Categories: ଗଞ୍ଜାମ

୧୦୦ ପୋଲିସ କରୋନା ଯୋଦ୍ଧା ପ୍ଲାଜ୍‌ମା ଦାନ କରିବେ

ଆସିକା,୨୨।୭(ଡି.ଏନ୍‌.ଏ.)- ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପ୍ଲାଜମା ଥେରାପି ଆରମ୍ଭ ହୋଇଛି। କରୋନାରୁ ସୁସ୍ଥ ହୋଇ ଫେରିଥିବା ଗଞ୍ଜାମ ପୋଲିସ ଜିଲାର ୧୦୦ ପୋଲିସ କର୍ମଚାରୀ ପ୍ଲାଜ୍‌ମା ଦାନ କରିବେ ବୋଲି ଏସ୍‌ପି ବ୍ରିଜେଶ କୁମାର ରଏ ସୂଚନା ଦେଇଛନ୍ତି ା କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଇଥିବା ପୋଲିସ କର୍ମଚାରୀଙ୍କୁ ମଙ୍ଗଳବାର ଆସିକା ଥାନା ପରିସରରେ ଏସ୍‌ପି ସମ୍ବର୍ଦ୍ଧିତ କରିବା ଅବସରରେ ଆହୁରି କହିଛନ୍ତି, ଗଞ୍ଜାମ ଜିଲାରେ ସଂକ୍ରମିତ ହୋଇଥିବା ୧୫୦ ପୋଲିସ କରୋନା ଯୋଦ୍ଧାଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୧୨୦ ଜଣ ସୁସ୍ଥ ହୋଇ ଫେରିଲେଣି ା ସେମାନେ ପ୍ଲାଜମା ଦାନ ଲାଗି ଆଗ୍ରହୀ ଥିବା ଏସ୍‌ପି ସୂଚନା ଦେଇଛନ୍ତି। ଏହି ଅବସରରେ ଏସ୍‌ପି ଆସିକା ସରକାରୀ ଡାକ୍ତରଖାନାର ଚିକିତ୍ସାଧିକାରୀ ମୋହନ ବାରିକଙ୍କ ସମେତ ଆସିକା ଥାନାର ୬, ଶେରଗଡ ଥାନାର ୫ ଓ ହିଞ୍ଜିଳି ଥାନାର ଜଣେ ଏଭଳି ମୋଟ ୧୩ଜଣଙ୍କୁ ଉପଢ଼ୌକନ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ ା କାର୍ଯ୍ୟକ୍ରମରେ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ, ବିଡିଓ ରୋଶନ ଶତପଥୀ, ତହସିଲଦାର ସଦାନନ୍ଦ ସେଠୀ, ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଆସିକା,୨୧ା୭(ଡି.ଏନ୍‌.ଏ.)- ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପ୍ଲାଜମା ଥେରାପି ଆରମ୍ଭ ହୋଇଛି। କରୋନାରୁ ସୁସ୍ଥ ହୋଇ ଫେରିଥିବା ଗଞ୍ଜାମ ପୋଲିସ ଜିଲାର ୧୦୦ ପୋଲିସ କର୍ମଚାରୀ ପ୍ଲାଜ୍‌ମା ଦାନ କରିବେ ବୋଲି ଏସ୍‌ପି ବ୍ରିଜେଶ କୁମାର ରଏ ସୂଚନା ଦେଇଛନ୍ତି ା କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଇଥିବା ପୋଲିସ କର୍ମଚାରୀଙ୍କୁ ମଙ୍ଗଳବାର ଆସିକା ଥାନା ପରିସରରେ ଏସ୍‌ପି ସମ୍ବର୍ଦ୍ଧିତ କରିବା ଅବସରରେ ଆହୁରି କହିଛନ୍ତି, ଗଞ୍ଜାମ ଜିଲାରେ ସଂକ୍ରମିତ ହୋଇଥିବା ୧୫୦ ପୋଲିସ କରୋନା ଯୋଦ୍ଧାଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୧୨୦ ଜଣ ସୁସ୍ଥ ହୋଇ ଫେରିଲେଣି ା ସେମାନେ ପ୍ଲାଜମା ଦାନ ଲାଗି ଆଗ୍ରହୀ ଥିବା ଏସ୍‌ପି ସୂଚନା ଦେଇଛନ୍ତି। ଏହି ଅବସରରେ ଏସ୍‌ପି ଆସିକା ସରକାରୀ ଡାକ୍ତରଖାନାର ଚିକିତ୍ସାଧିକାରୀ ମୋହନ ବାରିକଙ୍କ ସମେତ ଆସିକା ଥାନାର ୬, ଶେରଗଡ ଥାନାର ୫ ଓ ହିଞ୍ଜିଳି ଥାନାର ଜଣେ ଏଭଳି ମୋଟ ୧୩ଜଣଙ୍କୁ ଉପଢ଼ୌକନ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ ା କାର୍ଯ୍ୟକ୍ରମରେ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ, ବିଡିଓ ରୋଶନ ଶତପଥୀ, ତହସିଲଦାର ସଦାନନ୍ଦ ସେଠୀ, ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।