ରାଜଧାନୀରେ ମାଡି ଚାଲିଛି କରୋନା: ଆଉ ୧୦୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩୦।୭(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ମାଡି ଚାଲିଛି କରୋନା। ଗୁରୁବାର ଆଉ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୯ ଜଣ କ୍ୱାରାଣ୍ଟାଇନରୁ ହୋଇଥିବାବେଳେ ୪୬ ଲୋକାଲ କଣ୍ଟାକ୍ଟ କେସ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୟାପଲ୍ଲୀ ନୂଆସାହିରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସହିଦନଗର ଅଞ୍ଚଳରୁ ୬, ନୂଆପଲ୍ଲୀର ଅନ୍ୟ ଏକ ଅଞ୍ଚଳରୁ ୬, ୟୁନିଟ-୧ରୁ ୩ ଚିହ୍ନଟ ହୋଇଛନ୍ତି।