କେଁ ପୂରାଇଛି ଠିକା ସଂସ୍ଥା: ଆବଶ୍ୟକତା ବେଳେ ଉପଲବ୍ଧ ହେଉନି ୧୦୮

ବଇଣ୍ଡା, ୨୫ା୮ : ନିଃଶୁଳ୍କ ହୋଇଥିବାରୁ ୧୦୮ ଆମ୍ବୁଲାନ୍ସ ଉପରେ ବଢ଼ୁଛି ନିର୍ଭରଶୀଳତା। ତତ୍କାଳ ସେବା ମଧ୍ୟ ଦେଉଛି ସନ୍ତୋଷ। ହେଲେ ଅନୁଗୋଳ ଜିଲା କିଶୋରନଗରରେ କେଁ ପୂରାଇଛି ଠିକା ସଂସ୍ଥା। ଜିଲା ସ୍ବାସ୍ଥ୍ୟ ପ୍ରଶାସନ ସହ ସଲାସୁତୁରା କରି କିଶୋରନଗରରେ ଥିବା ଆମ୍ବୁଲାନ୍ସକୁ ଠିକା ସଂସ୍ଥା ପଡ଼ୋଶୀ ଜିଲାକୁ ପଠାଇ ଦେଇଥିବା ଅଭିଯୋଗ ହେଉଛି। ଫଳରେ ଆବଶ୍ୟକତା ବେଳେ କିଶୋରନଗର ଅଞ୍ଚଳବାସୀଙ୍କ ନିକଟରେ ଠିକ୍‌ ସମୟରେ ଉପଲବ୍ଧ ହେଉନି ଏହି ଜରୁରୀ ସେବା। ଏହାକୁ ନେଇ ତେଜିବାରେ ଲାଗିଛି ଜନଅସନ୍ତୋଷ।

ବାମୁର ଗ୍ରାମବାସୀ କହିଛନ୍ତି, ୨୦୧୭ ମସିହାରେ କିଶୋରନଗର ବ୍ଲକକୁ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨ଟି ୧୦୮ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା। ସେଥିରୁ ଗୋଟିଏ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଓ ଅନ୍ୟଟି କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହୁଥିଲା। କିନ୍ତୁ କର୍ମଚାରୀଙ୍କ ରହଣିରେ ଅସୁବିଧା ହେବାରୁ କିଶୋରନଗର ସ୍ବାସ୍ଥ୍ୟକେନ୍ଦ୍ରରୁ ଉକ୍ତ ଆମ୍ବୁଲାନ୍ସକୁ ୨୦୧୮ରେ ବାମୁର ମହାତ୍ମା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ନିକଟରେ ରଖାଯାଇଥିଲା। ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଟ୍ରଷ୍ଟ ପକ୍ଷରୁ ଘର ଯୋଗାଇ ଦିଆଯାଇଥିଲା। ଫଳରେ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ ୧୬ ପଞ୍ଚାୟତବାସୀ ଆବଶ୍ୟକତା ବେଳେ ତତ୍କାଳ ସେବା ପାଇପାରୁଥିଲେ। ହେଲେ ଉକ୍ତ ଆମ୍ବୁଲାନ୍ସଟି ଅଚଳ ହୋଇପଡିଥିଲେ ମଧ୍ୟ ଦାୟିତ୍ୱରେ ଥିବା ଠିକାସଂସ୍ଥା ମରାମତି କରି ନ ଥିଲା। ଦୀର୍ଘଦିନ ଧରି ତାହା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିବା ପରେ ୨୦୨୧ ମସିହାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କିଶୋରନଗର ଅଞ୍ଚଳ ପାଇଁ ଏକ ନୂଆ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା। କିନ୍ତୁ ଠିକା ସଂସ୍ଥା କାହାକୁ କିଛି ନ ଜଣାଇ ଗତ ମେ ମାସରୁ ଉକ୍ତ ଆମ୍ବୁଲାନ୍ସକୁ ପଡ଼ୋଶୀ ଜିଲାକୁ ପଠାଇ ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରି କି ଜିଲା ସ୍ବାସ୍ଥ୍ୟ ପ୍ରଶାସନ ସହ ସଲାସୁତୁରା କରିଥିବା ଠିକା ସଂସ୍ଥା ଏହାକୁ ଅଞ୍ଚଳବାସୀଙ୍କ ନିକଟରେ ଏଯାଏ ଗୋପନ ରଖିଆସିଛି। ଫଳରେ ଏଠାରେ ଲୋଡ଼ାପଡ଼ିଲେ ୩୬ କିଲୋମିଟର ଦୂର ବଇଣ୍ଡା ନଚେତ ୪୦ କିଲୋମିଟର ଦୂର ଆଠମଲ୍ଲିକ କିମ୍ବା ୨୫ କିଲୋମିଟର ଦୂର ରେଢ଼ାଖୋଲରୁ ୧୦୮ ଆମ୍ବୁଲାନ୍ସକୁ ଆସିବାକୁ ପଡ଼ୁଛି। ଏହାଦ୍ୱାରା ଦୁର୍ଘଟଣାଗ୍ରସ୍ତ ଓ ଗୁରୁତର ରୋଗୀଙ୍କୁ ଠିକଣା ସମୟରେ ମେଡିକାଲରେ ପହଞ୍ଚାଯାଇ ପାରୁନାହିଁ। ଅନେକ ସମୟରେ ଖର୍ଚ୍ଚାନ୍ତ ହୋଇ ଲୋକେ ଘରୋଇ ଗାଡି ଭଡା କରି ରୋଗୀ ପରିବହନ କରୁଥିବାରୁ ଯୋଜନାର ଉଦ୍ଦେଶ୍ୟ ପୂରଣ ହେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ବାମୁର ପଞ୍ଚାୟତବାସୀ ଗତ ଜୁଲାଇ ୨୩ ତାରିଖରେ ଜିଲା ସ୍ବାସ୍ଥ୍ୟ ବିଭାଗ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ତୁରନ୍ତ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

(ପରିକ୍ଷିତ ସାହୁ)


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri