ଡାକ୍ତରଖାନା ଅବ୍ୟବସ୍ଥା ଦେଖିଲେ କେନ୍ଦ୍ରମନ୍ତ୍ରୀ

ବସ୍ତା,୧୭।୧୦(ସ୍ବ.ପ୍ର.)-କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବୁଧବାର ଅପରାହ୍ନରେ ଅଚାନକ ବସ୍ତା ହସ୍‌ପିଟାଲ ପରିଦର୍ଶନ କରିଥିଲେ। ତାଙ୍କ ସହ ରଘୁନାଥ ମହାନ୍ତି ଓ ଅନ୍ୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ସେମାନେ ଡାକ୍ତରଖାନାର ବିଭିନ୍ନ ଓ୍ବାର୍ଡ ବୁଲି ଦେଖିବା ସହ ଚିକିତ୍ସାଧିକାରୀ ଦେବବ୍ରତ ଜେନାଙ୍କୁ ହସ୍‌ପିଟାଲର ଅଭାବ ଅସୁବିଧା ପଚାରି ବୁଝିଥିଲେ। ବସ୍ତା ହସ୍‌ପିଟାଲରେ ଆବଶ୍ୟକୀୟ ଡାକ୍ତର ପଦବୀ ଫାଙ୍କା ଥିବା ଜାଣି ପାରି କେନ୍ଦ୍ରମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରି ଏ ସମ୍ପର୍କରେ ସେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିିଥିଲେ। ମନ୍ତ୍ରୀଙ୍କ ଡାକ୍ତରଖାନା ଗସ୍ତ ଶୁଣି ହସପିଟାଲ ପରିସର ଲୋକାରଣ୍ୟ ହୋଇଯାଇଥିଲା। ଉପସ୍ଥିତ ଲୋକେ ଆବଶ୍ୟକ ଡାକ୍ତର ନ ଥିବା, ଗର୍ଭବତୀ ମହିଳାଙ୍କ ପ୍ରସବ ଲାଗି ଉପକରଣ ଦିଆଯାଉ ନ ଥିବା, ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖାଯାଉ ନ ଥିବା ଏବଂ ଆବଶ୍ୟକୀୟ ଔଷଧ ମିଳୁ ନ ଥିବା ଅଭିଯୋଗ କରିଥିଲେ। ୫୦ ଶଯ୍ୟା ବିଶିଷ୍ଟ ଏହି ହସ୍‌ପିଟାଲରେ ୨୪ ଘଣ୍ଟିଆ ଜରୁରୀକାଳୀନ ଡାକ୍ତରୀ ସେବା ମିଳୁ ନ ଥିବା ଦୁର୍ଘଟଣାଗ୍ରସ୍ତ ଓ ଗର୍ଭବତୀ ମହିଳାଙ୍କୁ ଶେଷ ମୁହୂର୍ତ୍ତରେ ବାଲେଶ୍ୱର ମୁଖ୍ୟ ହସପିଟାଲକୁ ପଠାଯାଉଥିବା ଅଭିଯୋଗ ହୋଇଥିଲା। ଖୋଲା ବେଡ଼ରେ ଥିବା କେତେକ ରୋଗୀଙ୍କୁ ବେଡ଼ଶିିଟ୍‌ ଦିଆଯାଉ ନ ଥିବା ଏହି ପରିଦର୍ଶନ ବେଳେ କେନ୍ଦ୍ରମନ୍ତ୍ରୀ ଦେଖିଥିଲେ। ଏ ସମ୍ପର୍କରେ କାର୍ଯ୍ୟରତ ନର୍ସଙ୍କୁ ପଚାରିବାରୁ କେତେକ ରୋଗୀ ବେଡ଼ଶିିଟ ଚୋରି କରିନେଇ ଯାଉ ଥିବା କହିବାରୁ ସେଠାରେ ଉପସ୍ଥିତ ଲୋକେ ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ହସପିଟାଲର ବିଭିନ୍ନ ସମସ୍ୟା ନେଇ କେନ୍ଦ୍ର ମନ୍ତ୍ରୀ ଜିଲାପାଳଙ୍କୁ ଅବଗତ କରାଇବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri