ଛୁଟିରେ ସ୍କୁଲ ପରିସରରୁ କାଟିନେଲେ ୧୦୬ ଗଛ

ନବରଙ୍ଗପୁର,୫ା୧(ବି.ପ୍ର.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କୁକୁଡ଼ାବାଇ ଇନ୍ଦିରା ପ୍ରିୟଦର୍ଶିନୀ ଉଚ୍ଚ ବିଦ୍ୟାଳୟ ପରିସରରେ ବର୍ଷ ବର୍ଷ ଧରି ଠିଆ ହୋଇଥିବା ୧୦୦ରୁ ଊର୍ଦ୍ଧ୍ୱ ଗଛ କାଟି ନିଆଯାଇଛି। ପରିତାପର ବିଷୟ, ସ୍କୁଲ କର୍ତ୍ତୃପକ୍ଷ ଏହା ଜାଣିପାରିଲେନାହିଁ। ଏମିତିକି ଜଣାପଡ଼ିବା ପରେ ମଧ୍ୟ ସ୍କୁଲ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଏତଲା ଦିଆଯାଇନାହିଁ।
କୁକୁଡ଼ାବାଇ ସ୍ଥିତ ଇନ୍ଦିରା ପ୍ରିୟଦର୍ଶିନୀ ଉଚ୍ଚ ବିଦ୍ୟାଳୟକୁ ୫-ଟି ଅନ୍ତର୍ଭୂକ୍ତ କରାଯାଇ ସୌନ୍ଦର୍ଯ୍ୟକରଣ ଓ ରୂପାନ୍ତରୀକରଣ କାର୍ଯ୍ୟ ଆଗେଇ ଚାଲିଛି। ଏଠାରେ ନବମ ଶ୍ରେଣୀରେ ୬୮ ଓ ୧୦ମ ଶ୍ରେଣୀରେ ୬୭ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି। ବିଦ୍ୟାଳୟ ପରିସର ପାଚେରି ଚତୁଃପାର୍ଶ୍ୱରେ ୧୪୦ଟି ବିରାଟକାୟ ଆକାଶିଆ ଓ ଚାକୁଣ୍ଡା ଗଛ ଥିଲା। ଚାରାରୋପଣ କରିବାଠାରୁ ଏହାର ଯତ୍ନ ନେଇ ବଡ଼ କରିବା ପର୍ଯ୍ୟନ୍ତ ଅନେକ ଶିକ୍ଷକଙ୍କ ହାତ ରହିଥିଲା। ଏହାଦ୍ୱାରା ବିଦ୍ୟାଳୟ ପରିବେଶ ସୁନ୍ଦର ଲାଗିବା ସହ ଛାୟା ଏବଂ ଅମ୍ଳଜାନ
ଯୋଗାଉଥିଲା। ହେଲେ ଖ୍ରୀଷ୍ଟମାସ ଛୁଟିରେ ସେଥିମଧ୍ୟରୁ ୧୦୬ ଗଛ କାଟି ନିଆଯିବା ପରେ ବିଦ୍ୟାଳୟ ପରିସର ଏବେ ଶ୍ରୀହୀନ ହୋଇପଡ଼ିଛି। ଗଛ କଟାଯିବା ଫଳରେ ଅନେକ ସ୍ଥାନରେ ପାଚେରି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ସୂଚନାଯୋଗ୍ୟ, ଡିସେମ୍ବର ୨୨ରୁ ଜାନୁୟାରୀ ୧ ପର୍ଯ୍ୟନ୍ତ ଖ୍ରୀଷ୍ଟମାସ ଛୁଟି ଥିଲା। ଏହାର ସୁଯୋଗ ନେଇ କେତେଜଣ କରତ ସାହାଯ୍ୟରେ ଶତାଧିକ ଗଛ ମୂଳରୁ କାଟି ନେଇଛନ୍ତି। ଅନ୍ୟପକ୍ଷରେ ଏତେ ସଂଖ୍ୟାରେ ଗଛ ରାତିରେ ନୁହେଁ ଦିନରେ ହିଁ କଟାଯାଇଥିବ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି। ୫-ଟି ମାଧ୍ୟମରେ ପାଚେରି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ରଙ୍ଗ ଦିଆଯାଇଛି। ରୂପାନ୍ତରୀକରଣ କାର୍ଯ୍ୟ ଚାଲିଥିବାରୁ ଶ୍ରମିକ ଓ ମିସ୍ତ୍ରି ମଧ୍ୟ କାମରେ ନିୟୋଜିତ ରହିଛନ୍ତି। ତେଣୁ ଗଛ କେଉଁମାନେ କାଟିଲେ ଏବଂ କିଭଳି କାଠ ଚାଲାଣ ହେଲା ସେମାନେ ତାହା ଦେଖିଥିବେ ବୋଲି ଅନୁମାନ କରାଯାଉଛି। ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ଗଛ କଟାଯିବା ପଛରେ କେଉଁମାନେ ଅଛନ୍ତି ତାହା ଜଣାପଡ଼ିବ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ଏ ନେଇ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ପାଲଙ୍କୁ ପଚାରିବାରୁ ସେ କହିଛନ୍ତି, ଛୁଟି ପରେ ବିଦ୍ୟାଳୟ ୨ ତାରିଖରେ ଖୋଲିଥିଲା। ଏହାପରେ ଗଛ କଟାଯାଇଥିବା ଜଣାପଡ଼ିଥିଲା। ଘଟଣା ବିଷୟରେ ଡିଇଓଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଏତଲା ଦିଆଯିବ ବୋଲି ସେ କହିଛନ୍ତି। ଶୁକ୍ରବାର ବିଦ୍ୟାଳୟ ପରିଚାଳନା କମିଟି ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି ପ୍ରଧାନ ଶିକ୍ଷକ ପାଲ କହିଛନ୍ତି। ଗଛ କଟାଯିବା ନେଇ ପୂର୍ବରୁ କୌଣସି ରିଜୋଲ୍ୟୁଶନ ପାସ୍‌ କରାଯାଇଥିଲା କି ବୋଲି ପଚାରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି। ଗଛ କଟାଯିବା ବିଷୟ ହିଁ ଉଠି ନ ଥିଲା ବୋଲି କହିଛନ୍ତି। ଅପରପକ୍ଷେ ଘଟଣା ନେଇ ସହକାରୀ ବନ ସଂରକ୍ଷକ ଧନୁର୍ଜୟ ମହାପାତ୍ରଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି, ଗଛ କଟାଯିବା ପାଇଁ ବିଦ୍ୟାଳୟ ପକ୍ଷରୁ ଆବେଦନ ହୋଇନାହିଁ କି କୌଣସି ଅନୁମତି ମଧ୍ୟ ଦିଆଯାଇ ନାହିଁ। ଅଭିଯୋଗ ଆସିଲେ ଏହାର ତଦନ୍ତ କରାଯିବ ବୋଲି ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri