ଅଭିବୃଦ୍ଧି ଆକଳନ ୬%କୁ ହ୍ରାସ କଲା ବିଶ୍ୱବ୍ୟାଙ୍କ

ଓ୍ବାଶିଂଟନ,୧୪-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ବିଶ୍ୱବ୍ୟାଙ୍କ ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ପୂର୍ବାନୁମାନ ୬%କୁ ହ୍ରାସ କରିଛି। ନିକଟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଦେଶର ଅଭିବୃଦ୍ଧି ଆକଳନକୁ କମ୍‌ କରିଥିଲା। ୨୦୧୯-୨୦ ଆର୍ଥତ୍କ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ୭.୫% ରହିବ ବୋଲି ଏପ୍ରିଲରେ ବିଶ୍ୱ ବ୍ୟାଙ୍କ ପୂର୍ବରୁ କରିଥିବା ଆକଳନରେ କହିଥିଲା। ଏପଟେ ବିଶ୍ୱବ୍ୟାଙ୍କ ପକ୍ଷରୁ ଏହାର ଦକ୍ଷିଣ ଏସିଆ ଇକୋନୋମିକ ଫୋକସର ସଦ୍ୟତମ ସଂସ୍କରଣ ରିପୋର୍ଟରେ କହିଛି ଯେ, ୨୦୨୧ରେ ଭାରତ ଏହାର ଅଭିବୃଦ୍ଧି ଧାରାକୁ ୬.୯%କୁ ନେବାରେ ସକ୍ଷମ ହେବ। ସେହିଭଳି ୨୦୨୨ରେ ଅଭିବୃଦ୍ଧି ହାର ୭.୨% ରହିବ ବୋଲି ଆକଳନ କରାଯାଇଛି। ଲଗାତର ଭାବେ ଦ୍ୱିତୀୟ ବର୍ଷ ଲାଗି ଭାରତର ଅଭିବୃଦ୍ଧି ହାର ହ୍ରାସ ହେଉଛି। ଏହା ୨୦୧୮-୧୯ରେ ୬.୮% ଏବଂ ୨୦୧୭-୧୮ରେ ୭.୨% ରହିଥିଲା। ମାନ୍ଦାବସ୍ଥା ଦେଶର ଆର୍ଥତ୍କ କ୍ଷେତ୍ରକୁ ଆହୁରି କ୍ଷତିଗ୍ରସ୍ତ କରିବ ବୋଲି ରିପୋର୍ଟରେ କୁହାଯାଇଛି।
ଏସିଆର ତୃତୀୟ ବୃହତ୍‌ ଅର୍ଥବ୍ୟବସ୍ଥା ଭାବେ ପରିଗଣିତ ଭାରତର ଜିଡ଼ିପି ଅଭିବୃଦ୍ଧି ହାର ୬ ବର୍ଷର ସର୍ବନିମ୍ନ ସ୍ତରରେ ରହିଛି। ଏପ୍ରିଲ-ଜୁନ ତ୍ରୈମାସରେ ଏହା ୫%କୁ ଖସି ଆସିଛି। ସରକାରଙ୍କ ଖର୍ଚ୍ଚ ଏବଂ ଖାଉଟି ଚାହିଦା କମିଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି। ଅପରପକ୍ଷରେ ଅଗଷ୍ଟରେ ଶିଳ୍ପକ୍ଷେତ୍ର ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ସରକାର ମାନ୍ଦାବସ୍ଥାକୁ ରୋକିବା ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରୁଥିବା ବେଳେ ସ୍ଥିତି ଅଧିକ ଜଟିଳ ରହିଥିବାରୁ ଏହା ପର୍ଯ୍ୟାପ୍ତ ହେଉନାହିଁ। ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଚଳିତ ବର୍ଷ ୫ଥର ରେପୋ ହ୍ରାସ କରିଛି। ସେହିଭଳି କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ଆର୍ଥତ୍କ ବର୍ଷ ଏହାର ଅଭିବୃଦ୍ଧି ଆକଳନକୁ ୬.୯%ରୁ ୬.୨% କରିଛି।
ଗତ ସପ୍ତାହରେ ରେଟିଂ ଏଜେନ୍ସି ମୁଡିସ ଇନଭେଷ୍ଟର୍ସ ସର୍ଭିସ ଭାରତର ଅଭିବୃଦ୍ଧି ଅନୁମାନକୁ କମ୍‌ କରିବା ସହ ୬.୨%କୁ ୫.୮%କୁ ଆଣିଛି। ଦୀର୍ଘ ସମୟ ଧରି ଅଭିବୃଦ୍ଧିରେ ମାନ୍ଦାବସ୍ଥା ସରକାରଙ୍କ ବିତ୍ତିୟ ଯୋଜନାକୁ ପ୍ରଭାବିତ କରିବ ବୋଲି ଏହା ପ୍ରକାଶ କରିଛି। ଅପରପକ୍ଷରେ ବିଶ୍ୱବ୍ୟାଙ୍କ ମଧ୍ୟ ଭାରତର ଅଭିବୃଦ୍ଧି ମନ୍ଥରତା ଏବଂ ସରକାରଙ୍କ କର୍ପୋରେଟ ଟିକସ ହ୍ରାସକୁ ନେଇ ଆଶଙ୍କା ପ୍ରକଟ କରିଛି। ସରକାରଙ୍କ କର୍ପୋରେଟ ଟିକସ ହ୍ରାସ ନିଷ୍ପତ୍ତି ଦ୍ୱାରା ରାଜକୋଷ ଉପରେ ପ୍ରାୟ ୧.୪୫ ଲକ୍ଷ କୋଟି ଟଙ୍କାର ବୋଝ ପଡିବ। ଏପଟେ ବ୍ୟାଙ୍କ କହିଛି ଯେ, ଅଭିବୃଦ୍ଧି ହ୍ରାସ, ଟିକସ ସଂଗ୍ରହ କମିଲେ ଏହା ବିତ୍ତୀୟ ଧାରା ଉପରେ ଗଭୀର ପ୍ରକାଇବା ସ୍ବାଭାବିକ। ମାତ୍ର ବିତ୍ତୀୟ ନିଅଣ୍ଟ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଦିଗରେ ସରକାରଙ୍କ ଯୁକ୍ତିକୁ ଏହା ବିରୋଧାଭାସ କରୁଛି।

ଆର୍ଥତ୍କ ସଂସ୍କାରରୁ ଅସୁବିଧା
ଭାରତରେ ଲାଗୁ ହୋଇଥିବା ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଏବଂ ବିମୁଦ୍ରୀକରଣର ଅସୁବିଧା ବଜାର ଉପରେ ଏବେ ମଧ୍ୟ ରହିଥିବା ବିଶ୍ୱବ୍ୟାଙ୍କ ପ୍ରକାଶ କରିଛି। ଏହା ଦ୍ୱାରା ଗ୍ରାମାଞ୍ଚଳ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି। ସେହିଭଳି ସହରାଞ୍ଚଳ ନିଯୁକ୍ତି କ୍ଷେତ୍ରରେ ଏହାର ନକରାତ୍ମକ ପ୍ରଭାବ ଦେଖାଯାଇଛି। ଏଭଳି ବିଭିନ୍ନ ପ୍ରସଙ୍ଗ ଗରିବ ପରିବାରଗୁଡିକର ଅଡୁଆକୁ ଆହୁରି ବଢାଇବାର ସମ୍ଭାବନା ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଗ୍ରାମାଞ୍ଚଳ ଆୟରେ ମନ୍ଥର ଅଭିବୃଦ୍ଧି, ବଜାରରେ ଚାହିଦା ହ୍ରାସ ଯୋଗୁ ଅଟୋମୋବାଇଲ ସମେତ ଏଫ୍‌ଏମ୍‌ସିଜି କ୍ଷେତ୍ର ବର୍ତ୍ତମାନ ମାନ୍ଦାବସ୍ଥା ଦେଇ ଗତି କରୁଛନ୍ତି। ଅପରପକ୍ଷରେ ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନଗୁଡିକ କ୍ଷତିଗ୍ରସ୍ତ ସ୍ଥିତିରେ ରହିଥିବାରୁ ଚାହିଦା ଏତେ ଶୀଘ୍ର ଫେରୁ ନାହିଁ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

ଭାରତ ତୁଳନାରେ ବାଂଲାଦେଶ,ନେପାଳର ତ୍ୱରିତ ଅଭିବୃଦ୍ଧି
ଭାରତ ତୁଳନାରେ ବାଂଲାଦେଶ ଏବଂ ନେପାଳ ଉନ୍ନତ ଅଭିବୃଦ୍ଧି ହାସଲ କରିବେ। ସମଗ୍ର ଦକ୍ଷିଣ ଏସିଆର ଅଭିବୃଦ୍ଧି ମଧ୍ୟ ଏତେଟା ଉନ୍ନତ ହେବ ନାହିଁ ବୋଲି ବିଶ୍ୱବ୍ୟାଙ୍କ ରିପୋର୍ଟରେ କୁହାଯାଇଛି। ଏହି ସମୟରେ ପାକିସ୍ତାନର ଅଭିବୃଦ୍ଧି ୨.୪%କୁ ଖସିବ। ଦକ୍ଷିଣ ଏସିଆର ଅଭିବୃଦ୍ଧି ୧.୧% ହ୍ରାସ ଘଟି ୫.୯%କୁ ଖସିଯିବ ବୋଲି ଆକଳନ କରାଯାଇଛି। ଗତ ତ୍ରୈମାସରେ ଭାରତର ଘରୋଇ ଚାହିଦା ୩.୧%କୁ ଖସିଛି। ଏହା ଗତ ବର୍ଷ ସମାନ ସମୟରେ ୭.୩% ଥିଲା। ସେହିଭଳି ମାନୁଫାକଚରିଂ ଅଭିବୃଦ୍ଧି ୧% ତଳକୁ ଖସି ଆସିଛି। ଏହା ଗୋଟିଏ ବର୍ଷ ତଳେ ୧୦%ରୁ ଉର୍ଦ୍ଧ୍ୱ ରହିଥିଲା। ବାଂଲାଦେଶର ଅଭିବୃଦ୍ଧି ୮.୧% ରହିବ ବୋଲି ଆକଳନ କରାଯାଇଛି। ଏହି ଆକଳନ ୨୦୧୮ରେ ୭.୯% ରହିଥିଲା। ସେହିଭଳି ନେପାଳ ୨୦୨୦ରେ ୭.୨% ଏବଂ ୨୦୨୧ରେ ୭.୨% ଅଭିବୃଦ୍ଧି ହାସଲ କରିବ ବୋଲି ପୂର୍ବାନୁମାନ କରାଯାଇଛି। ଏହି ସମୟରେ ନେପାଳର ଜିଡିପି ଅଭିବୃଦ୍ଧି ୬.୫% ରହିବ। ସେହିଭଳି ଆଫଗାନିସ୍ତାନ ୩%, ଭୁଟାନ ୭.୪% ଏବଂ ଶ୍ରୀଲଙ୍କାର ଅଭିବୃଦ୍ଧି
୨.୭% ରହିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି।


All Right Reserved By Dharitri.Com

୨୫ ମାସର ସର୍ବନିମ୍ନ ସ୍ତରରେ ପାଇକାରୀ ମୁଦ୍ରସ୍ଫୀତି

ନୂଆଦିଲ୍ଲୀ,୧୪-୮: ଖୁଚୁରା ମୁଦ୍ରାସ୍ଫୀତି ପରେ ପାଇକାରୀ ମୁଦ୍ରାସ୍ଫୀତି କ୍ଷେତ୍ରରେ ମୋଦି ସରକାର ଆଶ୍ୱସ୍ତ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି...

