Posted inରାଜ୍ୟ

ନିର୍ମାଣ ହେବ ୧୦୫ ଆଦର୍ଶ ବସ୍‌ଷ୍ଟାଣ୍ଡ, ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ଅସ୍ତରଙ୍ଗ, ସୁବର୍ଣ୍ଣରେଖା ବନ୍ଦର

ଭୁବନେଶ୍ୱର,୧୬ା୨(ବ୍ୟୁରୋ): ଯାତ୍ରୀ ପରିବହନ ସେବାକୁ ତ୍ୱରାନ୍ବିତ କରିବାକୁ ରାଜ୍ୟରେ ୧୦୫ଟି ଆଦର୍ଶ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୫୫ଟି ବ୍ଲକସ୍ତରୀୟ ଆଦର୍ଶ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ। ୨୦୨୩ ଡିସେମ୍ବର ସୁଦ୍ଧା ଏଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୫୦ଟି ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। ଏହା ୨୦୨୪ ମାର୍ଚ୍ଚ ସୁଦ୍ଧା ଶେଷ ହେବ। ବୁଧବାର କୋଣାର୍କ ଇକୋ-ରିଟ୍ରିଟ୍‌ଠାରେ ଅନୁଷ୍ଠିତ ବରିଷ୍ଠ ଅଧିକାରୀ ସମ୍ମିଳନୀର ଦ୍ୱିତୀୟ ଦିବସରେ ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଯାତ୍ରୀମାନଙ୍କ ସୁବିଧା ପାଇଁ ବିଜୁ ଗଁା ଗାଡ଼ି ଯୋଜନାକୁ ଆହୁରି ମଜଭୁତ କରିବା ସକାଶେ ଆଭ୍ୟନ୍ତର ଜଳ ପରିବହନକୁ ଏହି ଯୋଜନାରେ ସାମିଲ କରାଯାଇଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମକୁ ବ୍ୟବସାୟିକ ଦୃଷ୍ଟିରୁ ଲାଭ ପ୍ରଦାନ କରୁଥିବା ମାର୍ଗଗୁଡ଼ିକରେ ବସ୍‌ ଚଳାଚଳ କରିବାକୁ ପ୍ରୋତ୍ସାହିତ କରାଯାଇଛି। ଏଥିସହିତ ସହର ପରିବହନ ବ୍ୟବସ୍ଥାରେ ଦ୍ୱିତୀୟ ଶ୍ରେଣୀ ସହରଗୁଡ଼ିକୁ ସାମିଲ କରାଯାଇଛି। ଯାନବାହନଗୁଡ଼ିକର ସମୟଭିତ୍ତିକ ସ୍ଥାନଗୁଡ଼ିକୁ ଯାଞ୍ଚ କରିବାକୁ ଆସନ୍ତା ଅକ୍ଟୋବର ସୁଦ୍ଧା ଜିପିଏସ୍‌/ ଜିପିଆର୍‌ଏସ୍‌ ପଦ୍ଧତି କାର୍ଯ୍ୟକାରୀ କରାଯିବ। ସଡ଼କ ସୁରକ୍ଷା ପାଇଁ ପ୍ରତ୍ୟେକ ମଙ୍ଗଳବାରକୁ ଶୂନ ସହନଶୀଳତା ଦିବସ ଭାବେ ରାଜ୍ୟରେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି।

ଅନ୍ୟପକ୍ଷରେ ଦୀର୍ଘ ବର୍ଷ ଧରି ପଡ଼ିରହିଥିବା ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖା ବନ୍ଦର ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ। ସୁବର୍ଣ୍ଣରେଖା ବନ୍ଦରର ମାଲ ପରିବହନ କ୍ଷମତା ୨୫ରୁ ୫୫ ଏମ୍‌ଏମ୍‌ଟିପିଏ ହୋଇଥିବା ବେଳେ ଅସ୍ତରଙ୍ଗ ବନ୍ଦରର କ୍ଷମତା ୧୭ରୁ ୭୧ ଏମ୍‌ଏମ୍‌ଟିପିଏ ଏବଂ ମହାନଦୀରେ ନିର୍ମାଣ ହେଉଥିବା ନଦୀଭିତ୍ତିକ ବନ୍ଦର କ୍ଷମତା ୪୫ ଏମ୍‌ଏମ୍‌ଟିପିଏ ରହିବ। ବିମାନ ଉଡ଼ାଣ ତାଲିମକୁ ତ୍ୱରାନ୍ବିତ କରିବାକୁ ଢେଙ୍କାନାଳର ବିରାସାଳସ୍ଥିତ ବିଜୁ ପଟ୍ଟନାୟକ ଏରୋସ୍ପେସ୍‌ ଏକାଡେମୀରୁ ପ୍ରତିବର୍ଷ ୫୦୦ ପାଇଲଟ ପ୍ରସ୍ତୁତ କରାଯିବ। ଏହାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଚାଲୁ ରହିଛି ବୋଲି ସଚିବ କହିଛନ୍ତି।

ନୂତନ ଓଡ଼ିଶା-ସଶକ୍ତ ଓଡ଼ିଶାର ସଫଳ ରୂପାୟନ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଓଡ଼ିଶାର ସମସ୍ତ ଗ୍ରାମପଞ୍ଚାୟତକୁ ଯାତ୍ରୀବାହୀ ବସ୍‌ସେବା ପ୍ରଚଳନ କରିବାକୁ ଯୋଜନା ଥିବାବେଳେ ସମସ୍ତ ଜିଲାକୁ ରେଳ ସଂଯୋଗ ଏବଂ ସେବା ଯୋଗାଣରେ ସ୍ବଚ୍ଛତା ଓ ସୁବିଧା ରକ୍ଷା ପାଇଁ ନାଗରିକ ସୁବିଧାଯୋଗ୍ୟ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରାଯାଉଛି। ଉପକୂଳ ଓଡ଼ିଶାରେ ବନ୍ଦର ଭିତ୍ତିଭୂମିର ବିକାଶ କରି ଓଡ଼ିଶାକୁ ଏକ ଶକ୍ତିଶାଳୀ ସମୁଦ୍ରତଟ ରାଜ୍ୟରେ ରୂପାନ୍ତର କରାଯିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି॥ ସଡ଼କ ଦୁର୍ଘଟଣା ଓ ତଜ୍ଜନିତ ମୃତ୍ୟୁକୁ ହ୍ରାସକରିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକ ସହିତ ପରାମର୍ଶ କରି କାର୍ଯ୍ୟାବଳୀ ପ୍ରସ୍ତୁତ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ସଚିବ ରାଜ୍ୟର ବିଭିନ୍ନ ପରିବହନ କ୍ଷେତ୍ର ଯଥା- ସଡ଼କ, ରେଳ, ଆଭ୍ୟନ୍ତର ଜଳ ପରିବହନ ଓ ବେସାମରିକ ବିମାନ ଚଳାଚଳଗୁଡ଼ିକର ଉନ୍ନତି ପାଇଁ ଏକ ଯୋଜନା ଉପସ୍ଥାପନ କରିଥିଲେ। ୨୦୨୧-୨୨ ଆର୍ଥିକ ବର୍ଷରେ ବାଣିଜ୍ୟ ଓ ପରିବହନ ବିଭାଗର ବଜେଟ ୮୭୦ କୋଟି ଟଙ୍କା ଥିଲା। ୨୦୨୨-୨୩ରେ ୬୧% ବୃଦ୍ଧି ହୋଇ ୧୪୩୨ କୋଟି ଟଙ୍କାରେ ପହଞ୍ଚିଛି। ଏହି ଅଭିବୃଦ୍ଧି ବଜେଟ ଦ୍ୱାରା ବିଭାଗ ଭିତ୍ତିଭୂମିକୁ ସ୍ଥିତିସ୍ଥାପକ ଓ ଉନ୍ନତମାନର କରିବାକୁ ଲକ୍ଷ୍ୟ ରଖିଛି। ଯଦ୍ଦ୍ବାରା ଜନସାଧାରଣ ସୁଚାରୁରୂପେ ଏବଂ ନିର୍ବିଘ୍ନରେ ଚଳାଚଳ କରିପାରିବେ। ସୁନ୍ଦରଗଡ଼ ଜିଲାପାଳ ଗାଭାଲି ପି ହର୍ଶଦ ଏବଂ ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସେମାନଙ୍କ ଜିଲାର ଆକାଂକ୍ଷୀ ବିଷୟ ବୈଠକରେ ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ପାଟଣାଗଡ଼,୨୨।୧୨: ବଲାଙ୍ଗୀର ଜିଲା ବେଲପଡ଼ା ଥାନା ପାର୍ଲିମାଲ ଗାଁରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଏକ ବଡ଼ ଧରଣର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ୱୃତ୍ତମାନେ...

ବିନା ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ: ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ଅବହେଳିତ

ଭବାନୀପାଟଣା, ୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସର୍ବପୁରାତନ ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ମୁଖ୍ୟାଳୟ ଭବାନୀପାଟଣା ସହରରେ ଥାଇ ମଧ୍ୟ ଅବହେଳିତ ହୋଇପଡିଛି। ୪୫ବର୍ଷ...

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

ମଣ୍ଡିରେ ପଡ଼ିଛି ଧାନ: ଚାଲିଛି ନେତାଙ୍କ ଟଣା ଓଟରା

ଭୁବନେଶ୍ୱର,୨୨।୧୨: ମଣ୍ଡିରେ ଚାଷୀଙ୍କ ଧାନ କିଣା ସମସ୍ୟା ନେଇ ପ୍ରତିକ୍ରିୟା ରଖିଲା ବିଜେଡି। ସମବାୟ ମନ୍ତ୍ରୀଙ୍କୁ ବିଜେଡି ବରିଷ୍ଠ ଉପ ସଭାପତି ସଞ୍ଜୟ ଦାସବର୍ମା ଟାର୍ଗେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri