Posted inଖେଳ

‘ମାରାଥନ ମ୍ୟାନ୍‌’ ବିବେକାନନ୍ଦ

ଜଣେ ଆଥଲେଟ୍‌ ଅଫୁରନ୍ତ ସହନଶକ୍ତିର ବିନିଯୋଗ ସହିତ ନିରନ୍ତର ଅଭ୍ୟାସ ଦ୍ୱାରା ହିଁ ମାରାଥନ ଦୌଡ଼ ଭଳି ଅତି କଷ୍ଟସାଧ୍ୟ ଇଭେଣ୍ଟରେ ସଫଳ ହୋଇଥାଏ। ଏହିପରି ଜଣେ କିମ୍ବଦନ୍ତୀ ମାରାଥନ ଧାବକ ହେଉଛନ୍ତି ଓଡ଼ିଶାର ଡା. ବିବେକାନନ୍ଦ ତ୍ରିପାଠୀ। ବିଶ୍ୱ ଏବଂ ଅଲିମ୍ପିକ ସ୍ତରରେ ନ ହେଲେ ମଧ୍ୟ ରାଜ୍ୟ ଓ ଜାତୀୟସ୍ତରରେ ଅନେକ ଉପଲବ୍ଧି ହାସଲ କରି ସେ ଓଡ଼ିଶାକୁ ଗର୍ବିତ କରିଛନ୍ତି….

ଚେକ୍‌ ଗଣରାଜ୍ୟର କିମ୍ବଦନ୍ତୀ ମାରାଥନ ଧାବକ ଏମିଲ ଜାଟୋପେକ୍‌ (୧୯୫୨ ହେଲେସିଙ୍କି ଅଲିମ୍ପିକ୍ସର ୫,୦୦୦ମି., ୧୦,୦୦୦ ମି. ଏବଂ ମାରାଥନ ସ୍ବର୍ଣ୍ଣପଦକ ବିଜେତା)ଙ୍କ ଭାଷାରେ ”ଆନନ୍ଦ ଉପଭୋଗ କରିବା ପାଇଁ ଗୋଟିଏ ମାଇଲ ଦୌଡ଼ ଓ ଅନ୍ୟ ଜୀବନର ଅନୁଭୂତି ଲାଗି ମାରାଥନ ଦୌଡ଼“। ପୁରାତନ ଅଲିମ୍ପିକ କ୍ରୀଡ଼ାର ମହାନ୍‌ ପରମ୍ପରା ସହ ଜଡ଼ିତ ମାରାଥନ ଦୌଡ଼ ପ୍ରଥମ ଆଧୁନିକ ଅଲିମ୍ପିକ୍ସ(୧୮୯୬)ରେ ସାମିଲ ହେବା ସହିତ ଆଜିପର୍ଯ୍ୟନ୍ତ ଏକ ଆକର୍ଷଣୀୟ ଇଭେଣ୍ଟ ଭାବେ ସ୍ବୀକୃତି ଲାଭ କରିଛି। ଜଣେ ଆଥଲେଟ୍‌ ଅଫୁରନ୍ତ ସହନଶକ୍ତିର ଉପଯୋଗ ସହିତ ନିରନ୍ତର ଅଭ୍ୟାସ ଦ୍ୱାରା ହିଁ ମାରାଥନ ଦୌଡ଼(୪୨.୧୯୫ କିମି) ଭଳି ଅତି କଠିନ ଓ କଷ୍ଟସାଧ୍ୟ ଇଭେଣ୍ଟରେ ସଫଳ ହେବାରେ ସକ୍ଷମ ହୋଇଥାଏ।
ଏହିପରି ଜଣେ କିମ୍ବଦନ୍ତୀ ମାରାଥନ ଧାବକ ହେଉଛନ୍ତି ଆମ ରାଜ୍ୟର ଡା. ବିବେକାନନ୍ଦ ତ୍ରିପାଠୀ। ବିଶ୍ୱ ଏବଂ ଅଲିମ୍ପିକସ୍ତରରେ ନ ହେଲେ ମଧ୍ୟ ଆମ ରାଜ୍ୟ ଓ ଜାତୀୟସ୍ତରରେ ଅନେକ ଉପଲବ୍ଧି ପ୍ରାପ୍ତ କରିଥିବା ଡା. ତ୍ରିପାଠୀ ପେସାରେ ଜଣେ ପ୍ରାଣୀ ଚିକିତ୍ସକ। ମାତ୍ର ତାଙ୍କର ନିଶା ଥିଲା ମାରାଥନ ଦୌଡ଼। ବିବେକ କୁହନ୍ତି ”ରେଭେନ୍ସା କଲିଜିଏଟ୍‌ ବିଦ୍ୟାଳୟରେ ପଢ଼ୁଥିବା ସମୟରେ ସ୍କୁଲ ପାଇଁ ଫୁଟ୍‌ବଲ, ଭଲିବଲ ଏବଂ ଦୌଡ଼କୁଦରେ ବିଶେଷ ରୁଚି ଥିଲା ଏବଂ ବିଦ୍ୟାଳୟକୁ ଉପରୋକ୍ତ କ୍ରୀଡ଼ାଗୁଡ଼ିକରେ ପ୍ରତିନିଧିତ୍ୱ କରୁଥିଲି। ପରବର୍ତ୍ତୀ ସମୟରେ ଭଦ୍ରକ ଏବଂ ରେଭେନ୍ସା ମହାବିଦ୍ୟାଳୟରେ ମଧ୍ୟ ଏହି କ୍ରୀଡ଼ାଗୁଡ଼ିକରେ ପାରଦର୍ଶିତା ଲାଭ କରିଥିଲି। ୧୯୬୦ ରୋମ୍‌ ଅଲିମ୍ପିକ୍ସରେ ମାରାଥନ ଚାମ୍ପିୟନ ଇଥିଓପିଆର ଆବେ ବିକିଲାଙ୍କ ବିଷୟରେ ଜାଣିବା ପରେ ସେ ମୋର ରୋଲ୍‌ ମଡେଲ ହୋଇଯାଇଥିଲେ ଏବଂ ତାଙ୍କୁ ଅନୁସରଣ କରି ମୁଁ ମଧ୍ୟ ଜଣେ ସଫଳ ମାରାଥନ ଧାବକ ହେବାର ସଂକଳ୍ପ ନେଇଥିଲି“। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ (ଓୟୁଏଟି) ସ୍ତରରେ ଏକାଧିକ ଥର ଶ୍ରେଷ୍ଠ ଆଥ୍‌ଲେଟ ବିବେଚିତ ହୋଇଥିବା ବିବେକ ତାଙ୍କ ବିଶ୍ୱବିଦ୍ୟାଳୟକୁ ଫୁଟ୍‌ବଲରେ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ। ପରବର୍ତ୍ତୀ ସମୟରେ ସେ କେବଳ ଲମ୍ବ ଦୌଡ଼ (୫୦୦୦ ଓ ୧୦,୦୦୦ମି.) ଏବଂ ବିଶେଷ ଭାବେ ମାରାଥନ ଦୌଡ଼ରେ ମନୋନିବେଶ କରିଥିଲେ ଏବଂ ନିରନ୍ତର ଅଭ୍ୟାସ ଜାରି ରଖିଥିଲେ। କୃଷି ବିଶ୍ୱବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନରେ ଅଧ୍ୟୟନ ସମୟରେ ସେ ପ୍ରତିଦିନ ପ୍ରାୟ ୫୦ କିମି ଦୌଡ଼ ଅଭ୍ୟାସ କରୁଥିଲେ।
୨୩ ଅଗଷ୍ଟ ୧୯୪୬ରେ ଜନ୍ମିତ ଏହ ଯଶସ୍ବୀ ମାରାଥନ ଧାବକଙ୍କ ଲମ୍ବା ଏବଂ ଘଟଣାବହୁଳ ସଫଳ ଯାତ୍ରା ଆରମ୍ଭ ହୋଥିଲା ୧୯୭୪ ମସିହାରେ। ୧୯୭୪ ରାଜ୍ୟ କ୍ରୀଡ଼ା ପ୍ରତିଯୋଗିତାରେ ୧୫୦୦ମି. (ସ୍ବର୍ଣ୍ଣ), ୫୦୦୦ମି. (ରୌପ୍ୟ) ଏବଂ ୧୦,୦୦୦ମି. (ସ୍ବର୍ଣ୍ଣ)ରେ ସଫଳ ହେଲା ପରେ ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ାର ମାରାଥନ ଦୌଡ଼ରେ ରୌପ୍ୟ ପଦକ ହାସଲ କରି ରାଜ୍ୟ କ୍ରୀଡ଼ା ପାଇଁ ଇତିହାସ ରଚିଥିଲେ। ଏହି କୃତିତ୍ୱ ହାସଲ କରିବାରେ ସେ ଥିଲେ ଦ୍ୱିତୀୟ ଓଡ଼ିଆ। ପୂର୍ବରୁ ୧୯୫୦ରେ ନନ୍ଦକୃଷ୍ଣ ଦାସ ପ୍ରଥମ ଓଡ଼ିଆ ଭାବେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଜାତୀୟ କ୍ରୀଡ଼ାରେ ସଫଳ ପ୍ରଦର୍ଶନ ଯୋଗୁ ବିବେକ ଇରାନର ତେହେରାନ୍‌ଠାରେ ହେବାକୁ ଥିବା ଏସୀୟ କ୍ରୀଡ଼ା ପାଇଁ ପଟିଆଲା ପ୍ରଶିକ୍ଷଣ ଶିବିରରେ ତିନିମାସ ଧରି ତାଲିମ ଗ୍ରହଣ କରିଥିଲେ। ତେବେ କୌଣସି କାରଣ ପାଇଁ ଭାରତୀୟ ଦଳରେ ସାମିଲ ହେବାରୁ ବଞ୍ଚତ୍ତ ହୋଇଥିଲେ। ୧୯୮୧ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ଆନ୍ତଃରାଜ୍ୟ ଆଥଲେଟିକ୍‌ ମିଟ୍‌ରେ ସେ ରୌପ୍ୟ ପଦକ ପାଇଥିଲେ।
୧୯୮୫ରୁ ୨୦୧୯ ମଧ୍ୟରେ ବିବେକବାକୁ ଭେଟେରାନ ବିଭାଗରେ ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ଫୁଲ୍‌/ହାପ୍‌ ମାରାଥନରେ ଭାଗନେଇ ଅନେକ ସଫଳତା ହାସଲ କରିଥିଲେ। ଏହା ବ୍ୟତୀତ ଅନ୍ତର୍ଜାତୀୟସ୍ତରରେ ଭେଟେରାନ୍‌ ବିଭାଗରେ ମାଲେସିଆ ମାରାଥନ (୧୯୯୦), ଦକ୍ଷିଣ ଆଫ୍ରିକାର ଡର୍ବାନଠାରେ ବିଶ୍ୱ ଭେଟେରାନ ମାରାଥନ (୧୯୯୭) ଏବଂ ଗ୍ରେଟ୍‌ ବ୍ରିଟେନ୍‌ର ଗେଟସେଡ୍‌ଠାରେ ଭେଟେରାନ୍‌ ମାରାଥନ (୧୯୯୯)ରେ ଭାରତକୁ ପ୍ରତିନିଧିତ୍ୱ କରି କୃତିତ୍ୱ ହାସଲ କରିଥିଲେ। ବିବେକ ବିଜ୍ଞାନରେ ସ୍ନାତକ ହେବା ପରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରୁ ପ୍ରାଣୀରୋଗ (ଭେଟେରିନାରି) ବିଜ୍ଞାନରେ ଡିଗ୍ରୀ ହାସଲ କରି ରାଜ୍ୟ ସରକାରଙ୍କ ଅଧୀନରେ ବିଭିନ୍ନ ପଦବୀରେ ନିଷ୍ଠାର ସହିତ କାର୍ଯ୍ୟ କରି ୨୦୦୬ରେ ନନ୍ଦନକାନନ ଚିଡ଼ିଆଖାନାର ବରିଷ୍ଠ ଭେଟେରିନାରି ଅଧିକାରୀ ଭାବେ ଅବସର ଗ୍ରହଣ କରିଥିଲେ। କ୍ଷୋଭର ସହ ପ୍ରକାଶ କରନ୍ତି ଡା. ବିବେକ, ”ମୋର କାର୍ଯ୍ୟକାଳ ମଧ୍ୟରେ ଉପରିସ୍ଥ ଅଧିକାରୀଙ୍କ ପ୍ରୋତ୍ସାହନ ବଦଳରେ ଅସହିଷ୍ଣୁତା ଏବଂ ବିଦ୍ୱେଷର ଶିକାର ହୋଇଥିଲି। ତେବେ ଏପରି ନକାରାତ୍ମକ ମନୋଭାବ ମୋର କ୍ରୀଡ଼ା ଜୀବନରେ ବାଧକ ସାଜିଥିଲେ ମଧ୍ୟ ସମସ୍ତ ବାଧାକୁ ଅତିକ୍ରମ କରି ଆଗକୁ ବଢ଼ିଥିଲି।“
ଦୀର୍ଘ ୬୦ ବର୍ଷ ଧରି କ୍ରୀଡ଼ା ପ୍ରତି ସମର୍ପିତ ଜୀବନ ଓ ସାଧନା ଦ୍ୱାରା ୭୬ ବର୍ଷରେ ପଦାର୍ପଣ କରିଥିବା ଡା. ତ୍ରିପାଠୀ ଏବେ ମଧ୍ୟ କ୍ରୀଡ଼ା ଅଭ୍ୟାସ ଜାରି ରଖିଛନ୍ତି। ଜୀବନବ୍ୟାପୀ କ୍ରୀଡ଼ା ପାଇଁ ଅବଦାନକୁ ସ୍ବୀକୃତି ଜଣାଇ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୦୯ରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ ଡା. ତ୍ରିପାଠୀଙ୍କୁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ପକ୍ଷରୁ ୨୦୧୨ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏତଦ୍‌ ବ୍ୟତୀତ ୧୯୭୪ରୁ ୨୦୧୨ ମଧ୍ୟରେ ଏକାଧିକ କ୍ରୀଡ଼ା ଏବଂ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ସେ ସମ୍ମାନିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri