ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି: ପ୍ରତି ପରିବାରକୁ ମିଳିବ ୧ ହଜାର ଟଙ୍କା, ୯୫ ଲକ୍ଷ ୯୦ ହଜାର ପରିବାର ହେବେ ଉପକୃତ

ଭୁବନେଶ୍ୱର,୧୨।୧: ରାଜ୍ୟ କ୍ୟାବିନେଟରେ ସୋମବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ୧ ହଜାର ଟଙ୍କା ଏବଂ ୨ଟି ଝୋଟ ବ୍ୟାଗ୍‌ ମିଳିବ। ଏଥିରେ ରାଜ୍ୟର ୯୫ ଲକ୍ଷ ୯୦ ହଜାର ପରିବାର ଉପକୃତ ହେବେ। ତେବେ ଏହି ଯୋଜନାରେ ରାଜ୍ୟ ସରକାରଙ୍କ ୯୫୯.୫ କୋଟି ଟଙ୍କା ଖର୍ଚ୍ଚ ହେବ।