କମୁନି ସଂକ୍ରମଣ: ରାଜ୍ୟରେ ଆଜି ୧୦,୭୫୭ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୧୭।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ସୋମବାର ରାଜ୍ୟରେ ୧୦,୭୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୦୨୪ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲେ। ବାକି ୪୭୩୩ଟି ହେଉଛି ଲୋକାଲ କେସ। ଆଜି କଟକ ଜିଲାରୁ ସର୍ବାଧିକ ୯୭୩ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଦ୍ୱିତୀୟ ସ୍ଥାନରେ ରହିଛି। ଏହାରୁ ୯୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ ଜିଲାରୁ ୨୪ ଘଣ୍ଟା ମଧ୍ୟରେ ୮୩୨ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୬୦୬, ସମ୍ବଲପୁର ୪୯୪, ମୟୂରଭଞ୍ଜରୁ ୪୫୪, ବରଗଡ଼ରୁ ୪୦୪, ଝାରସୁଗୁଡ଼ାରୁ ୩୮୮, ନୟାଗଡ଼ ୨୨୭, ପୁରୀରୁ ୩୫୦, ନୂଆପଡ଼ାରୁ ୫୦୨ ଜଣ, ଯାଜପୁରରୁ ୨୮୧, ଜଗତସିଂହପୁରରୁ ୨୧୯, କଳାହାଣ୍ଡିରୁ ୧୨୫, ଗଞ୍ଜାମରୁ ୨୦୯, ବୌଦ୍ଧରୁ ୧୩୩, ଢେଙ୍କାନାଳରୁ ୨୮୯, ଭଦ୍ରକରୁ ୪୪୩, ବଲାଙ୍ଗୀରରୁ ୫୦୭, ସୁବର୍ଣ୍ଣପୁରରୁ ୨୪୫, କେନ୍ଦ୍ରାପଡା ୧୪୮, କେନ୍ଦୁଝରରୁ ୨୦୮, କୋରାପୁଟରୁ ୨୮୨, ରାୟଗଡା ୧୩୬, ଦେବଗଡ ୧୦୨, ଗଜପତିରୁ ୧୪୧, କନ୍ଧମାଳରୁ ୮୭, ମାଲକାନଗିରିରୁ ୧୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲ୍‌ରୁ ୨୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୨ ହଜାର ୯୮୧କୁ ବୃଦ୍ଧି ପାଇଛି। ଆକ୍ଟିଭ ୧ ଲକ୍ଷ ୬ ହଜାର ୬୧ ଜଣ ଥିବା ବେଳେ ସୁସ୍ଥ ହେଲେଣି ୫ ଲକ୍ଷ ୧୪ ହଜାର ୫୩୨ ଜଣ। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।