ଆମାଜନ୍‌ର ଲୋକାଲ ଶପ୍‌ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୬।୪: ଆମାଜନ୍‌ ଇନ୍‌ ପକ୍ଷରୁ ଭାରତରେ ଲୋକାଲ ଶପ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ସାରା ଦେଶରେ ୫୦୦ ଦୋକାନ ଏବଂ ରିଟେଲର ଯୋଡି ହୋଇଛନ୍ତି।...

ଯୁବ ଟିମ୍‌ ତିଆରି କରୁଛି ଆଇବିଏମ୍‌;୧ ଲକ୍ଷ ବୁଢ଼ା କର୍ମଚାରୀ ବିଦା

ସାନଫ୍ରାନ୍ସିସ୍‌କୋ,୩-୮: ଆମେରିକାର ଆଇଟି କମ୍ପାନୀ ଆଇବିଏମ୍‌ ଯୁବ କର୍ମଚାରୀଙ୍କୁ ନେଇ ଏକ ଟିମ୍‌ ତିଆରି କରିବା ଉଦ୍ଦେଶ୍ୟରେ ଗତ କିଛି ବର୍ଷ ଭିତରେ ପ୍ରାୟ ୧...

ନିଲାମ ହୋଇଛି ୨୨ ଲୁହାପଥର ଖଣି

ନୂଆଦିଲ୍ଲୀ,୨୩-୭: ସରକାର ବର୍ତ୍ତମାନ ସୁଦ୍ଧା ୨୨ ଲୁହାପଥର ଖଣି ନିଲାମ କରିବାକୁ ସକ୍ଷମ ହୋଇଛି। ଏହି ଖଣିଗୁଡିକରେ ମୋଟ ୫୮୩.୦୫୭ ନିୟୁତ ଟନ୍‌ ଖଣିଜ ସମ୍ପଦ...

ନୀରବ ମୋଦିଙ୍କ ରିମାଣ୍ଡ ବଢିଲା

ନୂଆଦିଲ୍ଲୀ,୧୮-୧୦: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ରିମାଣ୍ଡ ଅବଧିକୁ ନଭେମ୍ବର ୧୧ଯାଏ ବଢାଯାଇଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ୧୩,୫୦୦ କୋଟିରୁ ଉର୍ଦ୍ଧ୍ୱ ଋଣ ଠକେଇ...

ଆୟକର ବିଭାଗ ୬୪,୭୦୦ କୋଟି ରିଫଣ୍ଡ ଦେଲେ

ନୂଆଦିଲ୍ଲୀ,୨୫-୬: ଆୟକର ବିଭାଗ ଚଳିତ ଆର୍ଥିକ ବର୍ଷରେ ୬୪,୭୦୦ କୋଟି ଟଙ୍କା ରିଫଣ୍ଡ ପ୍ରଦାନ କରିଛି। ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ୧.୬୧ ଲକ୍ଷ କୋଟି...

ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ୯୫,୭୬୦ କୋଟି ଟଙ୍କାର ଠକେଇ

ନୂଆଦିଲ୍ଲୀ,୨୦-୧୧: ୨୦୧୯-୨୦ ଆର୍ଥତ୍କ ବର୍ଷର ୬ ମାସ ମଧ୍ୟରେ ଦେଶ ମଧ୍ୟରେ କାର୍ଯ୍ୟରତ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ୯୫,୭୬୦ କୋଟି ଟଙ୍କାର ଠକେଇ ସାମ୍ନାକୁ ଆସିଛି। ଅର୍ଥମନ୍ତ୍ରୀ...

ସର୍ବଶ୍ରେଷ୍ଠ ସିଇଓ ତାଲିକାରେ ୩ ଭାରତୀୟ

ନ୍ୟୁୟର୍କ,୩୦-୧୦: ବିଶ୍ୱର ସର୍ବଶ୍ରେଷ୍ଠ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ତାଲିକାରେ ୩ ଭାରତ ଜନ୍ମିତ ବ୍ୟକ୍ତି ସାମିଲ ହୋଇଛନ୍ତି। ହାଭାର୍ଡ ବିଜନେସ ରିଭ୍ୟୁ(ଏଚ୍‌ବିଆର୍‌) ପକ୍ଷରୁ ପ୍ରକାଶିତ ‘ଦି...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *