Posted inରାଜ୍ୟ

ବିରୋଧୀଙ୍କ ଉପରେ ଭାରି ପଡିପାରେ ୧୦୦ ୟୁନିଟ୍‌ ମାଗଣା ବିଜୁଳି ଏବଂ BSKY ଯୋଜନା

ଭୁବନେଶ୍ୱର,୧୦ା୫: ଉପଭୋକ୍ତାଙ୍କୁ ୧୦୦ ୟୁନିଟ୍‌ ମାଗଣା ବିଜୁଳି ଏବଂ କୃଷି କ୍ଷେତ୍ରକୁ ମାଗଣା ବିଜୁଳି। ବିଏସକେୱାୟୀ ଯୋଜନାରେ ସରକାରୀ ଚାକିରିଆ ଓ ମଧ୍ୟବିତ୍ତ ପରିବାରଙ୍କୁ ସାମିଲ। ୨ ଲକ୍ଷ ସରକାରୀ ଚାକିରି। ମିଶନ ଶକ୍ତି ମହିଳାଙ୍କୁ ପେନ୍‌ସନ। କୃଷକ ପରିବାର ପିଲାଙ୍କୁ ଛାତ୍ରବୃତ୍ତି, ଝିଅ ବାହାଘର ପାଇଁ ୨୫ ହଜାର ଓ ମତ୍ସ୍ୟଜୀବୀ ପରିବାରକୁ ବାର୍ଷିକ ୧୫ ହଜାର ଟଙ୍କା ମିଳିବ । ଚଳିତ ୨୦୨୪ ନିର୍ବାଚନ ପାଇଁ ବିଜୁ ଜନତା ଦଳ ନିର୍ବାଚନ ଇସ୍ତାହାରରେ ଏଭଳି ପୁଳାପୁଳା ପ୍ରତିଶ୍ରୁତି ଦେଇଛି।

ବିଜେଡିର ଏହି ଇସ୍ତାହାର ମାଧ୍ୟମରେ ବିରୋଧୀଙ୍କୁ ବଡ଼ ଚକମା ଦେଇଛି। ରାଜ୍ୟରେ ଭାଜପା ସହିତ ମେଣ୍ଟ କରିବା ଖବର ଆସିବା ପରେ ଏବଂ ଅନେକ ସ୍ଥାନରେ ଟିକେଟ ଆଶାୟୀ ଦଳ ଛାଡ଼ିବା ପରେ କେଉଁଠି ନାଁ କେଉଁଠି ବିଜେଡି ସାମାନ୍ୟ ସମସ୍ୟାରେ ପଡିଯାଇଥିଲା। ଏହାରି ମଧ୍ୟରେ ବିରୋଧୀଙ୍କୁ ପ୍ରତିହତ କରିବା ପାଇଁ ଦଳର ସୁପ୍ରିମୋ ନିଜେ ଜିଲା ଜିଲା ବୁଲି ପ୍ରଚାର କରୁଛନ୍ତି। ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କରି ଦଳ ପାଇଁ ଭୋଟ ମାଗୁଛନ୍ତି। ଏଭଳି ସମୟରେ ବିଜେଡିର ଏହି ଲୋଭନୀୟ ଇସ୍ତାହାର ଓଡ଼ିଶାର ଭୋଟରଙ୍କୁ ଆକୃଷ୍ଟ କରିବ ବୋଲି କୁହାଯାଉଛି।

ଇସ୍ତାହାର ଘୋଷଣା କରିବା ସମୟରେ ନବୀନ କହିଛନ୍ତି ଯେ, ଗତ ୨୪ ବର୍ଷ ମଧ୍ୟରେ ବିଜେଡି ସରକାର ଓଡ଼ିଶାକୁ ଏକ ଗରିବ, କ୍ଷୁଧାପ୍ରବଣ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କବଳିତ ପଛୁଆ ରାଜ୍ୟରୁ ଆଧୁନିକ ଅଭିବୃଦ୍ଧିଭିତ୍ତିକ, ସଂସ୍କୃତି ଏବଂ ଅସ୍ମିତାର ପରିଚୟଭିତ୍ତିକ ରାଜ୍ୟରେ ପରିଣତ କରିପାରିଛି। ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି। ଏକ ଗରିବ ଓ ପଛୁଆ ରାଜ୍ୟର ପରିଚୟ ଆଜି ଇତିହାସ ହୋଇଯାଇଛି। ଏହି ଘୋଷଣାପତ୍ର ଓଡ଼ିଶାରେ ଏକ ସୁବର୍ଣ୍ଣ ଯୁଗର ଭିତ୍ତି ପକାଇବ। ୨୦୩୪ ସୁଦ୍ଧା ଓଡ଼ିଶା ହେବ ଦେଶର ୧ ନମ୍ବର ରାଜ୍ୟ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ଆସନ୍ତା ୨୦୩୬ରେ ହେବ। ଏହାର ଦୁଇ ବର୍ଷ ପୂର୍ବରୁ ଆମେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବୁ।

ବିଜେଡି ଏହାର ଇସ୍ତାହାରରେ ଘୋଷଣା କରିଥିବା ଅନ୍ୟ ପ୍ରମୁଖ ଘୋଷଣା ହେଉଛି ଯୁବବର୍ଗଙ୍କ ପାଇଁ ୧୦ ବର୍ଷ ସକାଶେ ୧ ଲକ୍ଷ କୋଟିର ସ୍ବତନ୍ତ୍ର ବଜେଟ ପ୍ରସ୍ତୁତ ହେବ । ଏଥିସହିତ ଆସନ୍ତା ୫ ବର୍ଷରେ ଯୁବବର୍ଗଙ୍କୁ ୨ ଲକ୍ଷ ସରକାରୀ ଚାକିରି ମଳିବ । ନୂଆ-ଓ ଛାତ୍ରବୃତ୍ତି ଯୋଜନାରେ ପ୍ରତିବର୍ଷ ଛାତ୍ରୀଙ୍କୁ ୧୪ ହଜାର, ଛାତ୍ରଙ୍କୁ ୧୨ ହଜାର ପ୍ରଦାନ କରାଯିବ । ୧୦୦ ୟୁନିଟ୍‌ ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ମାଗଣା ବିଦ୍ୟୁତ୍‌ ଯୋଗାଇ ଦିଆଯିବ। ସେହିପରି କୃଷି କ୍ଷେତ୍ରକୁ ମାଗଣା ବିଜୁଳି ଦିଆଯିବ । ମିଶନ ଶକ୍ତି ମହିଳାଙ୍କୁ ପେନ୍‌ସନ ପ୍ରଦାନ କରାଯିବା ସହ ଗ୍ରାମୀଣ ଗୃହ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ୧୦ ଲକ୍ଷ ଘର ଯୋଗାଇ ଦିଆଯିବ । ଏଥିସହିତ ରାଜ୍ୟର ଐତିହ୍ୟଗୁଡିକର ସୁରକ୍ଷା ଓ ବିକାଶ ପାଇଁ ୧ ହଜାର କୋଟିର କର୍ପସ ପାଣ୍ଠି ଗଠନ କରାଯିବ। କୃଷକ ପରିବାର ପିଲାଙ୍କୁ ଛାତ୍ରବୃତ୍ତି, ଝିଅ ବାହାଘର ପାଇଁ ୨୫ ହଜାର ଓ ମତ୍ସ୍ୟଜୀବୀ ପରିବାରକୁ ବାର୍ଷିକ ୧୫ ହଜାର ଟଙ୍କା ମିଳିବ । ଓଡ଼ିଆ ଭାଷାର ବିକାଶ ଓ ପ୍ରୋତ୍ସାହନ ପାଇଁ ୧୦୦ କୋଟି ବ୍ୟୟବରାଦ କରାଯିବା ସହ ୧୦୦ ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ଘୋଷଣା ହେବ। ପଦ୍ମଶ୍ରୀ ଓ ପଦ୍ମଭୂଷଣ ଭଳି ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ କଳିଙ୍ଗଶ୍ରୀ ଓ କଳିଙ୍ଗଭୂଷଣ ପୁରସ୍କାରରେ ସମ୍ମାନିତ କରାଯିବ । ସ୍ବୟମ ଯୋଜନା ରାଶି ୨ ଲକ୍ଷକୁ ବୃଦ୍ଧି ହେବା ସହ ରାଜ୍ୟରେ ପ୍ରତିଷ୍ଠା ହେବ ଫ୍ୟାଶନ ଟେକ୍ନୋଲୋଜିି ଏବଂ ଏଆଇ ବିଶ୍ୱବିଦ୍ୟାଳୟ ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri