Posted inଜାତୀୟ

ପୃଥିବୀର ୧୦ ଭିଡ ସହର ତାଲିକାରେ ଭାରତର ବେଙ୍ଗାଲୁରୁ-ପୁଣେ…

ନୂଆଦିଲ୍ଲୀ,୧୬।୨ : ବଡ ସହରରେ ଟ୍ରାଫିକ ବୃଦ୍ଧି ସମସ୍ତଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ଦୁନିଆର ପ୍ରତ୍ୟେକ ବଡ ସହରରେ ଯାନ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ ଅଳ୍ପ ଦୂରତାକୁ ମଧ୍ୟ ଅତିକ୍ରମ କରିବାକୁ ବହୁତ ସମୟ ଲାଗୁଛି। ଏକ ଡେନମାର୍କ ସଂଗଠନ ଦ୍ୱାରା ୧୦ ଭିଡ ସହର ତାଇିକାର ଏକ ରିପୋର୍ଟ ଜାରି କରାଯାଇଛି। ଯେଉଁଥିରେ ଭାରତର ସହରର ନାମ ମଧ୍ୟ ରହିଛି।
ଡେନମାର୍କର ଏକ ସଂଗଠନ ଟମ-ଟମ ଦ୍ୱାରା ଏକ ରିପୋର୍ଟ ଜାରି କରାଯାଇଛି। ଯାହାକୁ ଟ୍ରାଫିକ ଇଣ୍ଡେକ୍ସ ୨୦୨୨ ଭାବରେ ନାମିତ କରାଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ସଂସ୍ଥା ବିଶ୍ୱର ପ୍ରାୟ ୬ ଟି ମହାଦେଶର ୫୬ ଟି ଦେଶର ୩୮୯ଟି ସହରକୁ ଅନ୍ତର୍ଭୁକ୍ତ କରି ଟ୍ରାଫିକ ତଥ୍ୟ ସଂଗ୍ରହ କରିଛି।

ଭାରତର ସର୍ବାଧିକ ଟ୍ରାଫିକ ଥିବା ସହରଗୁଡିକରେ ଦୁଇଟି ସହରର ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଭାରତର ବେଙ୍ଗାଲୁରୁ ତାଲିକାର ଶ୍ରେଷ୍ଠ ୧୦ ଭିଡ ସହର ଭାବେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ମହାରାଷ୍ଟ୍ରର ପୁଣେ ସହର ଷଷ୍ଠ ସ୍ଥାନରେ ରହିଛି। ହାରାହାରି, ଜଣେ ବ୍ୟକ୍ତି ବାଙ୍ଗାଲୋରରେ ୧୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ୨୯ମିନିଟ ୧୦ ସେକେଣ୍ଡ ସମୟ ନେଇଥାନ୍ତି। ବେଙ୍ଗାଲୁରୁରେ ଯାନବାହାନର ହାରାହାରି ବେଗ ଘଣ୍ଟା ପ୍ରତି ୧୮ କିଲୋମିଟର। ମହାରାଷ୍ଟ୍ରର ପୁଣେରେ ୧୦ କିଲୋମିଟର ଅତିକ୍ରମ କରିବାକୁ ହାରାହାରି ୨୭ ମିନିଟ ୨୦ସେକେଣ୍ଡ ଲାଗିଥାଏ। ଏଠାରେ ହାରାହାରି ବେଗ ଘଣ୍ଟା ପ୍ରତି ୧୮ କିଲୋମିଟର ରହିଛି।

ବ୍ରିଟେନର ଲଣ୍ଡନ ଦୁନିଆର ସର୍ବାଧିକ ଟ୍ରାଫିକ ବହୁଳ ସହ ଶ୍ରେଷ୍ଠ ୧୦ଟି ସହରର ପ୍ରଥମ ସ୍ଥାନରେ ରହିଛି ।ଏଠାରେ ଟ୍ରାଫିକ ଏତେ ଗହଳି ଯେ ଲଣ୍ଡନରେ ୧୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ହାରାହାରି ୩୬ ମିନିଟ ୨୦ ସେକେଣ୍ଡ ସମୟ ଲାଗିଥାଏ। ଲଣ୍ଡନରେ ହାରାହାରି ବେଗ ଘଣ୍ଟା ପ୍ରତି ୧୪ କିଲୋମିଟର ରହିଛି। ତାଲିକାର ତୃତୀୟ ସ୍ଥାନରେ ଆୟର୍ଲାଣ୍ଡର ଡବଲିନ ସହର ଅଛି। ଯେଉଁଠାରେ ୧୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ୨୮ ମିନିଟ ୩୦ ସେକେଣ୍ଡ ସମୟ ଲାଗିଥାଏ। ଏହା ପରେ ଜାପାନର ସାପୋରୋ, ଇଟାଲୀରେ ମିଲନ, ଭାରତର ପୁଣେ, ରୋମାନିଆର ବୁକାରେଷ୍ଟ, ପେରୁର ଲିମା, ଫିଲିପାଇନ୍ସର ମାନିଲା ଏବଂ କଲମ୍ବିଆର ବୋଗୋଟା ସହର ରହିଛି।

ନୂଆଦିଲ୍ଲୀ ଏହି ତାଲିକାରେ ୩୪ ନମ୍ବର ସ୍ଥାନରେ ରହିଛି। ଦିଲ୍ଲୀରେ ୧୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ହାରାହାରି ୨୨ ମିନିଟ ୧୦ ସେକେଣ୍ଡ ସମୟ ଲାଗେ ଏବଂ ଏଠାରେ ହାରାହାରି ଗତି ଘଣ୍ଟା ପ୍ରତି ୨୪ କିଲୋମିଟର ରହିଛି। ଦିଲ୍ଲୀ ପରେ ମୁମ୍ବାଇ ସହର ୪୭ ତମ ସ୍ଥାନରେ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଏଣ୍ଟ୍ରାନ୍ସ ଦେବାକୁ ଯାଇଥିଲେ ଛାତ୍ରୀ, ବଜ୍ରପାତରେ ଗଲା ଜୀବନ, ସହାୟତା ଦାବି କରି…

ଦିଗପହଣ୍ଡି,୨୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ମେଧାବୀ ଛାତ୍ରୀ ରେଶ୍ମା ଭୋଳ (୨୧) ଶୁକ୍ରବାର ଅପରାହ୍ନରେ ବ୍ରଜପାତରେ ମୃତ୍ୟୁବରଣ…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏପ୍ରିଲରୁ ବଦଳିଯିବ ଡିଜିଟାଲ ପେମେଣ୍ଟ ନିୟମ, କଣ ସବୁ ବଦଳିବ ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୩: ଆଉ ମାତ୍ର ୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଏପ୍ରିଲ ମାସ। ଆସନ୍ତାମାସ ୧ ତାରିଖରୁ, ଡିଜିଟାଲ କାରବାରର ପଦ୍ଧତି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ।…

ରାମନବମୀ ଶୋଭାଯାତ୍ରାବେଳେ ଫାଙ୍କା ଗୁଳିଚାଳନା କରି ଫସିଲେ ବିଧାୟକ, ଏବେ…

ବଲାଙ୍ଗୀର/ଟିଟିଲାଗଡ଼,୨୯ା୩ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ଫୁଟିଛି ଗୁଳି। ଆଉ ଏହି ଗୁଳି ଚଳାଇଛନ୍ତି…

ଏପ୍ରିଲ ୧ରୁ ବଢିଯିବ LPG ସିଲିଣ୍ଡର ରେଟ୍‌? ଯୁଦ୍ଧ ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୯।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ଦେଶବ୍ୟାପୀ ଲକ୍‌ ଡାଉନ ସମ୍ପର୍କରେ ଗୁଜବ ସମ୍ପର୍କରେ ସରକାର ଏକ ଦୃଢ଼ ଏବଂ ସ୍ପଷ୍ଟ…

ବିୟର ବୋତଲ ପର୍ଯ୍ୟନ୍ତ ପହଞ୍ଚିଲାଣି ଯୁଦ୍ଧର ନିଆଁ, ଦେବାକୁ ପଡ଼ିପାରେ ଅଧିକ ଦେୟ

ନୂଆଦିଲ୍ଲୀ,୨୯।୩: ଗ୍ରୀଷ୍ମ ଋତୁ ଆସିଗଲାଣି। ସାଧାରଣତଃ ଗରମ ଋତୁରେ ବିୟରର ବ୍ୟବହାର ବୃଦ୍ଧି ପାଏ। ତଥାପି, ଏଥର, ଭାରତୀୟ ବିୟର ପ୍ରେମୀମାନଙ୍କୁ ଏହି ଋତୁରେ ସେମାନଙ୍କର ତୃଷା…

ପଡ଼ିଆରେ ଏମିତି କ’ଣ କଲେ ବିରାଟ ହସ ରୋକି ପାରିଲେନି ଅନୁଷ୍କା, କ୍ୟାମେରାରେ କଏଦ ହେଲା…

ନୂଆଦିଲ୍ଲୀ,୨୯।୩: କ୍ରିକେଟ ପଡ଼ିଆରେ ବିରାଟ କୋହଲିଙ୍କ ଚପଳତା ଏବଂ ଫଇଲ୍ଡିଂ ଦକ୍ଷତାକୁ ପ୍ରାୟତଃ ମାନଦଣ୍ଡ ଭାବରେ ଉଦ୍ଧୃତ କରାଯାଏ; ତଥାପି, IPL 2026 ର ପ୍ରଥମ ମ୍ୟାଚରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri