Posted inଫୁରସତ

୧୦୦ ଟଙ୍କାର ଦହି ଚୋରି କରିଥିଲେ ଏହି ଛାତ୍ରୀ, ଧରିବା ପାଇଁ ପୋଲିସ ଖର୍ଚ୍ଚ କଲା ୪୨୦୦୦ ଟଙ୍କା

ଅପରାଧୀଙ୍କୁ ଧରିବା ପାଇଁ ପୋଲିସକୁ ବେଳେବେଳେ ବହୁତ କଷ୍ଟ କରିବାକୁ ପଡ଼ିଥାଏ। କିଛି ମାମଲାରେ ସଫଳତା ମିଳେ ତ ଆଉ କେତେବେଳେ ଅପରାଧୀ ଚକ୍‌ମା ଦେଖାଇ ଖସିଯାଏ। ଏପରିକି ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ପ୍ରଶାସନ ବହୁ ଅର୍ଥ ମଧ୍ୟ ଖର୍ଚ୍ଚ କରିଥାଏ। ଏହିପରି ଏକ ଘଟଣା ତାଇଓ୍ବାନରେ ଦେଖିବାକୁ ମିଳିଛି। ୧୦୦ ଟଙ୍କାର ଦହି ଚୋରି କରିଥିବା ଜଣେ ଛାତ୍ରୀଙ୍କୁ ଧରିବା ପାଇଁ ପୋଲିସ ୪୨୦୦୦ ଟଙ୍କା ଖର୍ଚ୍ଚ କରିଦେଇଛି। ତାଇଓ୍ବାନର ରାଜଧାନୀ ତାଇପେ ପୋଲିସ ଏପରି ଖର୍ଚ୍ଚାନ୍ତ ହୋଇଛି। ଏପରିକି ଛାତ୍ରୀ ଜଣଙ୍କ ଡିଏନ୍‌ଏ ଟେଷ୍ଟ ବି କରାଇଛି ପୋଲିସ।
ତାଇପେ ଚାଇନିଜ୍‌ କଲ୍‌ଚର ୟୁନିଭରସିଟିରେ ପଢୁଥିବା ଜଣେ ଛାତ୍ରୀ ଅନ୍ୟ ୫ ଛାତ୍ରୀଙ୍କ ସହ ଏକ ଫ୍ଲାଟ୍‌ରେ ଭଡ଼ାରେ ରହୁଥିଲେ। ଛାତ୍ରୀମାନେ ଦହି ବୋତଲ ହଷ୍ଟେଲର ଫ୍ରିଜ୍‌ରେ ରଖିଥିଲେ। ଏହି ଫ୍ରିଜ୍‌ଟି ଶେୟାରିଂରେ ଥିଲା। ତେବେ ଦହି ବୋତଲ ଫ୍ରିଜ୍‌ରୁ ଗାଏବ ହୋଇଯାଇଥିଲା। ଏହା ପରେ ସମସ୍ତଙ୍କୁ ପଚରାଗଲା। ମାତ୍ର ଦହି ମିଳିଲା ନାହିଁ। ପରେ ଛାତ୍ରୀମାନେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ମାତ୍ର ସଫଳତା ମିଳି ନ ଥିଲା। ଏଥିପାଇଁ ପୋଲିସ ଫରେନସିକ୍‌ ଟିମ୍‌ର ମଧ୍ୟ ସହାୟତା ନେଇଥିଲା। ଖାଲି ଏତିକି ନୁହେଁ ଅଭିଯୁକ୍ତଙ୍କ ଡିଏନ୍‌ଏ ଟେଷ୍ଟ କରାଇଥିଲା। ଏଥିପାଇଁ ୪୨୦୦୦ ଟଙ୍କା ଖର୍ଚ୍ଚ କରିଥିଲା ପୋଲିସ। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ପୋଲିସର ଏହି କାରନାମା ପାଇଁ ଲୋକେ ବେଶ୍‌ ମଜା ଉଡ଼ାଉଛନ୍ତି। ପୋଲିସ ଜନସାଧାରଣଙ୍କ ପଇସା ଅଯଥାରେ ବରବାଦ କରୁଥିବା ୟୁଜରମାନେ ଅଭିଯୋଗ କରିଛନ୍ତି। ୟୁଜରମାନେ କହିଛନ୍ତି, ମାତ୍ର ୧୦୦ ଟଙ୍କାର ଦହି ପାଇଁ ଏତେ ଟଙ୍କା ଖର୍ଚ୍ଚ?


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri