Posted inଜାତୀୟ

ରାହୁଲଙ୍କୁ ମିଳିବ ୧୦୦କୋଟି ଟଙ୍କାର ଘର, ଜାଣନ୍ତୁ ବିରୋଧୀ ନେତାଙ୍କ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ,୨୬।୬:ବିରୋଧୀ ଦଳ ନେତା ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏବେ ତାଙ୍କୁ ଲୁଟିଏନ୍ସ ଜୋନରେ ଏକ ପ୍ରଶସ୍ତ ବଙ୍ଗଳା ମିଳିବା ସହ ୪ଟି ଅନ୍ୟ କ୍ୱାଟର ମଧ୍ୟ ମିଳିବ। ଲୋକ ସଭାରେ ବିରୋଧୀଦଳର ନେତା ଭାବରେ ରାହୁଲ, ବର୍ତ୍ତମାନ ଦିଲ୍ଲୀର ଏହି ଭବ୍ୟ ବଙ୍ଗଳାରେ ରହିବେ। ତେବେ ଆସନ୍ତୁ ଜାଣିବା ତାଙ୍କର ଦରମା କେତେ ରହିବା ସହ କ’ଣ କ’ଣ ସୁବିଧା ମିଳିବ।

ଯେତେବେଳେ ତାଙ୍କର ପିଲାଦିନ ଜେଜେମା ଇନ୍ଦିରା ଗାନ୍ଧୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କଟିଥିଲା ସେତେବେଳେ ବି ସେ ଏପରି ବିରାଟକାୟ ଭବ୍ୟ ବଙ୍ଗଳାରେ ରହୁଥିଲେ। ତା’ପରେ ଯେତେବେଳେ ପିତା ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବରେ ଏକ ବଡ଼ ବଙ୍ଗଳା ପାଇଥିଲେ ସେଥିରେ ମଧ୍ୟ ସେ ମାଆ ସୋନିଆ ଗାନ୍ଧୀଙ୍କ ସହ ରହୁଥିଲେ। ବିଶେଷ କଥା ହେଉଛି ରାହୁଲ ପ୍ରଥମ ଥର ପାଇଁ ଦିଲ୍ଲୀରେ ଏତେ ବଡ ସରକାରୀ ବାସଭବନ ପାଇବେ କାରଣ ପ୍ରଥମ ଥର ପାଇଁ ତାଙ୍କୁ ଏକ ସାମ୍ବିଧାନିକ ପଦ ମିଳିଛି, ଯାହାର ବିଶେଷ ଗୁରୁତ୍ୱ ରହିଛି।

ତେବେ ଗତ ଦଶ ବର୍ଷ ପରେ ପ୍ରଥମ ଥର ପାଇଁ ଲୋକ ସଭା ବିରୋଧୀଦଳର ନେତା ପାଇଛି। ତେଣୁ ରାହୁଲ ଏହାର ସମସ୍ତ ସୁବିଧା ଏବଂ ଅଧିକାର ପାଇବେ। ଗତ ଦଶ ବର୍ଷ ମଧ୍ୟରେ ୧୬ ଓ ୧୭ତମ ଲୋକ ସଭାରେ କେହି ଏହି ମାନ୍ୟତା ପାଇ ନାହାଁନ୍ତି କାରଣ କୌଣସି ବିରୋଧୀ ଦଳ ଲୋକ ସଭାରେ ମୋଟ ଆସନର ଦଶ ପ୍ରତିଶତ ପାଇ ପାରି ନ ଥିଲେ। ବର୍ତ୍ତମାନ କଂଗ୍ରେସ ପାଖରେ ଲୋକ ସଭାରେ ୯୯ଟି ଆସନ ଅଛି, ତେଣୁ କଂଗ୍ରେସ ଏହାର ଅଧିକାର ପାଇଛି। ବିରୋଧୀଦଳର ନେତାଙ୍କ ସ୍ଥିତି ସାମ୍ବିଧାନିକ ଭାବେ କ୍ୟାବିନେଟ ମନ୍ତ୍ରୀଙ୍କ ସମାନ ବୋଲି ବିବେଚନା କରାଯାଏ। ବିଶେଷ କରି ପ୍ରଭାବଶାଳୀ କମିଟିରେ ରହିବା ଦୃଷ୍ଟିରୁ ଅନେକ ଥର ତାଙ୍କର ଗୁରୁତ୍ୱ କେବଳ ପ୍ରଧାନମନ୍ତ୍ରୀଙ୍କ ପରେ ଅର୍ଥାତ ଦ୍ୱିତୀୟରେ ବିବେଚନା କରାଯାଏ।

କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀଙ୍କୁ ଟାଇପ ୮ ବଙ୍ଗଳା ଆଲର୍ଟ କରାଯାଏ। ଯାହାକି ୮୨୫୦ ବର୍ଗଫୁଟର ଅଟେ। ଏଥିସହ ତାଙ୍କୁ ଏକ ସରକାରୀ ଗାଡି ଏବଂ ଡ୍ରାଇଭର ମଧ୍ୟ ମିଳିଥାଏ।
କେନ୍ଦ୍ର ମନ୍ତ୍ରୀଙ୍କ ବ୍ୟତୀତ ଏହିଭଳି ଆବାସ ତିନି ସଶସ୍ତ୍ର ବାହିନୀର ସେନା ମୁଖ୍ୟ ତଥା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ମଧ୍ୟ ଆଲର୍ଟ କରାଯାଏ।
ଦିଲ୍ଲୀର ଏଭଳି ବିଳାସପୂର୍ଣ୍ଣ ବଙ୍ଗଳାର ମୂଲ୍ୟ ୧୦୦ କୋଟି କିମ୍ବା ତା’ଠାରୁ ଅଧିକ ହୋଇଥାଏ।

ବିରୋଧୀ ଦଳ ପଦବୀରେ ଥିବା ବ୍ୟକ୍ତି କେନ୍ଦ୍ର ମନ୍ତ୍ରୀଙ୍କ ପରି ସମାନ ବେତନ, ଭତ୍ତା ଏବଂ ସୁବିଧା ପାଇଥାନ୍ତି। ବିରୋଧୀଦଳର ନେତାଙ୍କୁ ମାସକୁ ୩,୩୦,୦୦୦ ଟଙ୍କା ଦରମା ମିଳିଥାଏ। ବିରୋଧୀଦଳର ନେତାଙ୍କୁ ପ୍ରତି ମାସରେ ଏକ ହଜାର ଟଙ୍କା ଆତିଥ୍ୟ ଭତ୍ତା ଦିଆଯାଏ। ସେମାନେ ୧୪ ଜଣଙ୍କର କର୍ମଚାରୀ ପାଆନ୍ତି। ବିରୋଧୀଦଳର ନେତା ହୋଇଗଲେ ତାଙ୍କୁ ଆଉ ଏମପିଙ୍କ ପରି ଦରମା ଓ ଭତ୍ତା ମିଳେନାହିଁ।

ବିରୋଧୀଦଳର ନେତାଙ୍କୁ ପ୍ରତି ମାସରେ ୨ହଜାର ଟଙ୍କା ଆତିଥ୍ୟ ଭତ୍ତା ଦିଆଯାଏ । ବିରୋଧୀ ଦଳର ନେତା ପଦ ଛାଡିବା ପରେ ମଧ୍ୟ ସେ ଏହି ବାସଭବନରେ ଏକ ମାସ ପର୍ଯ୍ୟନ୍ତ ରହିପାରିବେ। ଏହି ଅବଧି ମଧ୍ୟରେ ତାଙ୍କୁ କୌଣସି ଭଡା ଦେବାକୁ ପଡିବ ନାହିଁ । ଯଦି ତାଙ୍କର ମୃତ୍ୟୁ ହୁଏ, ତେବେ ତାଙ୍କ ପରିବାର ମଧ୍ୟ ଏକ ମାସ ପର୍ଯ୍ୟନ୍ତ ରହିପାରିବେ।

ନିଜ ପାଇଁ ଓ ନିଜ ପରିବାର ସଦସ୍ୟଙ୍କ ପାଇଁ କୌଣସି ସ୍ଥାନକୁ କଲେ ପରିବହନ ଭତ୍ତା ମିଳିଥାଏ। ସରକାରୀ ପରିଚାଳିତ ଡାକ୍ତରଖାନାଗୁଡ଼ିକରେ ପରିବାର ସହିତ ମାଗଣା ଚିକିତ୍ସା ମିଳିଥାଏ। ମାଗଣା ଟେଲିଫୋନ, ବିଜୁଳି ଓ ପାନୀୟ ସୁବିଧା ମିଳିଥାଏ। ପରିବାର ସହିତ ମାଗଣା ଟ୍ରେନ ଯାତ୍ରା ସହ ବର୍ଷସାରା କୌଣସି ସ୍ଥାନକୁ ମାଗଣା ବିମାନ ଯାତ୍ରା ମଧ୍ୟ କରିପାରିବେ। ମୋଟର କାର କିଣିବା ପାଇଁ ବିରୋଧୀ ଦଳର ନେତାଙ୍କୁ ଆଡଭାନ୍ସ ପେମେଣ୍ଟ ମଧ୍ୟ କରାଯାଏ। କିଛି ଜିନିଷ ଉପରେ ଆୟକର ଛାଡମଧ୍ୟ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?