Categories: ରାଜ୍ୟ

ସୁସ୍ଥ ହେଲେ ୧୦୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୧୮।୨ : ଓଡ଼ିଶାରେ ଗୁରୁବାର ୧୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୮୮୮ରେ ପହଞ୍ଚିଛି। ଖୋର୍ଦ୍ଧାରୁ ସର୍ବାଧିକ ୧୫, କଟକରୁ ୧୩, ସୁନ୍ଦରଗଡ଼ରୁ ୧୧, ଅନୁଗୁଳରୁ ୮, ପୁରୀରୁ ୬, ବରଗଡ଼, ଭଦ୍ରକ, କେନ୍ଦୁଝର ଓ ନୂଆପଡ଼ାରୁ ୫, ଦେଓଗଡ଼ ଓ ଝାରସୁଗୁଡ଼ାରୁ ୪, ବାଲେଶ୍ୱର, କନ୍ଧମାଳ ଓ ସମ୍ବଲପୁରରୁ ୩, ବଲାଙ୍ଗୀର, ଗଞ୍ଜାମ, କେନ୍ଦ୍ରାପଡ଼ା, କୋରାପୁଟ, ମୟୁରଭଞ୍ଜ ଓ ସୋନପୁରରୁ ଜଣେ ଏବଂ ଷ୍ଟେଟ୍‌ ପୁଲରୁ ୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏ ନେଇ ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ କୁହାଯାଇଛି।