୧୦୦ଦିନ ପୂରଣ କଲା ତାଲିବାନ ହେଲେ ମିଳିଲାନି ମାନ୍ୟତା

କାବୁଲ,୨୫ ।୧୧: ଆଫଗାନିସ୍ତାନରେ ତାଳିବାନର ଶାସନକୁ ୧୦୦ ଦିନ ପୂରଣ ହୋଇଛି । ଇତିମଧ୍ୟରେ ତାଳିବାନକୁ ଶିକ୍ଷା ମିଳିଛି ଯେ କୌଣସି ଶାସନକୁ ହଟାଇ ଦେଶକୁ ନିଜ ଅକ୍ତିୟାରକୁ ନେବା ସହଜ କଥା, ହେଲେ ଏହାକୁ ଅନ୍ତରାଷ୍ଟ୍ରୀୟ ମାନ୍ୟତା ମିଳିବା ସହଜ କଥା ନୁହେଁ । ଆଫଗାନିସ୍ତାନର ନୂଆ ସରକାରର ମୁଖ୍ୟ ମାୱଲାଇ ହବିବୁଲ୍ଲା ଅଖଂଦଜାଦ ରହିଛନ୍ତି । ଟୋଲୋ ନ୍ୟୁଜର ସୂଚନା ଅନୁଯାୟୀ, ଇତିମଧ୍ୟରେ ଆମରି ଖାଁ ମୁତକିଙ୍କ ନେତୃତ୍ୱରେ ଆଫଗାନ ସରକାର ଅନ୍ତରାଷ୍ଟ୍ରୀୟ ମାନ୍ୟତା ପାଇବାକୁ ବହୁବାର ଚେଷ୍ଟା କଲେଣି ହେଲେ ଏଥିରେ ସଫଳତା ମିଳି ପାରୁ ନାହିଁ । ଏହାକୁ ନେଇ କେତେଜଣ ଅଧିକାରୀ ବିଭିନ୍ନ ଦେଶ ଗସ୍ତ କରି ସାରିଲେଣି । ଆଉ ଏହାର ଜବାବରେ ୬ ଦେଶର ପ୍ରତିନିଧି ଆଫଗାନିସ୍ତାନ ଯାଇ ସେଠାକାର ଅଧିକାରୀଙ୍କ ସହ କଥା ହୋଇ ସାରିଲେଣି । ଅନ୍ୟପଟେ ଇରାନ, ପାକିସ୍ତାନ, ଭାରତ, ରୁଷିଆ ଓ ଚାଇନା ଆଫଗାନିସ୍ତାନର ଭବିଷ୍ୟତକୁ ନେଇ ବୈଠକ କରିଛନ୍ତି । ସରକାରଙ୍କ ଆଶାର ବିପରିତ ଏହି ବୈଠକରେ ଆଫଗାନିସ୍ତାନରେ ତାଲିବାନ ସରକାରଙ୍କୁ ମାନ୍ୟତା ଦେବା ଉପରେ ଆଲୋଚନା ହୋଇ ନ ଥିଲା । ଏଥିରେ କୁହାଯାଇଥିଲା କି ଆଫଗାନିସ୍ତାନର ମାଟି ଆଙ୍କବାଦ ପାଇଁ ବ୍ୟବହାର ନ ହେଉ । ଏଥିପାଇଁ ଇସଲାମି ସରକାରଙ୍କ ବିଦେଶ ନୀତି ଓ କୁଟନୈତିକ ସମ୍ପର୍କ କେବଳ କିଛି ପଡୋଶୀ ଦେଶ ପାଖରେ ସୀମିତ ହୋଇ ରହିଗଲା । ଏହାପରେ ବୈଦେଶିକ ମନ୍ତ୍ରଣାଳୟର ପୂର୍ବତନ ମୁଖ୍ୟ ମରାମର୍ଶଦାତା ଫକରୁଦ୍ଦିନ କ୍ୱାରିଜାଦା କହିଛନ୍ତି, ବିଶ୍ୱ ଅପେକ୍ଷା କରିଛି ତାଲିବାନ ଦେଇଥିବା କଥାକୁ ପୂରଣ କରୁଛି ନା ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri