୧୦୫ କୋଟିର କାରବାର ତଥ୍ୟ ମିଳିଲାଣି

ଭୁବନେଶ୍ୱର,୭ା୭(ସତ୍ୟଜିତ୍‌ ରାଉତ): ଆୟକର ଫାଙ୍କି ଅଭିଯୋଗରେ ରିୟଲ୍‌ ଇଷ୍ଟେଟ୍‌ କମ୍ପାନୀ ଡିଏନ୍‌ ଗ୍ରୁପ ଉପରେ ଆୟକର ବିଭାଗ ପକ୍ଷରୁ ହେଉଥିବା ଚଢ଼ାଉ ଜାରି ରହିଛି। ବୁଧବାରଠାରୁ ଭୁବନେଶ୍ୱର ସମେତ ସଂସ୍ଥାର ପ୍ରାୟ ୨୦ଟି ସ୍ଥାନରେ ହେଉଥିବା ଚଢ଼ାଉରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଆୟକର ବିଭାଗ ଜବତ କରିଥିବା ଜଣାପଡ଼ିଛ। ଏଥିସହ ଏହି ଚଢ଼ାଉରେ ଆୟକର ବିଭାଗ ହାତରେ ଡିଏନ୍‌ ଗ୍ରୁପ୍‌ର ୧୦୫ କୋଟି ଟଙ୍କାର ବ୍ୟବସାୟିକ କାରବାର ଚିଠା ମିଳିଥିବା ସୂଚନା ମିଳିଛି। ତେବେ ଏହି କାରବାର ମଧ୍ୟରେ ଡିଏନ୍‌ ଗ୍ରୁପ ପକ୍ଷରୁ ଫ୍ଲାଟ ପାଇଁ ଆଦାୟ ହୋଇଥିବା ୮୦ କୋଟି ଟଙ୍କାର ଚିଠା ରହିଛି। ସେହିଭଳି ବାକି ୨୫ଲକ୍ଷ ଟଙ୍କା ସଂସ୍ଥାର ଅନ୍ୟାନ୍ୟ କାର୍ଯ୍ୟର ବୋଲି କୁହାଯାଉଛି। ଅନ୍ୟପକ୍ଷରେ କର୍ମଚାରୀ କୁହାଯାଉଥିବା ଚନ୍ଦ୍ରଶେଖର ପଣ୍ଡା ଡିଏନ୍‌ ଗ୍ରୁପର ଲିଗାଲ ଅଫିସର ବୋଲି ଜଣାପଡ଼ିଛି। ତେବେ ତାଙ୍କ ପାଖରୁ ବୁଧବାର ୩ଟି ଟ୍ରଙ୍କ୍‌ରେ ମିଳିଥିବା ପ୍ରାୟ ୩୦ କୋଟି ଟଙ୍କାକୁ ଆର୍‌ବିଆଇକୁ ଆୟକର ବିଭାଗ ଟିମ୍‌ ନେଇ ଡିଏନ୍‌ ଗ୍ରୁପର ଜଣେ ବ୍ୟକ୍ତିଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ଗଣିଛି। ତେବେ ଏତେ ପରିମାଣର ଟଙ୍କାର ଉତ୍ସ ସଂକ୍ରାନ୍ତରେ ଆୟକର ବିଭାଗ ଅଧିକ ଖୋଳତାଡ଼ କରୁଛି। ତେବେ ବଡ଼ କଥା ହେଲା ମିଳିଥିବା ଟଙ୍କାରେ କିଛି ନକଲି ଟଙ୍କା ଥିବା ମଧ୍ୟ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଏତେ ବଡ଼ ପରିମାଣରେ ଟଙ୍କା
ମିଳିବାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିଜ ଆଡ଼ୁ ମାମଲା ରୁଜୁ କରି ବେଆଇନ ଅର୍ଥ କାରବାର ଦିଗକୁ ନେଇ ତଦନ୍ତ କରିବ ବୋଲି ମଧ୍ୟ ସୂଚନା ମିଳିଛି।
ତେବେ ଡିଏନ୍‌ ଗ୍ରୁପରେ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଟଙ୍କା ନିବେଶ ହୋଇଥିବା ଚର୍ଚ୍ଚା ହେଉଥିବାବେଳେ ଏହି ଘଟଣାକୁ ରାଜନୀତିରେ ଆରୋପ ପ୍ରତ୍ୟାରୋପ ବଢ଼ିବାରେ ଲାଗିଛି। ସରକାରୀ ଦଳର ପୃଷ୍ଠପୋଷକତାରେ ଡିଏନ୍‌ ଗ୍ରୁପ୍‌ ତା’ର ସାମ୍ରାଜ୍ୟ ବିସ୍ତାର କରୁଥିବା ବିରୋଧୀ ଦଳପକ୍ଷରୁ ଅଭିଯୋଗ କରାଯାଉଛି। ଏପରିକି ଡିଏନ୍‌ ଗ୍ରୁପର ଅଧ୍ୟକ୍ଷ ଜଗଦିଶ୍‌ ପ୍ରସାଦ ନାୟକଙ୍କ ସହ ତୃତୀୟ ମହଲା ଲିଙ୍କ୍‌ ଥିବା ମଧ୍ୟ ବିରୋଧୀ କହି ସରକାରଙ୍କୁ ଘେରିଛନ୍ତି। ଭାଜପା ମୁଖପାତ୍ର ଅନିଲ ବିଶ୍ୱାଳ ଖବରଦାତା ସମ୍ମିଳନୀରେ କହିଛନ୍ତି, କର୍ପୋରେଟ୍‌ ହାଉସ୍‌ର ଜଣେ କର୍ମଚାରୀଙ୍କ ଘରୁ ୩୦ କୋଟି ଟଙ୍କା ମିଳିଲା। ଓଡ଼ିଶା ଇତିହାସରେ ଏମିତି କେବେ ହେଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହ ଦୁର୍ନୀତିଗ୍ରସ୍ତ ଅମଲାତନ୍ତ୍ର ଓ ବ୍ୟବାସାୟୀଙ୍କ ସହ ସମ୍ପର୍କ କ’ଣ? ଓଡ଼ିଶାର ଲୋକ ସିଏମ୍‌ଓ କହିଲେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ବୁଝୁନାହାନ୍ତି, ଏହାର ଅର୍ଥ କରପ୍‌ଶନ୍‌ ମୋବିଲାଇଜେଶନ୍‌ ଅଫିସ ବୋଲି ଅନୀଲ କହି କଟାକ୍ଷ କରିଛନ୍ତି।
ସେହିଭଳି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଡିଏନ୍‌ ଗ୍ରୁପର କର୍ମଚାରୀଙ୍କଠୁ ମିଳିଥିବା ଟଙ୍କା ବଡ଼ ବଡ଼ ଅଫିସର, ମନ୍ତ୍ରୀ ଓ ଶାସକ ଦଳର ହୋଇଥିବା ବେଳେ ନିର୍ବାଚନ ବେଳେ ଏହାକୁ ଖଟାଇବା ପାଇଁ ରଖାଯାଇଥିଲା ବୋଲି ଜନସାଧାରଣ ଆଲୋଚନା କରୁଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିଜେଡ଼ି ମୁଖପାତ୍ର ଲେଲିନ୍‌ ମହାନ୍ତି ଏହାର ଜବାବରେ କହିଛନ୍ତି, ଯଦି କେହି ଟିକସ ଫାଙ୍କିଥିବେ ତାହା ଲୋକଲୋଚନକୁ ଆସୁ। ଆଇନ ତା’ ବାଟରେ ଯିବ ବୋଲି ସବୁବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିରେ କିଛି ଅସୁବିଧା ନାହିଁ। ବିରୋଧୀମାନେ ଜାଣିଲେଣି ତାଙ୍କର ଆଉ ସ୍ଥିତି, ଭିତ୍ତି ନାହିଁ। ହତାସାରେ ସେମାନେ ବିଳିବିଳାଉଛନ୍ତି ବୋଲି ଲେଲିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri