଙ୍କ ସୁରକ୍ଷା, ମହିଳାଙ୍କ ଶକ୍ତି, ମହିଳାଙ୍କ ସମ୍ମାନ ବିଷୟରେ ଅନେକ କଥା କହିଥିଲେ। କିଛି ଘଣ୍ଟା ପରେ ଗୁଜରାଟ ସରକାର ବଳାତ୍କାରକାରୀଙ୍କୁ ମୁକ୍ତ କରିଥିଲେ। ଆମେ ଏହା ମଧ୍ୟ ଦେଖିଲୁ ଯେ ବଳାତ୍କାରକାରୀଙ୍କୁ ସମ୍ମାନିତ କରାଯାଉଛି।

ଏହା ଅମୃତ ମହୋତ୍ସବ କି ବୋଲି ଖେରା ପ୍ରଶ୍ନ କରିଛନ୍ତି। କଂଗ୍ରେସ ଦାବି କରିଛି ଯେ ପ୍ରଧାନମନ୍ତ୍ରୀ ଦେଶକୁ କହିବା ଉଚିତ ଯେ ଲାଲ୍‌ କିଲ୍ଲାରୁ ଯାହା କହିଥିଲେ ତାହା କେବଳ ଶବ୍ଦ, ଏବଂ ସେ ନିଜେ ତାଙ୍କ କଥାରେ ବିଶ୍ୱାସ କରନ୍ତି ନାହିଁ।

କଂଗ୍ରେସ ନେତା ପଚାରିଛନ୍ତି ପ୍ରକୃତ ନରେନ୍ଦ୍ର ମୋଦି କିଏ? ଯିଏ ଲାଲ୍‌ କିଲ୍ଲାରୁ ମିଛ କହୁଛନ୍ତି ନା ବଳାତ୍କାରର ଦୋଷୀଙ୍କୁ ଖଲାସ କରିବାକୁ ତାଙ୍କ ଗୁଜରାଟ ସରକାରଙ୍କୁ କହିଛନ୍ତି। ଏହାର ଉତ୍ତର କଂଗ୍ରେସ ଦଳ ଏବଂ ଦେଶ ଜାଣିବାକୁ ଚାହୁଁଛି।

ସେ କହିଛନ୍ତି ଯେ ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କୁ ତାଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଗୋଧ୍ରା ସବ-ଜେଲରୁ ବାହାରିଥିବା ୧୧ ଜଣ ଦୋଷୀଙ୍କୁ ଗଣ ବଳାତ୍କାର, ହତ୍ୟା ଏବଂ ବେଆଇନ ସମାବେଶରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଅପରାଧୀଙ୍କୁ ଖଲାସ ନୀତି ଅନୁଯାୟୀ ଗୁଜରାଟ ସରକାର ତାଙ୍କୁ ମୁକ୍ତ କରିବାକୁ ଅନୁମତି ଦେଇଥିଲେ।

ସୂଚନାଯୋଗ୍ୟ,୨୧ ଜାନୁୟାରୀ ୨୦୦୮ ରେ ମୁମ୍ବାଇର ଏକ ସ୍ବତନ୍ତ୍ର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୋର୍ଟ ୧୧ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri