ପୋଲ ତଳେ ୧୦ ହଜାର ଶରଣାର୍ଥୀ

ଓ୍ବାଶିଂଟନ,୧୮।୯: ଡେଲ୍‌ ରିଓ ଇଣ୍ଟରନ୍ୟାଶନାଲ ବ୍ରିଜ୍‌। ଆମେରିକା ଯିବା ପାଇଁ ୩୭ ଡିଗ୍ରୀ ତାପମାତ୍ରାରେ ତମ୍ବୁ ତଳେ ଜୀବନ ବିତାଉଛନ୍ତି ହଜାର ହଜାର ହାଇତି ଶରଣାର୍ଥୀ। ସେମାନେ ମେକ୍ସିକୋ ଦେଇ ବ୍ରିଜ୍‌କୁ ଆସିଥିଲେ। ଅଧିକାରୀମାନେ ଘଉଡ଼ାଇ ଦେଉଥିବାରୁ ପୁଣି ମେକ୍ସିକୋ ଫେରିବାକୁ ବାଧ୍ୟ ହେଉଛନ୍ତି। ଏଭଳି ଶରଣାର୍ଥୀଙ୍କ ସଂଖ୍ୟା ୧୦,୫୦୩ ହେବ ବୋଲି ଡେଲ୍‌ ରିଓ ମେୟର ବ୍ରୁନୋ ଲୋଜାନୋ କହିଛନ୍ତି।
ଆମେରିକା-ମେକ୍ସିକୋ ସୀମାନ୍ତ ବ୍ରିଜ୍‌ ତଳେ କିଛିଦିନ ହେଲା ୧୦ ହଜାରରୁ ଊର୍ଦ୍ଧ୍ୱ ଶରଣାର୍ଥୀ ଆଶ୍ରୟ ନେଇଛନ୍ତି। ଏହା ସାମ୍ପ୍ରତିକ ସମୟରେ ବଢ଼ିଚାଲିଥିବା ମାନବୀୟ ସଙ୍କଟକୁ ଦର୍ଶାଉଛି। ଟେକ୍ସାସ୍‌ର ରେଲ୍‌ ରିଓ ଏବଂ ମେକ୍ସିକୋ ସ୍ଥିତ ସିଉଡାଡ୍‌ ଅକୁନାକୁ ସଂଯୋଗ କରୁଥିବା ବ୍ରିଜ୍‌ ତଳେ ଓ ଏହାର ଆଖପାଖରେ ଗଢ଼ିଉଠିଥିବା ଅସ୍ଥାୟୀ ଶିବିରଗୁଡ଼ିକରେ ଶରଣାର୍ଥୀଙ୍କ ଭିଡ଼ ଜମିବାରେ ଲାଗିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କାରିବିଆନ୍‌ ରାଷ୍ଟ୍ର ହାଇତି ବାସିନ୍ଦା। ଅନ୍ୟମାନେ ହେଲେ କ୍ୟୁବା, ଭେନିଜୁଏଲା ଓ ନିକାରାଗୁଆର ଲୋକ। ନିଜ ନିଜ ଦେଶରେ ଆର୍ଥିକ ଓ ମାନବୀୟ ସଙ୍କଟ ଯୋଗୁ ଆମେରିକାର ଶରଣ ଆଶାରେ ରିଓ ଗ୍ରାଣ୍ଡେ ନଦୀ ଅତିକ୍ରମ କରି ଏହି ପୋଲ ତଳକୁ ଧାଇଁ ଆସିଛନ୍ତି। ଅତି ଦୟନୀୟ ଭାବେ ସେମାନେ ସେଠାରେ ଶୋଇରହିଥିବା ଫଟୋ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।
ସୀମା ଅତିକ୍ରମ କରି ଆସୁଥିବା ଅଗନ୍ତୁକଙ୍କୁ ନେଇ ଆମେରିକା ସରକାର ବଡ଼ ଧରଣର ଶରଣାର୍ଥୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଚଳିତ ବର୍ଷ ଜୁଲାଇରେ ଆମେରିକା-ମେକ୍ସିକୋ ସୀମାରେ ୨ ଲକ୍ଷ ଶରଣାର୍ଥୀଙ୍କୁ ଅଟକ ରଖାଯାଇଥିଲା। ସରକାରୀ ତଥ୍ୟ ଅନୁସାରେ ଏହି ସଂଖ୍ୟା ବିଗତ ୨୧ ବର୍ଷ ବଧ୍ୟରେ ସର୍ବାଧିକ। ଗତମାସରେ ଅଧିକାରୀମାନେ ଆହୁରି ୧,୯୫,୦୦୦ ଶରଣାର୍ଥୀଙ୍କୁ ମେକ୍ସିକୋ ସୀମାରେ ଗିରଫ କରିଥିଲେ ବୋଲି ବୁଧବାର ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥର ଗ୍ରୀଷ୍ମଋତୁ ସମୟରେ ଗିରଫଦାରି ସଂଖ୍ୟା ୨୦୧୯ ଅଗଷ୍ଟରେ ଗିରଫ ହୋଇଥିବା ଶରଣାର୍ଥୀଙ୍କଠାରୁ ୫୧,୦୦୦ ଅଧିକ। ୩୭ ଡିଗ୍ରୀ ତାପମାତ୍ରାରେ ଖାଦ୍ୟ ଓ ପିଇବା ପାଣି ନ ପାଇ ଜୀବନ ସହ ସଂଗ୍ରାମ କରୁଛନ୍ତି ଅନେକେ। ଏହି ସଙ୍କଟକୁ ଦେଖି ସମ୍ପୃକ୍ତ ଅଞ୍ଚଳରେ ବର୍ଡର ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ସୋସିଆଲ ମିଡିଆରେ ଏହାର ଦୃଶ୍ୟ ଭାଇରାଲ ହେବାରେ ଲାଗିଥିବାରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ସମାଲୋଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

ଯୁଦ୍ଧକୁ ଡେଇଁଲା ବ୍ରିଟେନ୍‌! କଲା ବଡ଼ ଘୋଷଣା, ଆମେରିକାକୁ…

ଲଣ୍ଡନ,୨୧।୩: ବ୍ରିଟିଶ ସରକାର ହର୍ମୁଜ ଷ୍ଟ୍ରେଟ୍‌ରେ ଆମେରିକା ଜାହାଜକୁ ଟାର୍ଗେଟ କରୁଥିବା ଇରାନୀ କ୍ଷେପଣାସ୍ତ୍ର ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ବ୍ରିଟିଶରେ ଅବସ୍ଥିତ ସାମରିକ ଘାଟି…

ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆଶ୍ୱସ୍ତି: ଆମେରିକାରୁ ଆସିଲା ବଡ଼ ଖବର

ଓ୍ବାଶିଂଟନ୍‌,୨୧।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରୁଥିବା ଖବର ସାମ୍ନାକୁ ଆସିଛି। ହଠାତ୍‌ ମତ…

ମା’ କନକ ଦୁର୍ଗାଙ୍କ ଚନ୍ଦ୍ରଘଣ୍ଟା ବେଶ: ଭକ୍ତଙ୍କ ଭିଡ଼

ଦେବଗଡ,୨୧।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ତୃତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶନିବାର ମା’ କନକ…

ବର୍ଷେ ହେଲା ପ୍ରେମିକାଙ୍କ ସହ ରଖୁଥିଲେ ଶାରିରୀକ ସମ୍ପର୍କ: ଗର୍ଭବତୀ ହେବାରୁ…

ନୀଳଗିରି,୨୧।୩(ପ୍ରଶାନ୍ତ ବିଶ୍ୱାଳ):ପ୍ରେମିକାଙ୍କୁ ଗର୍ଭବତୀ ପରେ ପ୍ରତାରଣା। ବିବାହର ମିଛ ପ୍ରତିଶ୍ରୁତି ଦେଇ ବର୍ଷେ ହେଲା ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପ୍ରେମିକା ଗର୍ଭବତୀ ହେବା ପରେ…

ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ମୁଖା ପିନ୍ଧା ଯୁବକ: ସ୍ବାମୀଙ୍କୁ ଲାତ ମାରି…

ଝାରସୁଗୁଡା,୨୧।୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ସରବାହାଲ ତଳିପଡାଠାରେ ଭଡା ରହୁଥିବା ଧୀରେନ୍ଦ୍ର ମହାରଣାଙ୍କ ଘରକୁ ଶୁକ୍ରବାର ରାତିରେ ଜଣେ ଯୁବକ ମୁଖା ପିନ୍ଧି ଏକ ବାଇକରେ…

ପ୍ଲାଷ୍ଟିକ ବ୍ୟବହାରକୁ ନା: ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବାକୁ ଅଣ୍ଟା ଭିଡ଼ିଲା ପ୍ରଶାସନ

ଦାରିଙ୍ଗବାଡ଼ି,୨୧।୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପ୍ରଶାସନ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାରକୁ ନା କହିବା ଓ ହୋଟେଲ ରେଷ୍ଟୁରାଣ୍ଟରେ ପ୍ଲାଷ୍ଟିକ ବଦଳରେ ଶିଆଳି ଖଲିପତ୍ର ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri