୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ହେଲେ ସାମୁଦ୍ରିକ ଜୁଆର ମାଡ଼ ଓ ଚିଙ୍ଗୁଡ଼ି ଘେରି ବର୍ଜ୍ୟବସ୍ତୁ (କଙ୍କଡ଼ା କୋଚିଆ ଗାତ) ଯୋଗୁ ଲୁଣା ଘେରି ବନ୍ଧ ଦୁର୍ବଳ ହେବା ସହ ଭୁଶୁଡ଼ି ପଡ଼ିବା ଦେଖିବାକୁ ମିଳିଛି। ଫଳରେ ସ୍ଥାନୀୟ ଲୋକମାନେଙ୍କ ଚାଷଜମି ଓ ଗ୍ରାମକୁ ବିପଦ ସୃଷ୍ଟି କରିବ ବୋଲି କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଏହି ଘେରିବନ୍ଧ ଗୁରୁବାର ଶହେ ଫୁଟ ଭୁଶୁଡିବା ପରେ ଜଳସେଚନ ବିଭାଗର ଚେତା ପଶିଛି। ଶନିବାର ପୂର୍ବାହ୍ନରେ ବିଭାଗ ପକ୍ଷରୁ ଏହି ଭୁଶୁଡ଼ିବା ସ୍ଥାନରେ ବହ୍ଲା ବାଲି ବସ୍ତା ମାଟି ପକାଇ ଜେସିବି ମେଶିନ ଲଗାଇ ଘାଇ ବନ୍ଧ ହେଉଛି। ଯନ୍ତ୍ରୀଙ୍କ ଦେଖା ନାହିଁ, ଯନ୍ତ୍ର କରୁଛି କାମ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ହେଲେ ବିଭାଗର ଚତୁର୍ଥ ଶ୍ରେଣୀ (ଖଲାସୀ) କର୍ମଚାରୀମାନେ ଘେରିବନ୍ଧ ଜଗିଥିବା ଦେଖିବାକୁ ମିଳୁଛି। ଏହି ସ୍ଥାନରେ ମେଗା ପ୍ରକଳ୍ପ ଯୋଜନା ଅନୁସାରେ ପଥର ବନ୍ଧ ନିର୍ମାଣ କାର୍ଯ୍ୟ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

Dharitri – Odisha’s No.1 Odia Daily

Share