୧୧ ଏଏସ୍‌ପିଙ୍କୁ ଏସ୍‌ପି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ରାଜ୍ୟ ସରକାର ୧୧ ଜଣ ଓଡ଼ିଶା ପୋଲିସ ସେବା (ଓପିଏସ୍‌) ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି। ସେହି ଅଧିକାରୀମାନଙ୍କୁ ଆଡିଶନାଲ ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ(ଏଏସ୍‌ପି)ରୁ ଏସ୍‌ପି(ସୁପରଟାଇମ ସ୍କେଲ)କୁ ପଦୋନ୍ନତି ଦିଆଯାଇଛି। ଏ ନେଇ ବୁଧବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ନୂଆପଡ଼ା ଆଡିଶନାଲ ଏସ୍‌ପି ସୁନୀଲ କୁମାର ଆଚର୍ଯ୍ୟଙ୍କୁ ପଦୋନ୍ନତି ପରେ କଟକ ଏଆରପିରେ ନିଯୁକ୍ତି ଦିଆଯାଇଥିବା ବେଳେ ଅମରେଶ କୁମାର ପଣ୍ଡାଙ୍କୁ ସୋନପୁର ଏସ୍‌ପି, ଦିଲୀପ କୁମାର ପଟେଲଙ୍କୁ ଏଚଆରପିସି ଏସ୍‌ପି, ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ପିଟିଆଇ, ବିଓ୍ବାଇଆରଇଇ ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ପହିଙ୍କୁ ନୟାଗଡ଼ ଏସ୍‌ପି, ଅନନ୍ତ ନାରାୟଣ ମହାନ୍ତିଙ୍କୁ ଇଓଡବ୍ଲ୍ୟୁ ଏସ୍‌ପି, ଗୋବିନ୍ଦ ଚନ୍ଦ୍ର ସେଠୀଙ୍କୁ ଏଆଇଜିପି ମେରାଇନ, ଦୀପକ କୁମାର ରଥଙ୍କୁ ଏସ୍‌ପି କମ୍ପ୍ୟୁଟର୍ସ, ଭବାନୀ ଶଙ୍କର ମିଶ୍ରଙ୍କୁ ଏସ୍‌ଆଇଡବ୍ଲ୍ୟୁ ଏସ୍‌ପି, ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନାର୍କୋଟିକ୍ସ ଏସ୍‌ପି ଏବଂ ଠାକୁର ପ୍ରସାଦ ପାତ୍ରଙ୍କୁ ଟ୍ରାଫିକ ଡିସିପି ଭାବେ ନିଯୁକ୍ତି ଦିଆଯାଇଛି।