ବୁଧବାରରୁ ଆରମ୍ଭ ଦଶମ ସମେଟିଭ୍‌-୧ ପରୀକ୍ଷା

ଭୁବନେଶ୍ୱର,୪।୧(ବ୍ୟୁରୋ): ଦଶମ ସମେଟିଭ୍‌-୧ ପରୀକ୍ଷା ବୁଧବାରରୁ ଆରମ୍ଭ ହେବ। ତେବେ ଏହି ପରୀକ୍ଷା ୫ରୁ ୮ ଯାଏ ଚାଲିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି। ଦିନକୁ ୨ଟି ସିଟିଂରେ ପରୀକ୍ଷା ହେବ। ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ପଠା ହୋଇସାରିଛି। ୩୦୯୩ ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୫ଲକ୍ଷ ୭୬ ହଜାର ପିଲା ପରୀକ୍ଷା ଦେବେ।
ସେପଟେ ସମେଟିଭ୍‌-୧ ପରୀକ୍ଷା ପାଇଁ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି। ଶୃଙ୍ଖଳିତ ସହ ପରୀକ୍ଷା ଆରମ୍ଭ ହେବ ଏବଂ ଠିକ୍‌ ସମୟରେ ସରିବ। ପ୍ରଥମ ଥର ପରୀକ୍ଷା ଦେଉଥିବାରୁ ପିଲା ଗୁରୁତ୍ୱ ଉପଲବ୍ଧି କରୁଛନ୍ତି । ଏହା ଏକ ନୂଆ ଫର୍ମୂଲା, ପିଲାମାନଙ୍କ କ୍ୟାରିୟରରେ ସହାୟକ ହେବ ବୋଲି ସେ କହିଛନ୍ତି।