Posted inଜାତୀୟ

ଦିନାଜପୁର କାଳୀ ମନ୍ଦିରରେ ହେବ ୧୦ ହଜାର ଛେଳି ବଳି, କାଳୀ ପୂଜାରେ ଏହା ବନ୍ଦ ପାଇଁ କିଛି ଆଇନ ଅଛି କି ? ହାଇକୋର୍ଟଙ୍କ ପ୍ରଶ୍ନ…

କୋଲକାତା,୩୦।୧୧ : ଆସନ୍ତା ‘ବୋଲା କାଳୀ ମହୋତ୍ସବ’ ପାଇଁ ପଶ୍ଚିମବଙ୍ଗରେ ୧୦ ହଜାରରୁ ଅଧିକ ଛେଳି ବଳିକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଜନସ୍ବାର୍ଥ ମାମଲାର(ପିଆଇଏଲ)ର ଶୁଣାଣି କଲିକତା ହାଇକୋର୍ଟ ଗୁରୁବାର ଦିନ କରିଛନ୍ତି। ମୁଖ୍ୟ ବିଚାରପତି ଟି.ଏସ ସିବଗଣନମ ଏବଂ ଜଷ୍ଟିସ ହିରଣ୍ମୟ ଭଟ୍ଟାଚାର୍ଯ୍ୟଙ୍କ ଏକ ଡିଭିଜନ ବେଞ୍ଚ ଆବେଦନକାରୀଙ୍କ ଓକିଲଙ୍କୁ ପଶ୍ଚିମବଙ୍ଗ ରାଜ୍ୟରେ ଛେଳି ବଳି ବିରୋଧରେ କୌଣସି ନିଷେଧାଦେଶ ଆଇନ ଅଛି କି ବୋଲି ପଚାରିଥିଲେ। ସେ ଯୁକ୍ତି ଦର୍ଶାଇଥିଲେ କୌଣସି ଅଭିଯୋଗ ନାହିଁ, କିନ୍ତୁ ପଶ୍ଚିମବଙ୍ଗ ପଶୁ ହତ୍ୟା ନିୟମ, ୧୯୫୦ ଭଳି କେତେକ ନିୟମ ଅଛି, ଯେଉଁଥିରେ ପ୍ରତ୍ୟେକ ଛେଳିକୁ ପଶୁ ଚିକିତ୍ସକଙ୍କ ଦ୍ୱାରା ସାର୍ଟିଫିକେଟ ପ୍ରଦାନ କରାଯିବା ଆବଶ୍ୟକ।

ଆଇନଜୀବୀ କହିଛନ୍ତି “ବୋଲା କାଳୀ ପୂଜା” ଅବସରରେ ଛେଳି ବଳି କରାଯାଇଥାଏ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା କୋର୍ଟଙ୍କ ନିର୍ଦ୍ଦେଶ ଏବଂ ସର୍କୁଲାର ଯୋଗୁଁ ଗତ ଦୁଇ ବର୍ଷ ଧରି ଏହିପରି ବଳିକୁ ସ୍ଥଗିତ ରଖାଯାଇଛି। ସାରା ରାଜ୍ୟରେ ବଡ ମନ୍ଦିର ଅଛି। ସେଥିମଧ୍ୟରୁ ଦିନାଜପୁରର ବୋଲା କାଳୀ ମନ୍ଦିର ପକ୍ଷରୁ ଘୋଷଣା କରିଯାଇଛି ଏକ ସମୟରେ ୧୦ ହଜାର ଛେଳି ବଳି ଦେବାକୁ ଚାହୁଁଛନ୍ତି। ସାରା ରାଜ୍ୟରେ ଏପରି ଅନେକ ମନ୍ଦିର ଅଛି, ଯେଉଁଠାରେ ଛେଳି ବଳି ହେବ। ଏହି ଆବେଦନ ଶୁଣି ଡିଭିଜନ ବେଞ୍ଚ ଏହି ମାମଲାରକୁ ଶୁକ୍ରବାର ତାଲିକାଭୁକ୍ତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପ୍ରତିପକ୍ଷଙ୍କୁ ଶୁଣାଣିରେ ସେମାନଙ୍କ ଉପସ୍ଥିତି ନିଶ୍ଚିତ କରିବାକୁ ଆବେଦନକାରୀଙ୍କ ପାଇଁ ପରାମର୍ଶ ଜାରି ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

ଡବ୍ଲ୍ୟୁଏଚ୍‌ଓ-ୟୁନିସେଫ୍‌ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ଭାରତର ୫ କୋଟି ସ୍କୁଲ ପିଲାଙ୍କୁ ମିଳୁନି…

ନୂଆଦିଲ୍ଲୀ,୨୯।୯(ପି.ଟି.): ଭାରତର ବିଦ୍ୟାଳୟଗୁଡ଼ିକରେ ପାଖାପାଖି ଏକ-ପଞ୍ଚମାଂଶ ପିଲାଙ୍କୁ ପରିମଳ ସେବା ଉପଲବ୍ଧ ହେଉନାହିଁ, ଯାହାକି ବିଶ୍ୱରେ ସର୍ବାଧିକ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ୟୁନିସେଫ୍‌ର ଯୁଗ୍ମ…

ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

୨୭ ସେପ୍ଟେମ୍ବର କ୍ରିକେଟର ଐତିହାସିକ ଦିନ: ଗୋଟିଏ ଦିନରେ ଦେଖିବାକୁ ମିଳିଲା ୬ ଶତକ, ତାଲିକାରେ ଦେଖନ୍ତୁ ଅଛନ୍ତି କିଏ…

ନୂଆଦିଲ୍ଲୀ,୨୯।୯: ୨୭ ସେପ୍ଟେମ୍ବର ରବିବାର ଦିନିକିଆ କ୍ରିକେଟ ପାଇଁ ଏକ ଐତିହାସିକ ଦିନ ହୋଇଛି। ଗୋଟିଏ ଦିନରେ ଖେଳାଯାଇଥିବା ୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ମୋଟ ୬ଟି…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?