Posted inଫୁରସତ

୧୦୦ ଟଙ୍କାର ଦହି ଚୋରି କରିଥିଲେ ଏହି ଛାତ୍ରୀ, ଧରିବା ପାଇଁ ପୋଲିସ ଖର୍ଚ୍ଚ କଲା ୪୨୦୦୦ ଟଙ୍କା

ଅପରାଧୀଙ୍କୁ ଧରିବା ପାଇଁ ପୋଲିସକୁ ବେଳେବେଳେ ବହୁତ କଷ୍ଟ କରିବାକୁ ପଡ଼ିଥାଏ। କିଛି ମାମଲାରେ ସଫଳତା ମିଳେ ତ ଆଉ କେତେବେଳେ ଅପରାଧୀ ଚକ୍‌ମା ଦେଖାଇ ଖସିଯାଏ। ଏପରିକି ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ପ୍ରଶାସନ ବହୁ ଅର୍ଥ ମଧ୍ୟ ଖର୍ଚ୍ଚ କରିଥାଏ। ଏହିପରି ଏକ ଘଟଣା ତାଇଓ୍ବାନରେ ଦେଖିବାକୁ ମିଳିଛି। ୧୦୦ ଟଙ୍କାର ଦହି ଚୋରି କରିଥିବା ଜଣେ ଛାତ୍ରୀଙ୍କୁ ଧରିବା ପାଇଁ ପୋଲିସ ୪୨୦୦୦ ଟଙ୍କା ଖର୍ଚ୍ଚ କରିଦେଇଛି। ତାଇଓ୍ବାନର ରାଜଧାନୀ ତାଇପେ ପୋଲିସ ଏପରି ଖର୍ଚ୍ଚାନ୍ତ ହୋଇଛି। ଏପରିକି ଛାତ୍ରୀ ଜଣଙ୍କ ଡିଏନ୍‌ଏ ଟେଷ୍ଟ ବି କରାଇଛି ପୋଲିସ।
ତାଇପେ ଚାଇନିଜ୍‌ କଲ୍‌ଚର ୟୁନିଭରସିଟିରେ ପଢୁଥିବା ଜଣେ ଛାତ୍ରୀ ଅନ୍ୟ ୫ ଛାତ୍ରୀଙ୍କ ସହ ଏକ ଫ୍ଲାଟ୍‌ରେ ଭଡ଼ାରେ ରହୁଥିଲେ। ଛାତ୍ରୀମାନେ ଦହି ବୋତଲ ହଷ୍ଟେଲର ଫ୍ରିଜ୍‌ରେ ରଖିଥିଲେ। ଏହି ଫ୍ରିଜ୍‌ଟି ଶେୟାରିଂରେ ଥିଲା। ତେବେ ଦହି ବୋତଲ ଫ୍ରିଜ୍‌ରୁ ଗାଏବ ହୋଇଯାଇଥିଲା। ଏହା ପରେ ସମସ୍ତଙ୍କୁ ପଚରାଗଲା। ମାତ୍ର ଦହି ମିଳିଲା ନାହିଁ। ପରେ ଛାତ୍ରୀମାନେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ମାତ୍ର ସଫଳତା ମିଳି ନ ଥିଲା। ଏଥିପାଇଁ ପୋଲିସ ଫରେନସିକ୍‌ ଟିମ୍‌ର ମଧ୍ୟ ସହାୟତା ନେଇଥିଲା। ଖାଲି ଏତିକି ନୁହେଁ ଅଭିଯୁକ୍ତଙ୍କ ଡିଏନ୍‌ଏ ଟେଷ୍ଟ କରାଇଥିଲା। ଏଥିପାଇଁ ୪୨୦୦୦ ଟଙ୍କା ଖର୍ଚ୍ଚ କରିଥିଲା ପୋଲିସ। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ପୋଲିସର ଏହି କାରନାମା ପାଇଁ ଲୋକେ ବେଶ୍‌ ମଜା ଉଡ଼ାଉଛନ୍ତି। ପୋଲିସ ଜନସାଧାରଣଙ୍କ ପଇସା ଅଯଥାରେ ବରବାଦ କରୁଥିବା ୟୁଜରମାନେ ଅଭିଯୋଗ କରିଛନ୍ତି। ୟୁଜରମାନେ କହିଛନ୍ତି, ମାତ୍ର ୧୦୦ ଟଙ୍କାର ଦହି ପାଇଁ ଏତେ ଟଙ୍କା ଖର୍ଚ୍ଚ?


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri