ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦୫୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୧୦୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୦୭,୩୦୪ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୨୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୪୫ ଏବଂ ରାୟଗଡ଼ାରୁ ୧୧୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ବୌଦ୍ଧରୁ ୬୯, ସମ୍ବଲପୁର ୬୨, ମୟୂରଭଞ୍ଜ ୫୫, ବରଗଡ଼ ୩୬, ନବରଙ୍ଗପୁର ୩୩, ସୋନପୁର ୨୮, କନ୍ଧମାଳ ୨୪, ନୂଆପଡ଼ା ୨୩, କଟକ ୨୦, ନୟାଗଡ଼ ୧୯, ଝାରସୁଗୁଡ଼ା ୧୮, କଳାହାଣ୍ଡି ୧୭, ବାଲେଶ୍ୱର ୧୬, ଭଦ୍ରକ ୧୨, ଯାଜପୁର ୧୦, ପୁରୀ, ୧୦, ଦେବଗଡ଼ ୮, କେନ୍ଦୁଝର ୮, ଗଞ୍ଜାମ ୭, କେନ୍ଦ୍ରାପଡ଼ା ୭, କୋରାପୁଟ ୭, ଜଗତସିଂହପୁର ୫, ଢେଙ୍କାନାଳ ଏବଂ ଗଜପତିରୁ ୨ ଜଣ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ପୁଲ୍‌ ସଂଖ୍ୟା ରହିଛି ୨୭।

Share