ମଣ୍ଡିରେ ପଡ଼ିଛି ୧,୦୮,୫୯୦ ବସ୍ତା ଧାନ

ଭେଡ଼େନ,୧୯।୬(ସୁଦନ ମହାକୁର): ବରଗଡ଼ ଜିଲା ଅତାବିରା ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ଭେଡ଼େନ ବ୍ଲକରେ ମେ’ ୧୨ରୁ ରବିଧାନ କିଣା ଆରମ୍ବ ହୋଇଛି। ତେବେ ରବିବାର ସୁଦ୍ଧା ବ୍ଲକର ୯ଟି ମାର୍କେଟ ୟାର୍ଡ ଏବଂ ୧୫ଟି ଉପକେନ୍ଦ୍ରରେ ୧ଲକ୍ଷ ୮ହଜାର ୫୯୦ ବସ୍ତା ଧାନ ବିକ୍ରି ହୋଇ ନ ପାରି ପଡ଼ି ରହିଛି। ତନ୍ମଧ୍ୟରୁ ଖୁଣ୍ଟୁଲିପାଲି ମଣ୍ଡିରେ ୧୧୦୦, ପପଙ୍ଗା ୧୩ ହଜାର, ଝରାପାଲି ୧୫ ହଜାର, ଋଷୁଡ଼ା ୬ ହଜାର, ମହୁଲପାଲି ୪୬ ଶହ, ଭେଡ଼େନ, ତେନ୍ତୁଲିଟିକ୍ରା, ରେଶମ, ସହଁରାଟିକ୍ରା ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ି ରହିଛି। ଚଳିତ ରବି ଋତୁରେ ଭେଡ଼େନ ବ୍ଲକର ମଣ୍ଡିଗୁଡ଼ିକରୁ ଆଜି ପର୍ଯ୍ୟନ୍ତ ୨୮ଲକ୍ଷ ୬୪ହଜାର ୭୨୧ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିବା ବେଳେ ୨୭ଲକ୍ଷ ୫୬ହଜାର ୧୩୧ କୁଇଣ୍ଟାଲ ଧାନ ବିକ୍ରି ହୋଇ ସାରିଛି। ଆଉ କିଛି ଦିନ ପରେ ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ଆସନ୍ନ ବର୍ଷାକୁ ନେଇ ଚାଷୀ ଭୟଭୀତ ହୋଇ ପଡ଼ିଛନ୍ତି। ଜିଲାରେ ମୋଟ ୮୧ ହଜାର ୭୦୦ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଅତାବିରା ଆରଏମସି ଅନ୍ତର୍ଗତ ଭେଡ଼େନ ବ୍ଲକରେ ୧୩୦୨୪ ଜଣ ପଞ୍ଜୀକୃତ ହୋଇଛନ୍ତି।
ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୩ ତାରିଖରେ ଜିଲାପାଳଙ୍କ ଅଫିସ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ମେ ୬ରେ ଅତାବିରା ଆର୍‌ଏମ୍‌ସି ଅଧୀନ ମଣ୍ଡିଗୁଡ଼ିକୁ ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ୬ ତାରିଖରେ ଖୋଲି ନ ଥିଲା। ଅଞ୍ଚଳର କେତେକ ଚାଷୀ ସଙ୍ଗଠନର ଦାବିକୁ ଦୃଷ୍ଟିରେ ରଖି ମେ ୧୦ ତାରିଖରେ ମଣ୍ଡି ଖୋଲାଯିବ ବୋଲି ଜିଲା ଯୋଗାଣ ଅଧିକାରୀ ଦାଶରଥି ସୋରେନ କହିଥିଲେ। ତେବେ ୧୦ ତାରିଖରେ କେବଳ ଅତାବିରା ବ୍ଲକର ମଣ୍ଡିଗୁଡ଼ିକ ଖୋଲାଯାଇଥିଲା। ଗୋଟିଏ ପଟେ ମଣ୍ଡି ଖୋଲିବାରେ ବିଳମ୍ବ ଏବଂ ଅନ୍ୟପଟେ ଟୋକନ ଅବଧି ଏକ ମାସ ରଖାଯାଇଛି। କେବଳ ସେତିକି ନୁହେଁ ଜିଲାସ୍ତରୀୟ ଧାନସଂଗ୍ରହ କମିଟି ବୈଠକରେ ଚାଷୀ ଯେମିତି କଟ୍‌ନୀ ଛଟନୀର ଶିକାର ନ ହୋଇ ସୁରୁଖୁରୁରେ ଧାନ ବିକ୍ରି କରିପାରିବେ ସେଥିପ୍ରତି ପ୍ରଶାସନ ଯତ୍ନବାନ ହେବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର ବାସ୍ତବ କ୍ଷେତ୍ରରେ ଏହାର ସମ୍ପୂର୍ଣ୍ଣ ଅଲଗା ଚିତ୍ର ଦେଖିବାକୁ ମିଳୁଛି। କଟନୀ ଛଟନୀ ନ ହେଲେ ମିଲର୍ସ ଧାନ ଉଠାଉ ନାହାନ୍ତି। ଏଫ୍‌ଏକ୍ୟୁ ଆଳ ଦେଖାଇ ମିଲର୍ସ କୁଇଣ୍ଟାଲ ପ୍ରତି ୩ରୁ ୪ କେଜି ଧାନ କାଟୁଥିବା ଅଭିଯୋଗ ହେଉଛି। ଏ ସର୍ମ୍ପକରେ ଜିଲା ଯୋଗାଣ ଅଧିକାରୀ ଦାଶରଥୀ ସୋରେନ କହିଛନ୍ତି, ବତ୍ତର୍ର୍ମାନ ମଣ୍ଡିଗୁଡ଼ିକରେ ସପ୍ତାହର ୩ ଦିନ ସଂଗ୍ରହ ଏବଂ ୩ ଦିନ ଉକ୍ତ ଧାନ ବିକ୍ରି କରାଯିବା ବ୍ୟବସ୍ଥା କରାଯାଇଛି। ଧାନ ସଂଗ୍ରହକୁ ତ୍ୱରାନ୍ବିତ କରାଯାଇଛି। ମିର୍ଲସଙ୍କୁ ମଧ୍ୟ ଟାର୍ଗେଟ୍‌ ଦିଆଯାଇଛି। ଚାଷୀମାନେ ବ୍ୟସ୍ତ ହେବାର କିଛି ନାହିଁ। ଚାଷୀ ଆରାମରେ ଧାନ ବିକ୍ରି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri