Posted inରାଜ୍ୟ

ନିର୍ମାଣ ହେବ ୧୦୫ ଆଦର୍ଶ ବସ୍‌ଷ୍ଟାଣ୍ଡ, ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ଅସ୍ତରଙ୍ଗ, ସୁବର୍ଣ୍ଣରେଖା ବନ୍ଦର

ଭୁବନେଶ୍ୱର,୧୬ା୨(ବ୍ୟୁରୋ): ଯାତ୍ରୀ ପରିବହନ ସେବାକୁ ତ୍ୱରାନ୍ବିତ କରିବାକୁ ରାଜ୍ୟରେ ୧୦୫ଟି ଆଦର୍ଶ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୫୫ଟି ବ୍ଲକସ୍ତରୀୟ ଆଦର୍ଶ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ। ୨୦୨୩ ଡିସେମ୍ବର ସୁଦ୍ଧା ଏଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୫୦ଟି ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। ଏହା ୨୦୨୪ ମାର୍ଚ୍ଚ ସୁଦ୍ଧା ଶେଷ ହେବ। ବୁଧବାର କୋଣାର୍କ ଇକୋ-ରିଟ୍ରିଟ୍‌ଠାରେ ଅନୁଷ୍ଠିତ ବରିଷ୍ଠ ଅଧିକାରୀ ସମ୍ମିଳନୀର ଦ୍ୱିତୀୟ ଦିବସରେ ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଯାତ୍ରୀମାନଙ୍କ ସୁବିଧା ପାଇଁ ବିଜୁ ଗଁା ଗାଡ଼ି ଯୋଜନାକୁ ଆହୁରି ମଜଭୁତ କରିବା ସକାଶେ ଆଭ୍ୟନ୍ତର ଜଳ ପରିବହନକୁ ଏହି ଯୋଜନାରେ ସାମିଲ କରାଯାଇଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମକୁ ବ୍ୟବସାୟିକ ଦୃଷ୍ଟିରୁ ଲାଭ ପ୍ରଦାନ କରୁଥିବା ମାର୍ଗଗୁଡ଼ିକରେ ବସ୍‌ ଚଳାଚଳ କରିବାକୁ ପ୍ରୋତ୍ସାହିତ କରାଯାଇଛି। ଏଥିସହିତ ସହର ପରିବହନ ବ୍ୟବସ୍ଥାରେ ଦ୍ୱିତୀୟ ଶ୍ରେଣୀ ସହରଗୁଡ଼ିକୁ ସାମିଲ କରାଯାଇଛି। ଯାନବାହନଗୁଡ଼ିକର ସମୟଭିତ୍ତିକ ସ୍ଥାନଗୁଡ଼ିକୁ ଯାଞ୍ଚ କରିବାକୁ ଆସନ୍ତା ଅକ୍ଟୋବର ସୁଦ୍ଧା ଜିପିଏସ୍‌/ ଜିପିଆର୍‌ଏସ୍‌ ପଦ୍ଧତି କାର୍ଯ୍ୟକାରୀ କରାଯିବ। ସଡ଼କ ସୁରକ୍ଷା ପାଇଁ ପ୍ରତ୍ୟେକ ମଙ୍ଗଳବାରକୁ ଶୂନ ସହନଶୀଳତା ଦିବସ ଭାବେ ରାଜ୍ୟରେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି।

ଅନ୍ୟପକ୍ଷରେ ଦୀର୍ଘ ବର୍ଷ ଧରି ପଡ଼ିରହିଥିବା ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖା ବନ୍ଦର ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ। ସୁବର୍ଣ୍ଣରେଖା ବନ୍ଦରର ମାଲ ପରିବହନ କ୍ଷମତା ୨୫ରୁ ୫୫ ଏମ୍‌ଏମ୍‌ଟିପିଏ ହୋଇଥିବା ବେଳେ ଅସ୍ତରଙ୍ଗ ବନ୍ଦରର କ୍ଷମତା ୧୭ରୁ ୭୧ ଏମ୍‌ଏମ୍‌ଟିପିଏ ଏବଂ ମହାନଦୀରେ ନିର୍ମାଣ ହେଉଥିବା ନଦୀଭିତ୍ତିକ ବନ୍ଦର କ୍ଷମତା ୪୫ ଏମ୍‌ଏମ୍‌ଟିପିଏ ରହିବ। ବିମାନ ଉଡ଼ାଣ ତାଲିମକୁ ତ୍ୱରାନ୍ବିତ କରିବାକୁ ଢେଙ୍କାନାଳର ବିରାସାଳସ୍ଥିତ ବିଜୁ ପଟ୍ଟନାୟକ ଏରୋସ୍ପେସ୍‌ ଏକାଡେମୀରୁ ପ୍ରତିବର୍ଷ ୫୦୦ ପାଇଲଟ ପ୍ରସ୍ତୁତ କରାଯିବ। ଏହାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଚାଲୁ ରହିଛି ବୋଲି ସଚିବ କହିଛନ୍ତି।

ନୂତନ ଓଡ଼ିଶା-ସଶକ୍ତ ଓଡ଼ିଶାର ସଫଳ ରୂପାୟନ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଓଡ଼ିଶାର ସମସ୍ତ ଗ୍ରାମପଞ୍ଚାୟତକୁ ଯାତ୍ରୀବାହୀ ବସ୍‌ସେବା ପ୍ରଚଳନ କରିବାକୁ ଯୋଜନା ଥିବାବେଳେ ସମସ୍ତ ଜିଲାକୁ ରେଳ ସଂଯୋଗ ଏବଂ ସେବା ଯୋଗାଣରେ ସ୍ବଚ୍ଛତା ଓ ସୁବିଧା ରକ୍ଷା ପାଇଁ ନାଗରିକ ସୁବିଧାଯୋଗ୍ୟ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରାଯାଉଛି। ଉପକୂଳ ଓଡ଼ିଶାରେ ବନ୍ଦର ଭିତ୍ତିଭୂମିର ବିକାଶ କରି ଓଡ଼ିଶାକୁ ଏକ ଶକ୍ତିଶାଳୀ ସମୁଦ୍ରତଟ ରାଜ୍ୟରେ ରୂପାନ୍ତର କରାଯିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି॥ ସଡ଼କ ଦୁର୍ଘଟଣା ଓ ତଜ୍ଜନିତ ମୃତ୍ୟୁକୁ ହ୍ରାସକରିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକ ସହିତ ପରାମର୍ଶ କରି କାର୍ଯ୍ୟାବଳୀ ପ୍ରସ୍ତୁତ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ସଚିବ ରାଜ୍ୟର ବିଭିନ୍ନ ପରିବହନ କ୍ଷେତ୍ର ଯଥା- ସଡ଼କ, ରେଳ, ଆଭ୍ୟନ୍ତର ଜଳ ପରିବହନ ଓ ବେସାମରିକ ବିମାନ ଚଳାଚଳଗୁଡ଼ିକର ଉନ୍ନତି ପାଇଁ ଏକ ଯୋଜନା ଉପସ୍ଥାପନ କରିଥିଲେ। ୨୦୨୧-୨୨ ଆର୍ଥିକ ବର୍ଷରେ ବାଣିଜ୍ୟ ଓ ପରିବହନ ବିଭାଗର ବଜେଟ ୮୭୦ କୋଟି ଟଙ୍କା ଥିଲା। ୨୦୨୨-୨୩ରେ ୬୧% ବୃଦ୍ଧି ହୋଇ ୧୪୩୨ କୋଟି ଟଙ୍କାରେ ପହଞ୍ଚିଛି। ଏହି ଅଭିବୃଦ୍ଧି ବଜେଟ ଦ୍ୱାରା ବିଭାଗ ଭିତ୍ତିଭୂମିକୁ ସ୍ଥିତିସ୍ଥାପକ ଓ ଉନ୍ନତମାନର କରିବାକୁ ଲକ୍ଷ୍ୟ ରଖିଛି। ଯଦ୍ଦ୍ବାରା ଜନସାଧାରଣ ସୁଚାରୁରୂପେ ଏବଂ ନିର୍ବିଘ୍ନରେ ଚଳାଚଳ କରିପାରିବେ। ସୁନ୍ଦରଗଡ଼ ଜିଲାପାଳ ଗାଭାଲି ପି ହର୍ଶଦ ଏବଂ ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସେମାନଙ୍କ ଜିଲାର ଆକାଂକ୍ଷୀ ବିଷୟ ବୈଠକରେ ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

ଶ୍ରୀରାମନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା: ଗିରଫ ଦାବି କଲା ବିଜେଡି

ବଲାଙ୍ଗୀର,୨୯ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ…

ଫର୍ମ ପୂରଣ କରିବାକୁ ଯାଇଥିଲେ ଛାତ୍ରୀ, ବଜ୍ରପାତରେ ଗଲା ଜୀବନ, ସହାୟତା ଦାବି କରି…

ଦିଗପହଣ୍ଡି,୨୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ମେଧାବୀ ଛାତ୍ରୀ ରେଶ୍ମା ଭୋଳ (୨୧) ଶୁକ୍ରବାର ଅପରାହ୍ନରେ ବ୍ରଜପାତରେ ମୃତ୍ୟୁବରଣ…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ରାମନବମୀ ଶୋଭାଯାତ୍ରାବେଳେ ଫାଙ୍କା ଗୁଳିଚାଳନା କରି ଫସିଲେ ବିଧାୟକ, ଏବେ…

ବଲାଙ୍ଗୀର/ଟିଟିଲାଗଡ଼,୨୯ା୩ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ଫୁଟିଛି ଗୁଳି। ଆଉ ଏହି ଗୁଳି ଚଳାଇଛନ୍ତି…

ବିଧାୟିକାଙ୍କ ସ୍ବାମୀଙ୍କ ନାମରେ ସଙ୍ଗୀନ ଅଭିଯୋଗ: ତହସିଲଦାରଙ୍କୁ…

ନର୍ଲା,୨୯।୩(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ।…

ସକାଳୁ ସକାଳୁ ଭଞ୍ଜନଗରରେ ଘଟିଛି ଏମିତି କିଛି ଅଘଟଣ: ଜଣଙ୍କୁ ହାଣିଲେ, ଆଉ ଜଣଙ୍କୁ…

ଭଞ୍ଜନଗର,୨୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ କୋକଲବା ନିକଟରେ ଜଣେ ଯୁବକଙ୍କୁ ରବିବାର ପ୍ରତ୍ୟୁଷରେ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri