ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦୫ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରେ ୬୪ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୪୧ ଲୋକାଲ କେସ୍‌ ରହିଛି। ଏହାଛଡ଼ା ସଂକ୍ରମିତଙ୍କ ମଧ୍ୟରେ ୨୨ଜଣ ପିଲା ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ତେବେ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୨ ଆକ୍ରାନ୍ତ ଥିବା ବେଳେ ବାଲେଶ୍ୱରରୁ ୬, ବରଗଡ଼ରୁ ୨,ବଲାଙ୍ଗୀରରୁ ୪,ଗଜପତିରୁ ୬, ଜଗତସିଂହପୁରରୁ ୩, ଯାଜପୁରରୁ ୫, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୨, ଖୋର୍ଦ୍ଧାରୁ ୫, କୋରାପୁଟରୁ ୪, ମୟୂରଭଞ୍ଜରୁ ୬, ସମ୍ବଲପୁରରୁ ୪, ସୁନ୍ଦରଗଡ଼ରୁ ୧୭, ବୌଦ୍ଧରୁ ୨, କଟକ-ଦେଓଗଡ଼-ଢ଼େଙ୍କାନାଳ-ଝାରସୁଗୁଡ଼ା ଏବଂ ଷ୍ଟେଟ ପୁଲ୍‌ରୁ ଜଣେ ଲେଖାଏ ଅଛନ୍ତି।