୧୦ ବର୍ଷ ପରେ ଭୋଟ୍‌ ଦେଉଛନ୍ତି ସ୍ବାଭିମାନ ଅଞ୍ଚଳବାସୀ

ମାଲକାନଗିରି,୨୪ା୨(ଡି.ଏନ୍‌.ଏ.): ରାଜ୍ୟରେ ଚାଲିଛି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଏହି ନିର୍ବାଚନରେ ୨୫ ଜିଲାର ୧୩୧ ଜିଲା ପରିଷଦ ଜୋନ୍‌ ପାଇଁ ଭୋଟିଂ ଚାଲିଛି। ତେବେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ୧୦ ବର୍ଷ ପରେ ଭୋଟ୍‌ ଦେଉଛନ୍ତି ସ୍ବାଭିମାନ ଅଞ୍ଚଳବାସୀ। ଗତଥର ମାଓବାଦୀ ହିଂସା ପାଇଁ ଏଠାରେ ଦୁଇଟି ଜିଲା ପରିଷଦ ଜୋନ୍‌ରେ ନିର୍ବାଚନ ବନ୍ଦ ରହିଥିଲା। ଚଳିତଥର ମାଓବାଦୀଙ୍କ ଗିତିବିଧି କମିବା ସହିତ ସ୍ବାଭିମାନ ଅଞ୍ଚଳବାସୀ ଭୋଟ୍‌ ଦେଉଛନ୍ତି। ୧୭ଟି ପଞ୍ଚାୟତରେ ୫୯ ଜଣ ସରପଞ୍ଚ ଓ ୪୧ ଜଣ ସମିତି ସଭ୍ୟ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ସ୍ବାଭିମାନ ଅଞ୍ଚଳର ମୋଟ୍‌ ୪୧ ହଜାର ୫୮୨ ଜଣ ଭୋଟର ମତଦାନ ସାବ୍ୟସ୍ତ କରୁଛନ୍ତି।