୧୦,୦୦୦ କୋଟିର କାରବାର ଆକଳନ

ନୂଆଦିଲ୍ଲୀ,୨୩।୪: ଗତ ବର୍ଷର ଅକ୍ଷୟ ତୃତୀୟା କାରବାର ଅପେକ୍ଷା ଚଳିତ ବର୍ଷର ଅକ୍ଷୟ ତୃତୀୟା କାରବାର ପ୍ରାୟ ୧୫ରୁ ୨୦% ହ୍ରାସ ପାଇପାରେ ବୋଲି ଆଶଙ୍କା କରାଯାଉଛି। କାରଣ ଚଳିତ ବର୍ଷର ଦର ଗତ ବର୍ଷ ଅପେକ୍ଷା ପ୍ରାୟ ୫,୦୦୦ ଟଙ୍କା ଅଧିକ ରହିଛି। ଏହା ସତ୍ତ୍ୱେ ମଧ୍ୟ ସାରା ଦେଶରେ ଅକ୍ଷୟ ତୃତୀୟା କାରବାର ପ୍ରାୟ ୧୦,୦୦୦ କୋଟି ଟଙ୍କା ହେବ ବୋଲି ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଶଏନ (ଆଇବିଜେଏ) ପକ୍ଷରୁ କୁହାଯାଇଛି। ବିଶେଷକରି ଅକ୍ଷୟ ତୃତୀୟା ଅବସରରେ ମୂଲ୍ୟବାନ୍‌ ଅଳଙ୍କାର କିଣିଲେ ଶୁଭଫଳ ପ୍ରାପ୍ତ ହୋଇଥାଏ ବୋଲି ପ୍ରତ୍ୟେକ ଭାରତୀୟଙ୍କର ବିଶ୍ୱାସ ରହିଛି। ଫଳରେ ଦର ଉଚ୍ଚା ରହିଥିଲେ ସୁଦ୍ଧା ଅକ୍ଷୟ ତୃତୀୟାରେ ଭାରତୀୟ ଗ୍ରାହକ ସୁନା, ରୁପା, ହୀରା ଓ ମୂଲ୍ୟବାନ୍‌ ଅଳଙ୍କାର ସାମଗ୍ରୀ ସମେତ ଅନ୍ୟାନ୍ୟ ମୂଲ୍ୟବାନ୍‌ ଧାତୁ ଓ ଗହଣା ଆଦି କିଣିବାକୁ ଆଶାୟୀ ଓ ଆଗ୍ରହୀ ରହିଥିବା ଗତ ସପ୍ତାହ ପୂର୍ବରୁ ବଜାରର ଭିଡ଼ ଓ କାରବାର ତାହା ଦର୍ଶାଉଛି ବୋଲି ଅଲ ଇଣ୍ଡିଆ ଜେମ୍ସ ଆଣ୍ଡ ଜୁଏଲର୍ସ ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଜୁଏଲର୍ସ ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ବ୍ୟାପକ ଅଳଙ୍କାର ସମ୍ଭାର ଓ ନୂତନ କଲେକ୍ସନ ସହ ଆକର୍ଷଣୀୟ ଅଫର ଓ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ନୂଆଦିଲ୍ଲୀ ବଜାରରେ କ୍ରମାଗତ ୨ୟ ସପ୍ତାହ ଲାଗି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଘଟିଛି। ହେଲେ ବର୍ତ୍ତମାନ ମଧ୍ୟ ୨୨ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୫,୦୦୦ ଓ ୬୦,୦୦୦ ଟଙ୍କାରେ କାରବାର ହେଉଛି। ସେହିଭଳି ବର୍ତ୍ତମାନର ଦର ପୂର୍ବ ବର୍ଷଠାରୁ କିଛି ପରିମାଣରେ ଅଧିକ ଥିଲେ ସୁଦ୍ଧା ନୂଆଦିଲ୍ଲୀ ବଜାରରେ ପ୍ରାୟ ୧୫୦୦ରୁ ୨୦୦୦ କୋଟି ଟଙ୍କାର କାରବାର ହେବ ବୋଲି ଆସୋସିଏଶନ ପକ୍ଷରୁ ଆକଳନ କରାଯାଇଛି। ସେହିପରି ଦେଶର ପ୍ରମୁଖ ରାଜ୍ୟ ଓ ସହରଗୁଡ଼ିକରେ ମଧ୍ୟ ଭଲ କାରବାର ହେବ ବୋଲି ଆଶା କରାଯାଉଛି। ବିଶେଷକରି ମୁମ୍ବାଇ ବଜାରରେ ୨୦୦୦ରୁ ୨୫୦୦ କୋଟିର କାରବାର ଆକଳନ କରାଯାଉଥିବା ବେଳେ କୋଲକାତା ବଜାରରେ ୧୫୦୦ରୁ ୨୦୦୦ କୋଟି, ଚେନ୍ନାଇ ବଜାରରେ ୧୨୦୦ରୁ ୧୫୦୦ କୋଟି ଟଙ୍କାର କାରବାର ନେଇ ଆକଳନ କରାଯାଇଛି। ସେହିପରି ବେଙ୍ଗାଲୁରୁ, ଅହମଦବାଦ, ହାଇଦ୍ରାବାଦ ଭଳି ଦେଶର ପ୍ରମୁଖ ସହରରେ ମଧ୍ୟ ୫୦୦ରୁ ୧୦୦୦ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ଆସୋସିଏଶନ ପକ୍ଷରୁ ଆକଳନ କରାଯାଇଛି। ଅପରପକ୍ଷରେ ଓଡ଼ିଶା ବଜାରରେ ମଧ୍ୟ ଅକ୍ଷୟ ତୃତୀୟା କାରବାର ପ୍ରାୟ ୨୦୦ରୁ ୨୫୦ କୋଟି ଟଙ୍କା ହେବ ବୋଲି ଉଭୟ ପ୍ରତିଷ୍ଠାନ ଓ ବ୍ୟବସାୟ ସଂଘ ପକ୍ଷରୁ ଆକଳନ କରାଯାଇଛି। ବିଶେଷକରି ଭୁବନେଶ୍ୱରରେ ପ୍ରାୟ ୧୫୦ କୋଟି ଟଙ୍କାର କାରବାର ନେଇ ଆଶା କରାଯାଉଥିବା ବେଳେ ରାଜ୍ୟର ଅନ୍ୟ ପ୍ରମୁଖ ସହର ଯଥା କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର,ପୁରୀ ଏବଂ ଅନୁଗୋଳରେ ପ୍ରାୟ ୧୦୦ କୋଟି ଟଙ୍କାର କାରବାର ହେବ ବୋଲି ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ଓଡ଼ିଶା ସୁନା ବଜାର ବିଶେଷକରି ଭୁବନେଶ୍ୱର ଭଳି ପ୍ରମୁଖ ସହରରେ ଜଣାଶୁଣା ତଥା ପ୍ରତିଷ୍ଠିତ ସୁନା ଅଳଙ୍କାରଗୁଡ଼ିକରେ ମଧ୍ୟ ଆକର୍ଷଣୀୟ ଅକ୍ଷୟ ତୃତୀୟା ଅଫର ସାଙ୍ଗକୁ ଅନ୍ୟାନ୍ୟା ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଓଡ଼ିଶାର ଜୁଏଲର୍ସ ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ବ୍ୟାପକ କଲେକ୍ସନ ଓ ନୂତନ ସମ୍ଭାର ଶୁଭାରମ୍ଭ କରାଯାଇଛି। ବିଶେଷକରି ଅକ୍ଷୟ ତୃତୀୟା ସାଙ୍ଗକୁ ଆଗାମୀ ବିବାହ ଋତୁ ପାଇଁ ଭଲ ବ୍ୟବସାୟ ଆଶାରେ ବ୍ୟବସାୟମାନେ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ସମୟରେ ଭୁବନେଶ୍ୱର ବଜାରରେ ୧୦ଗ୍ରାମ ୨୨ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୫୬,୦୦୦ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୬୧,୦୦୦ଟଙ୍କା ରହିଛି ବୋଲି ସହରର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri