ଅଭିବୃଦ୍ଧି ଆକଳନ ୬%କୁ ହ୍ରାସ କଲା ବିଶ୍ୱବ୍ୟାଙ୍କ

ଓ୍ବାଶିଂଟନ,୧୪-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ବିଶ୍ୱବ୍ୟାଙ୍କ ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ପୂର୍ବାନୁମାନ ୬%କୁ ହ୍ରାସ କରିଛି। ନିକଟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଦେଶର ଅଭିବୃଦ୍ଧି ଆକଳନକୁ କମ୍‌ କରିଥିଲା। ୨୦୧୯-୨୦ ଆର୍ଥତ୍କ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ୭.୫% ରହିବ ବୋଲି ଏପ୍ରିଲରେ ବିଶ୍ୱ ବ୍ୟାଙ୍କ ପୂର୍ବରୁ କରିଥିବା ଆକଳନରେ କହିଥିଲା। ଏପଟେ ବିଶ୍ୱବ୍ୟାଙ୍କ ପକ୍ଷରୁ ଏହାର ଦକ୍ଷିଣ ଏସିଆ ଇକୋନୋମିକ ଫୋକସର ସଦ୍ୟତମ ସଂସ୍କରଣ ରିପୋର୍ଟରେ କହିଛି ଯେ, ୨୦୨୧ରେ ଭାରତ ଏହାର ଅଭିବୃଦ୍ଧି ଧାରାକୁ ୬.୯%କୁ ନେବାରେ ସକ୍ଷମ ହେବ। ସେହିଭଳି ୨୦୨୨ରେ ଅଭିବୃଦ୍ଧି ହାର ୭.୨% ରହିବ ବୋଲି ଆକଳନ କରାଯାଇଛି। ଲଗାତର ଭାବେ ଦ୍ୱିତୀୟ ବର୍ଷ ଲାଗି ଭାରତର ଅଭିବୃଦ୍ଧି ହାର ହ୍ରାସ ହେଉଛି। ଏହା ୨୦୧୮-୧୯ରେ ୬.୮% ଏବଂ ୨୦୧୭-୧୮ରେ ୭.୨% ରହିଥିଲା। ମାନ୍ଦାବସ୍ଥା ଦେଶର ଆର୍ଥତ୍କ କ୍ଷେତ୍ରକୁ ଆହୁରି କ୍ଷତିଗ୍ରସ୍ତ କରିବ ବୋଲି ରିପୋର୍ଟରେ କୁହାଯାଇଛି।
ଏସିଆର ତୃତୀୟ ବୃହତ୍‌ ଅର୍ଥବ୍ୟବସ୍ଥା ଭାବେ ପରିଗଣିତ ଭାରତର ଜିଡ଼ିପି ଅଭିବୃଦ୍ଧି ହାର ୬ ବର୍ଷର ସର୍ବନିମ୍ନ ସ୍ତରରେ ରହିଛି। ଏପ୍ରିଲ-ଜୁନ ତ୍ରୈମାସରେ ଏହା ୫%କୁ ଖସି ଆସିଛି। ସରକାରଙ୍କ ଖର୍ଚ୍ଚ ଏବଂ ଖାଉଟି ଚାହିଦା କମିଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି। ଅପରପକ୍ଷରେ ଅଗଷ୍ଟରେ ଶିଳ୍ପକ୍ଷେତ୍ର ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ସରକାର ମାନ୍ଦାବସ୍ଥାକୁ ରୋକିବା ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରୁଥିବା ବେଳେ ସ୍ଥିତି ଅଧିକ ଜଟିଳ ରହିଥିବାରୁ ଏହା ପର୍ଯ୍ୟାପ୍ତ ହେଉନାହିଁ। ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଚଳିତ ବର୍ଷ ୫ଥର ରେପୋ ହ୍ରାସ କରିଛି। ସେହିଭଳି କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ଆର୍ଥତ୍କ ବର୍ଷ ଏହାର ଅଭିବୃଦ୍ଧି ଆକଳନକୁ ୬.୯%ରୁ ୬.୨% କରିଛି।
ଗତ ସପ୍ତାହରେ ରେଟିଂ ଏଜେନ୍ସି ମୁଡିସ ଇନଭେଷ୍ଟର୍ସ ସର୍ଭିସ ଭାରତର ଅଭିବୃଦ୍ଧି ଅନୁମାନକୁ କମ୍‌ କରିବା ସହ ୬.୨%କୁ ୫.୮%କୁ ଆଣିଛି। ଦୀର୍ଘ ସମୟ ଧରି ଅଭିବୃଦ୍ଧିରେ ମାନ୍ଦାବସ୍ଥା ସରକାରଙ୍କ ବିତ୍ତିୟ ଯୋଜନାକୁ ପ୍ରଭାବିତ କରିବ ବୋଲି ଏହା ପ୍ରକାଶ କରିଛି। ଅପରପକ୍ଷରେ ବିଶ୍ୱବ୍ୟାଙ୍କ ମଧ୍ୟ ଭାରତର ଅଭିବୃଦ୍ଧି ମନ୍ଥରତା ଏବଂ ସରକାରଙ୍କ କର୍ପୋରେଟ ଟିକସ ହ୍ରାସକୁ ନେଇ ଆଶଙ୍କା ପ୍ରକଟ କରିଛି। ସରକାରଙ୍କ କର୍ପୋରେଟ ଟିକସ ହ୍ରାସ ନିଷ୍ପତ୍ତି ଦ୍ୱାରା ରାଜକୋଷ ଉପରେ ପ୍ରାୟ ୧.୪୫ ଲକ୍ଷ କୋଟି ଟଙ୍କାର ବୋଝ ପଡିବ। ଏପଟେ ବ୍ୟାଙ୍କ କହିଛି ଯେ, ଅଭିବୃଦ୍ଧି ହ୍ରାସ, ଟିକସ ସଂଗ୍ରହ କମିଲେ ଏହା ବିତ୍ତୀୟ ଧାରା ଉପରେ ଗଭୀର ପ୍ରକାଇବା ସ୍ବାଭାବିକ। ମାତ୍ର ବିତ୍ତୀୟ ନିଅଣ୍ଟ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଦିଗରେ ସରକାରଙ୍କ ଯୁକ୍ତିକୁ ଏହା ବିରୋଧାଭାସ କରୁଛି।

ଆର୍ଥତ୍କ ସଂସ୍କାରରୁ ଅସୁବିଧା
ଭାରତରେ ଲାଗୁ ହୋଇଥିବା ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଏବଂ ବିମୁଦ୍ରୀକରଣର ଅସୁବିଧା ବଜାର ଉପରେ ଏବେ ମଧ୍ୟ ରହିଥିବା ବିଶ୍ୱବ୍ୟାଙ୍କ ପ୍ରକାଶ କରିଛି। ଏହା ଦ୍ୱାରା ଗ୍ରାମାଞ୍ଚଳ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି। ସେହିଭଳି ସହରାଞ୍ଚଳ ନିଯୁକ୍ତି କ୍ଷେତ୍ରରେ ଏହାର ନକରାତ୍ମକ ପ୍ରଭାବ ଦେଖାଯାଇଛି। ଏଭଳି ବିଭିନ୍ନ ପ୍ରସଙ୍ଗ ଗରିବ ପରିବାରଗୁଡିକର ଅଡୁଆକୁ ଆହୁରି ବଢାଇବାର ସମ୍ଭାବନା ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଗ୍ରାମାଞ୍ଚଳ ଆୟରେ ମନ୍ଥର ଅଭିବୃଦ୍ଧି, ବଜାରରେ ଚାହିଦା ହ୍ରାସ ଯୋଗୁ ଅଟୋମୋବାଇଲ ସମେତ ଏଫ୍‌ଏମ୍‌ସିଜି କ୍ଷେତ୍ର ବର୍ତ୍ତମାନ ମାନ୍ଦାବସ୍ଥା ଦେଇ ଗତି କରୁଛନ୍ତି। ଅପରପକ୍ଷରେ ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନଗୁଡିକ କ୍ଷତିଗ୍ରସ୍ତ ସ୍ଥିତିରେ ରହିଥିବାରୁ ଚାହିଦା ଏତେ ଶୀଘ୍ର ଫେରୁ ନାହିଁ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

ଭାରତ ତୁଳନାରେ ବାଂଲାଦେଶ,ନେପାଳର ତ୍ୱରିତ ଅଭିବୃଦ୍ଧି
ଭାରତ ତୁଳନାରେ ବାଂଲାଦେଶ ଏବଂ ନେପାଳ ଉନ୍ନତ ଅଭିବୃଦ୍ଧି ହାସଲ କରିବେ। ସମଗ୍ର ଦକ୍ଷିଣ ଏସିଆର ଅଭିବୃଦ୍ଧି ମଧ୍ୟ ଏତେଟା ଉନ୍ନତ ହେବ ନାହିଁ ବୋଲି ବିଶ୍ୱବ୍ୟାଙ୍କ ରିପୋର୍ଟରେ କୁହାଯାଇଛି। ଏହି ସମୟରେ ପାକିସ୍ତାନର ଅଭିବୃଦ୍ଧି ୨.୪%କୁ ଖସିବ। ଦକ୍ଷିଣ ଏସିଆର ଅଭିବୃଦ୍ଧି ୧.୧% ହ୍ରାସ ଘଟି ୫.୯%କୁ ଖସିଯିବ ବୋଲି ଆକଳନ କରାଯାଇଛି। ଗତ ତ୍ରୈମାସରେ ଭାରତର ଘରୋଇ ଚାହିଦା ୩.୧%କୁ ଖସିଛି। ଏହା ଗତ ବର୍ଷ ସମାନ ସମୟରେ ୭.୩% ଥିଲା। ସେହିଭଳି ମାନୁଫାକଚରିଂ ଅଭିବୃଦ୍ଧି ୧% ତଳକୁ ଖସି ଆସିଛି। ଏହା ଗୋଟିଏ ବର୍ଷ ତଳେ ୧୦%ରୁ ଉର୍ଦ୍ଧ୍ୱ ରହିଥିଲା। ବାଂଲାଦେଶର ଅଭିବୃଦ୍ଧି ୮.୧% ରହିବ ବୋଲି ଆକଳନ କରାଯାଇଛି। ଏହି ଆକଳନ ୨୦୧୮ରେ ୭.୯% ରହିଥିଲା। ସେହିଭଳି ନେପାଳ ୨୦୨୦ରେ ୭.୨% ଏବଂ ୨୦୨୧ରେ ୭.୨% ଅଭିବୃଦ୍ଧି ହାସଲ କରିବ ବୋଲି ପୂର୍ବାନୁମାନ କରାଯାଇଛି। ଏହି ସମୟରେ ନେପାଳର ଜିଡିପି ଅଭିବୃଦ୍ଧି ୬.୫% ରହିବ। ସେହିଭଳି ଆଫଗାନିସ୍ତାନ ୩%, ଭୁଟାନ ୭.୪% ଏବଂ ଶ୍ରୀଲଙ୍କାର ଅଭିବୃଦ୍ଧି
୨.୭% ରହିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ଟ୍ରମ୍ପଙ୍କ ମିଛର ପର୍ଦ୍ଦାଫାସ କଲା ଆମେରିକୀୟ ରିପୋର୍ଟ: ଖୋଲିଗଲା ସବୁ ପୋଲ୍‌, ଏବେ ବି..

ନୂଆଦିଲ୍ଲୀ,୩।୪:ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ପ୍ରମୁଖ ଗୋଇନ୍ଦା ରିପୋର୍ଟ ଆମେରିକା ଏବଂ ଇସ୍ରାଏଲର ଦାବି ଉପରେ ପ୍ରଶ୍ନ ଉଠାଇଛି। ଆମେରିକୀୟ ଗୋଇନ୍ଦା ସୂତ୍ରରୁ ଜଣାପଡିଛି…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri