ରାସୋଳ ଅଞ୍ଚଳରେ ୧୦୦ ହାତୀ

ରାସୋଳ, ୧୨।୧୨(ଡି.ଏନ୍‌.ଏ.): ଫସଲ ଅମଳ ସମୟରେ ମାତିଛନ୍ତି ହାତୀ। ବର୍ଷସାରା ହାଡ଼ଭଙ୍ଗା ପରିଶ୍ରମ କରିଥିବା ଚାଷୀ ଘରକୁ ଧାନ ଆଣିବାକୁ ଆଶା ବାନ୍ଧି ବସିଥିବାବେଳେ ମାତ୍ର କେଇ ଘଣ୍ଟାରେ ଉଜାଡ଼ି ଦେଉଛନ୍ତି ଚାଷ। ଆଖି ଆଗରେ ସୁନାର ଫସଲ ନଷ୍ଟ ହୋଇଯାଉଥିବା ବେଳେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳର ଚାଷୀ।
ବୁହାଳିପାଳ କାଳିଯୋଡ଼ି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିକଟରେ ଦଳବଦ୍ଧ ଭାବେ ରହୁଥିବା ୬୦ ହାତୀ ଏବେ ବିଭିନ୍ନ ପଲରେ ବିଭକ୍ତ ହୋଇ ଧାନ ଜମି ମୁହଁା ହୋଇଛନ୍ତି। ସମାନ ଦୃଶ୍ୟ ଦେଖିବାକୁ ମିଳିଛି ଦଣ୍ଡିରି ଅଞ୍ଚଳରେ। ଏଠାରେ ମଧ୍ୟ ୪୦ ହାତୀ ଦୀର୍ଘଦିନ ହେଲା ଉପଦ୍ରବ ସୃଷ୍ଟି କରି ଚାଲିଛନ୍ତି। ନବକିଶୋରପୁର, ବୁହାଳିପାଳ, କୁନୁଆ, ଗଣ୍ଡାନାଳୀ, ଦଣ୍ଡିରି ଅଞ୍ଚଳରେ ହାତୀ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚତ୍ଛି। କୁନୁଆ ଗ୍ରାମର ବାବୁଲି ନାୟକ ୧୨୦ ବସ୍ତା ଧାନ ଅମଳ କରି ରଖିଥିବାବେଳେ ଶନିବାର ରାତିରେ ୧୩ ହାତୀ ସେସବୁ ନଷ୍ଟ କରି ଦେଇଛନ୍ତି। ମାତ୍ର କେଇଘଣ୍ଟାରେ ବର୍ଷକର ପରିଶ୍ରମ ହରାଇ ସମ୍ପୃକ୍ତ ଚାଷୀ ଧୈର୍ଯ୍ୟହରା ହୋଇପଡ଼ିଛନ୍ତି। ସେହିପରି ଗ୍ରାମର ଲମ୍ବୋଦର ସାମଲଙ୍କ ୧ ଏକର, ଜୟନ୍ତ ସାମଲ ୧ ଏକର, କାଟେଣୀ ଗ୍ରାମର ଅଖିଳ ନାୟକ, ବାଙ୍କଟିଆର ମନୋଜ ମିଶ୍ର, ରଘୁନାଥ ପାଳ, ଶୁଶୀଳ ପାଳ ସମେତ ବହୁ ଚାଷୀଙ୍କ ଜମିରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ହାତୀପଲ। ପ୍ରତିକୂଳ ପାଣିପାଗ ସତ୍ତ୍ୱେ ଚଳିତ ବର୍ଷ କଠିନ ପରିଶ୍ରମରେ ଭଲ ଫସଲ ହୋଇଥିଲା। ହେଲେ ସେସବୁ ନିମିଷକ ମଧ୍ୟରେ ହାତୀପଲ ନଷ୍ଟ କରି ପକାଉଥିବାବେଳେ ବନ ବିଭାଗର ସମସ୍ତ ଯୋଜନା ଫେଲ୍‌ ମାରୁଛି। ସ୍ବଳ୍ପ କର୍ମଚାରୀ ଏତେ ସଂଖ୍ୟକ ହାତୀଙ୍କୁ ଘଉଡ଼ାଇବାରେ ବିଫଳ ହେଉଥିବାବେଳେ କ୍ଷତିଗ୍ରସ୍ତ ଚାଷୀଙ୍କ ଆର୍ଥିକ ସ୍ଥିତି ଦୋହଲି ଗଲାଣି। ଏଭଳି ସ୍ଥିତି ଲାଗି ରହିଲେ ଚାଷୀକୁଳ ସର୍ବସ୍ବାନ୍ତ ହୋଇପଡ଼ିବେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଏ ନେଇ ଖଲିବୋରେଇ ଫରେଷ୍ଟର ହିମାଂଶୁ ପୃଷ୍ଟି କୁହନ୍ତି, ବୁହାଳିପାଳରେ ଥିବା ୬୦ ହାତୀ ବିଭିନ୍ନ ଦଳରେ ବିଭକ୍ତ ହୋଇ ବିଲରେ ପଶୁଛନ୍ତି। ଅଳ୍ପ କର୍ମଚାରୀରେ ଏତେ ସଂଖ୍ୟକ ହାତୀଙ୍କୁ ଘଉଡ଼ାଇବା ସମ୍ଭବପର ହେଉନାହିଁ। ତଥାପି ରାତିସାରା ହାତୀଙ୍କ ଉପରେ ନଜର ରଖାଯାଉଛି। ଧନଜୀବନ ହାନି ଆଶଙ୍କା ଏଡ଼ାଇବାକୁ ଲୋକଙ୍କୁ ସଚେତନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri