Posted inଜାତୀୟ

୧୦ ବର୍ଷରେ ୧୦,୦୦୦ ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆଦିଲ୍ଲୀ,୩୦ା୩(ପି.ଟି.)

ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ମାଓବାଦୀ ମୁକ୍ତ କରିବା ଲାଗି ସରକାର ସମୟସୀମା ଧାର୍ଯ୍ୟ କରିଥିଲେ। ଏହା ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ ଥିବାବେଳେ ଏନେଇ ସରକାର କରିଥିବା ଉଦ୍ୟମ ସମ୍ପର୍କରେ ସୋମବାର ଲୋକ ସଭାରେ ଆଲୋଚନା ହେବ। ରୁଲ୍‌-୧୯୩ ଅନୁଯାୟୀ, ଉକ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଲୋକ ସଭା ସଚିବାଳୟ ତାଲିକାଭୁକ୍ତ କରିଥିବାରୁ ଏହା ଉପରେ ଭୋଟିଂ ହେବ ନାହିଁ। ସ୍ବଳ୍ପ ସମୟର ଏହି ଆଲୋଚନା ପରେ ସରକାର ଉତ୍ତର ରଖିବେ। ଟିଡିିପି ସଦସ୍ୟ ବାୟରେଡ୍ଡୀ ଶବରୀ ଏବଂ ଶିବସେନା ସଦସ୍ୟ ଶ୍ରୀକାନ୍ତ ଶିନ୍ଦେ ଆଲୋଚନା ଆରମ୍ଭ କରିବେ।
୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ମାଓବାଦୀ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଘୋଷଣା କରିଥିଲେ। ସଦ୍ୟ ସମୀକ୍ଷା ଅନୁଯାୟୀ, ଦେଶରେ ମାଓବାଦୀ ପ୍ରଭାବିତ ଜିଲା ସଂଖ୍ୟା ୮ରୁ ୭କୁ ହ୍ରାସ ପାଇଛି। ମାଓବାଦୀ ନିରୋଧୀ ଅଭିଯାନରେ ଅଧିକ ସୁରକ୍ଷା ବଳଙ୍କୁ ସାମିଲ କରାଯାଇ ସମୟସୀମା ଶେଷ ସୁଦ୍ଧା ଅବଶିଷ୍ଟ ସଶସ୍ତ୍ର ମାଓବାଦୀଙ୍କୁ ନିପାତ କରିବା ଲାଗି ଉଦ୍ୟମ ଜାରି ରହିଛି।
ସୁରକ୍ଷା ଚାପ ସହ ପୁନର୍ବାସନ ଉଦ୍ୟମ ମାଓବାଦ ଅଭିଯାନକୁ ବଡ଼ ଝଟକା ଦେଇଛି। ଗତ ଦଶନ୍ଧି ମଧ୍ୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ମାଓବାଦୀ ଅସ୍ତ୍ର ତ୍ୟାଗ କରିଥିବାବେଳେ ବହୁସଂଖ୍ୟାରେ ଶୀର୍ଷ ମାଓବାଦୀ ନିହତ ହୋଇଥିବା ସରକାରୀ ଅଧିକାରୀମାନେ ସୂଚନା ନେଇଛନ୍ତି। ୨୦୨୫ରେ ମୋଟ ୨,୩୦୦ ମାଓବାଦୀ ଅସ୍ତ୍ର ସମର୍ପଣ କରିଥିବାବେଳେ ୨୦୨୬ର ପ୍ରଥମ ୩ ମାସରେ ୬୨୦ରୁ ଊର୍ଦ୍ଧ୍ୱ ମାଓବାଦୀ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ। ମାଓବାଦୀଙ୍କୁ ଦମନ କରିବା ପାଇଁ ସରକାର ଏକକ, ବହୁମୁଖୀ ଏବଂ ନିର୍ଣ୍ଣାୟକ ରଣନୀତି ଆପଣାଇଛନ୍ତି। ଏଥିସହିତ ମାଓବାଦୀ ପ୍ରବଣ ଅଞ୍ଚଳର ବିକାଶ ପାଇଁ ସରକାର ରୂପରେଖ ପ୍ରସ୍ତୁତ କରିଛନ୍ତି। ଉକ୍ତ ଅଞ୍ଚଳରୁ ସରକାର ୫ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍‌ ଫୋର୍ସ (ପିଏପିଏଫ୍‌)ଙ୍କୁ ପ୍ରତ୍ୟାହାର କରିନେଇ ସେଠାରେ ବିଭିନ୍ନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ମଧ୍ୟରେ ହୋଇଗଲା ଡିଲ? କାମ ଦେଲା କି ପାକିସ୍ତାନର ମଧ୍ୟସ୍ଥତା?

ତେହରାନ୍‌,୩୦।୩: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ଯୋଗୁ, ହର୍ମୁଜ ପ୍ରଣାଳୀ ବନ୍ଦ ରହିଛି, ଯାହା ସିଧାସଳଖ ସାମୁଦ୍ରିକ ଯାତାୟାତକୁ ପ୍ରଭାବିତ କରୁଛି। ଏହି ପରିସ୍ଥିତି ମଧ୍ୟରେ,…

ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ, ଦଳର ବରିଷ୍ଠ ନେତା କରୁଛନ୍ତି ଘନଘନ ବୈଠକ

ପାଟ୍‌ନା,୩୦ା୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ବିଧାନସଭା ପରିଷଦରୁ ଇସ୍ତଫା ଦେବାର ସମ୍ଭାବନାକୁ ନେଇ ସୋମବାର ରାଜନୈତିକ ବାତାବରଣ ବେଶ୍‌ ସରଗରମ ରହିଛି। ଦଳର ବରିଷ୍ଠ…

ଟ୍ରମ୍ପଙ୍କ ମନ୍ତବ୍ୟ ପରେ, ନୂଆ ବୟାନ ଜାରି କଲେ ମୋଜତାବା ଖାମେନେଇ; ଜାଣନ୍ତୁ ସେ କାହାକୁ ଦେଲେ ଧନ୍ୟବାଦ

ତେହରାନ୍‌,୩୦।୩: ଏକ ଲିଖିତ ବାର୍ତ୍ତାରେ, ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ, ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧରେ ସମର୍ଥନ ପାଇଁ ଇରାକର ଜନସାଧାରଣଙ୍କ ପ୍ରତି…

ଧାନ ସଂଗ୍ରହ କଣ୍ଟକୁ ଦିନେ, ଜିଦିରେ ଅଟଳ ଚାଷୀ

ବାହାନଗା/ତିହିଡ଼ି/ ଭଣ୍ଡାରିପୋଖରୀ, ୩୦ା୩ (ଅରୂପ କୁମାର ଦାସ/ସଞ୍ଜିତ ବଳ/ ରାଜେନ୍ଦ୍ର ଶତପଥୀ ): ବାଲେଶ୍ୱର ଜିଲା ବାହାନଗା ବ୍ଲକ୍‌ ଖନ୍ତାପଡ଼ାଠାରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ଟୋକନ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

‘ପାକିସ୍ତାନ ଉପରେ ଆମେରିକା-ଇରାନର ଭରସା…,’ ବିବାଦ ମଧ୍ୟରେ ପାକିସ୍ତାନର ଆଶ୍ଚର୍ଯ୍ୟଜନକ ଦାବି

ଇସଲାମାବାଦ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ପାକିସ୍ତାନ କହିଛି ଯେ ଆମେରିକା ଏବଂ ଇରାନ ଉଭୟ ମଧ୍ୟସ୍ଥତା ଭାବରେ ଏହାର ଭୂମିକା ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି।…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri