ଏଲ୍‌ଆଇସିର ନୂଆ ପ୍ରଗତି ଆପ

ନୂଆଦିଲ୍ଲୀ,୧୮।୯ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ପକ୍ଷରୁ ଶୁକ୍ରବାର ନୂତନ ମୋବାଇଲ ଆପ୍‌ ‘ପ୍ରଗତି’ର ଶୁଭାରମ୍ଭ କରାଯାଇଛି। ଏହି ଆପ୍‌ ବିଶେଷ କରି ସଂସ୍ଥାର ଡେଭଲପମେଣ୍ଟ ଅଫିସରମାନଙ୍କ ପାଇଁ କରାଯାଇଛି। ଏହା ଜରିଆରେ ଅଧିକାରୀମାନେ ସେମାନଙ୍କର ବିଭିନ୍ନ କାର୍ଯ୍ୟ ଓ ତା’ର ସମୀକ୍ଷା ଆଦି କରିପାରିବେ ବୋଲି ଏଲ୍‌ଆଇସି ପକ୍ଷରୁ କୁହାଯାଇଛି। ଏହି ଆପ୍‌ର ଶୁଭାରମ୍ଭ ଅବସରରେ ଏଲ୍‌ଆଇସି ଅଧ୍ୟକ୍ଷ ଏମ୍‌.ଆର୍‌. କୁମାର, ନିଗମର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ମୁକେଶ ଗୁପ୍ତାଙ୍କ ସମେତ ରାଜ୍‌ କୁମାର ଏବଂ ସିଦ୍ଧାର୍ଥ ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏକ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମତ ଏହି ଆପ୍‌ ‘ପ୍ରଗତି’ ଜରିଆରେ ନିଗମର ଅଧିକାରୀମାନେ ବିଶେଷ କରି ସଂସ୍ଥାର ବାଣିଜ୍ୟକ କାର୍ଯ୍ୟକଳାପ ଯଥା ପ୍ରିମିୟମ ସଂଗ୍ରହ, ଏଜେଣ୍ଟ ଆକ୍ଟିଭେସନ, ପ୍ରସେପେକ୍ଟିଭ ଏମ୍‌ଡିଆର୍‌ଟି କାର୍ଯ୍ୟକଳାପ ସହିତ ସଂସ୍ଥାର ବିଭିନ୍ନ ଯୋଜନା ସମ୍ପର୍କରେ ସବିଶେଷ ସୂଚନା ଓ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ବରିଷ୍ଠ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri