ନିକଟରେ ୫ମ ବିବାହ କରିଥିବା ଶତାୟୁ ବୃଦ୍ଧ କରୋନାକୁ ହରାଇଲେ

କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ପାକିସ୍ତାନରେ ୨.୭୪ଲକ୍ଷ ଲୋକ ଏଥିରେ ସଂକ୍ରମିତ ହୋଇଥିବା ବେଳେ ୫,୮୪୨ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ଆଶ୍ଚର୍ଯ୍ୟର କଥା ହେଲା ନିକଟରେ ୫ମ ବିବାହ କରିଥିବା ଜଣେ ୧୦୩ ବର୍ଷୀୟ ବୃଦ୍ଧ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି। କାରଣ ବୃଦ୍ଧ ବୟସରେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଉଥିବା ବେଳେ ସେ କରୋନାକୁ ହରାଇବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ କଥା।
ପାକିସ୍ତାନର ପାର୍ବତ୍ୟ ଅଞ୍ଚଳରେ ଅବସ୍ଥିତ ଚିତ୍ରାଲ ଜିଲାରେ ରୁହନ୍ତି ୧୦୩ ବର୍ଷୀୟ ଅଜିଜ ଅବ୍‌ଦୁଲ। ତାଙ୍କ ଗାଁ ଚାଇନା ଏବଂ ଆଫଗାନିସ୍ତାନରେ। ତେବେ ସେ ଚିତ୍ରାଲ ଜିଲାରେ ସପରିବାର ରହିଆସୁଛନ୍ତି। ଜୁଲାଇ ପ୍ରଥମ ସପ୍ତାହରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଲା। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା। ପ୍ରାୟ ୩ ସପ୍ତାହ ହସ୍ପିଟାଲରେ ରହି ଚିକିତ୍ସିତ ହେବା ପରେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନିକଟରେ ଅଜିଜ ନିଜର ୪ର୍ଥ ସ୍ତ୍ରୀଙ୍କୁ ଡିଭର୍ସ ଦେଇ ୫ମ ବିବାହ କରିଥିଲେ। ବର୍ତ୍ତମାନ ଅଜିଜଙ୍କର ୪ ସ୍ତ୍ରୀ, ୯ ପୁଅ ଏବଂ ଜଣେ ଝିଅ ଅଛନ୍ତି। ଏ ନେଇ ଅଜିଜ୍‌ କୁହନ୍ତି, କରୋନା ପଜିଟିଭ ଜଣାପଡ଼ିବା ପରେ ସେ ବଞ୍ଚିବାର ଆଶା ଛାଡି ଦେଇଥିଲେ। ମାତ୍ର ସୁସ୍ଥ ହୋଇ ଘରକୁ ଫେରିଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀ ବଢ଼ାଉଛନ୍ତି ଖାଉଟି ସାମଗ୍ରୀ ଦର: ସାଧାରଣରେ ଅସନ୍ତୋଷ

ଗୁଡଭେଲା,୨୭।୩(ଡି.ଏନ୍‌.ଏ.): କରୋନା ପାଇଁ ବଲାଙ୍ଗୀର ଜିଲା ତୁଷୁରା ସହରରେ ମାନ୍ଦା ଅବସ୍ଥା ଦେଖିବାକୁ ମିଳୁଛି। ଖାଉଟି ସାମଗ୍ରୀ, ଔଷଧ, ପନିପରିବା ଦୋକାନକୁ ଛାଡ଼ି ଅନ୍ୟ ସମସ୍ତ...

ମିଳିଲାନି ସିଗନାଲ୍‌: ଦୋଳିରେ ଚଢ଼ି ଫୋନ୍‌ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୋପାଳ,୨୨।୨: ମଧ୍ୟପ୍ରଦେଶରେ କେତେକ ଅଞ୍ଚଳରେ ମୋବାଇଲ୍‌ ସିଗନାଲ୍‌ ମିଳୁ ନ ଥିବାରୁ ଲୋକେ ହଇରାଣ ହେଉଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ବ୍ରଜେନ୍ଦ୍ର ସିଂ ଅଶୋକ ନଗର...

୧୭ ପଛୁଆ ବର୍ଗଙ୍କୁ ଏସ୍‌ସି ବର୍ଗରେ ସାମିଲ୍‌ କଲେ ଯୋଗୀ ସରକାର

ଲକ୍ଷ୍ନୌ,୨୯।୬: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ୧୭ଟି ପଛୁଆ ବର୍ଗଙ୍କୁ ଏସ୍‌ସି ବର୍ଗରେ ସାମିଲ୍‌ କରିଛନ୍ତି। ଏହାଦ୍ୱାରା ଏଣିକି ଏସବୁ ପଛୁଆ ବର୍ଗ ଏସ୍‌ସି...

୫ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଖବରଦାତା ସମ୍ମିଳନୀ: କ୍ଷମତାକୁ ଫେରିବାର ଦମ୍ଭୋକ୍ତି

ନୂଆଦିଲ୍ଲୀ,୧୮ା୫(ପି.ଟି./ଆଇଏଏନ୍‌ଏସ୍‌): ଚଳିତ ସାଧାରଣ ନିର୍ବାଚନରେ ଭାଜପା ପୁଣିଥରେ ପୂର୍ଣ୍ଣସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଫେରିବ। ପୂରା ୫ ବର୍ଷ ଶାସନ କରିବା ପରେ ପ୍ରଥମଥର ପାଇଁ ବହୁମତ...

ନନ୍ଦିଗ୍ରାମରେ ଯାହା ଘଟିଲା ତାହା ଭୁଲି ଯାଆନ୍ତୁ: ମମତା ବାନାର୍ଜୀ

କୋଲକାତା,୨।୫: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ପୁଣି ଥରେ କ୍ଷମତା ବଜାୟ ରଖିବାରେ ସଫଳ ହୋଇଛନ୍ତି। କିନ୍ତୁ ନନ୍ଦିଗ୍ରାମରୁ ନିଜେ ହାରିଯାଇଛନ୍ତି ମୁଖ୍ୟମନ୍ତ୍ରୀ। ସେ ଭାଜପାର ଶୁଭେନ୍ଦୁ...

ୟୁପି ବୋର୍ଡ ପରୀକ୍ଷା, ଡ୍ୟୁଟିରେ ଅବସରପ୍ରାପ୍ତ-ମୃତ ଶିକ୍ଷକ…

ଲକ୍ଷ୍ନୌ,୨୪।୩ : ଉତ୍ତରପ୍ରଦେଶରେ ବୋର୍ଡ ପରୀକ୍ଷା ୨୪ ମାର୍ଚ୍ଚରୁ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ଜିଲାରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ପହଞ୍ଚି ପରୀକ୍ଷା ଦେଇଛନ୍ତି।...

ବିଲକିସ୍‌ ବାନୋ ମାମଲା: ଆଇପିଏସ୍‌-ଆଇଏଫଏସ୍‌ ଅଫିସର ରାୟ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ…

ନୂଆଦିଲ୍ଲୀ, ୧୦।୯ : ବିଲକିସ୍‌ ବାନୋ ମାମଲାରେ ୧୧ ଜଣ ଅପରାଧିଙ୍କୁ ମୁକ୍ତ କରାଯିବା ନେଇ ଆଇପିଏସ୍‌-ଆଇଏଫଏସ୍‌ ଅଫିସର ରାୟ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।...

ଆମ କୃଷକଙ୍କ ଦାବି ପୂରଣ କର : ଦିଲଜୀତ

ନୂଆଦିଲ୍ଲୀ,୫।୧୨: କୃଷି ଆଇନକୁ ବିରୋଧ କରୁଥିବା କୃଷକଙ୍କ ସପକ୍ଷରେ ବାହାରିଛନ୍ତି ପଞ୍ଜାବୀ ସିଙ୍ଗର ଓ ଆକ୍ଟର ଦିଲଜୀତ ଦୋସାଞ୍ଜ। ସେ ଶନିବାର ଦିଲ୍ଲୀ-ହରିୟାଣା ସୀମା (ସିଙ୍ଘୁ...

Advertisement
Archives

Model This Week