Posted inଜାତୀୟ

ଗୁଜରାଟରେ ୧୦ ହଜାର କୋଟିର ଅବକାରୀ ଠକେଇ

ନୂଆଦିଲ୍ଲୀ,୨୨ା୮: କେନ୍ଦ୍ର ଓ ଦିଲ୍ଲୀ ସରକାର ମଧ୍ୟରେ ଟଣାଓଟରା ଚରମ ସୀମାରେ ପହଞ୍ଚତ୍ଲାଣି। ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ୨୦୨୧-୨୨ର କାର୍ଯ୍ୟକାରିତାରେ ଅନିୟମିତତା ହୋଇଥିବା ଦର୍ଶାଇ ଉପରାଜ୍ୟପାଳ ବିନୟ ସକ୍ସେନା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଏହାର ତଦନ୍ତ ସୁପାରିସ କରିବା ପରଠାରୁ ସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ସିବିଆଇ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘରେ ଶୁକ୍ରବାର ଚଢ଼ାଉ କରିଥିଲା। ତଦନ୍ତ ବ୍ୟୁରୋ ପକ୍ଷରୁ ଦାଏର ଏଫ୍‌ଆଇଆର୍‌ରେ ଅବକାରୀ ବିଭାଗ ଦାୟିତ୍ୱରେ ଥିବା ସିସୋଡିଆଙ୍କ ସମେତ ୧୫ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିବାବେଳେ ସେ ଏଯାଏ ମୁକୁଳିପାରି ନାହାନ୍ତି। ଏବେ ସିସୋଡିଆ ନିଜ ଗିରଫଦାରି ଆଶଙ୍କା କରିଛନ୍ତି। ଭାଜପା ଶାସିତ ଗୁଜରାଟରେ ବର୍ଷକୁ ୧୦,୦୦୦ କୋଟି ଟଙ୍କାର ଅବକାରୀ ଟିକସ ଠକେଇ ଚାଲିଥିବାବେଳେ ସିବିଆଇ ସେଥିପ୍ରତି ଆଖି ବୁଜିଦେଇ ତାଙ୍କ ନଁାରେ ଲୁକ୍‌ ଆଉଟ୍‌ ସର୍କ୍ୟୁଲାର (ଏଲ୍‌ଓସି) ଜାରି କରିଥିବା ସିସୋଡିଆ କହିଛନ୍ତି। ଅନ୍ୟପକ୍ଷେ ଅଦ୍ୟାବଧି କୌଣସି ଅଭିଯୁକ୍ତଙ୍କ ବିରୋଧରେ ଏଲ୍‌ଓସି ଜାରି ହୋଇ ନ ଥିବା ସିବିଆଇ ପକ୍ଷରୁ କୁହାଯାଇଛି। ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଏହାକୁ ଦଳର ଆବାହକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବଢ଼ୁଥିବା ଜାତୀୟ ପତିଆରାକୁ ନୂ୍ୟନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚକ୍ରାନ୍ତ ବୋଲି ଅଭିହିତ କରିଛି। ଅପରପକ୍ଷରେ ଭାଜପା କହିଛି, ହ୍ୟାଣ୍ଡ୍‌କଫ୍‌ କେଜ୍‌ରିଓ୍ବାଲଙ୍କ ନିକଟତର ହେବାରେ ଲାଗିଛି।

୨୦୧୭ ନଭେମ୍ବର ୧୭ରୁ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀରେ ନୂଆ ଅବକାରୀ ନୀତି ପ୍ରଚଳିତ ଥିବାବେଳେ ଗତ ଜୁଲାଇରେ ଏହାର ସିବିଆଇ ତଦନ୍ତ ପାଇଁ ଉପରାଜ୍ୟପାଳ ସୁପାରିସ କରିଥିଲେ। ଏକ୍ସାଇଜ୍‌ ପଲିସି ସ୍କାମ୍‌ର ତଦନ୍ତ ଭାର ସିବିଆଇ ହାତକୁ ଯିବା ପରେ ଦିଲ୍ଲୀ ରାଜନୀତି ଚଳଚଞ୍ଚଳ ହୋଇଉଠିଛି। କେନ୍ଦ୍ର ସରକାର ଦିଲ୍ଲୀର ଶିକ୍ଷା ଓ ସ୍ବାସ୍ଥ୍ୟ ମଡେଲକୁ ନେଇ ଈର୍ଷାନ୍ବିତ ହୋଇ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ଏଏପି ନେତାମାନଙ୍କ ବିରୋଧରେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏଜେନ୍ସି କାର୍ଯ୍ୟାନୁଷ୍ଠାନକୁ ‘ଡ୍ରାମା’ କହି ନିଜ ଗିରଫଦାରି ଆଶଙ୍କା କରିଥିବାବେଳେ କୌଣସି ଅଭିଯୁକ୍ତଙ୍କ ବିରୋଧରେ ଲୁକ୍‌ ଆଇଟ୍‌ ସର୍କ୍ୟୁଲାର ଜାରି କରାଯାଇ ନ ଥିବା ରବିବାର ସିବିଆଇ ପକ୍ଷରୁ କୁହାଯାଇଛି। ଲୁକ୍‌ ଆଉଟ୍‌ ସର୍କ୍ୟୁଲାର ଜାରି କରାଗଲେ ସିସୋଡିଆ ସରକାରଙ୍କୁ ନ ଜଣାଇ ଦେଶଛାଡ଼ି ବାହାରକୁ ଯାଇପାରିବେ ନାହିଁ। ଜବତ ଦସ୍ତାବିଜଗୁଡ଼ିକୁ ଯାଞ୍ଚ କରି ଜେରା ପାଇଁ ନୋଟିସ କରାଯାଉଛି ବୋଲି ଜଣେ ସିବିଆଇ ଅଧିକାରୀ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନାନୁସାରେ ସିବିଆଇ ସ୍କାନରରେ ସିସୋଡିଆଙ୍କ ଘନିଷ୍ଠ ସହଯୋଗୀମାନଙ୍କ ସହ ହୋଇଥିବା ବହୁ କୋଟି ଟଙ୍କାର ଅନୂ୍ୟନ ୨ଟି ଆର୍ଥିକ କାରବାର ରହିଛି। ମଦ ବ୍ୟବସାୟୀ ତଥା ଇଣ୍ଡୋ ସ୍ପିରିଟ୍‌ ମାଲିକ ସମୀର ମାହେନ୍ଦ୍ରୁ ଏହି ଅନିୟମିତତାରେ ସମ୍ପୃକ୍ତ ଥିବା ସିବିଆଇ ଜାଣିବାକୁ ପାଇଛି। ମଦ ଲାଇସେନ୍ସ ପାଇଁ ବେପାରୀଙ୍କଠାରୁ ସଂଗୃହୀତ ଟଙ୍କାକୁ ସିସୋଡିଆଙ୍କ ସହଯୋଗୀ ଅମିତ୍‌ ଆରୋରା (ଗୁରୁଗ୍ରାମସ୍ଥିତ ବଡ୍ଡି ରିଟେଲ ପ୍ରା.ଲିଃ. ଡାଇରେକ୍ଟର), ଦୀନେଶ ଆରୋରା ଓ ଅରୁଣ ପାଣ୍ଡେ କେତେଜଣ ଅମଲାତନ୍ତ୍ରୀଙ୍କ ଆକାଉଣ୍ଟକୁ ପଠାଇଥିବା ଏଫ୍‌ଆଇଆର୍‌ରେ ଦର୍ଶାଯାଇଛି। ଭାଜପାର ଦିଲ୍ଲୀ ଅଧ୍ୟକ୍ଷ ଅଦେଶ ଗୁପ୍ତା ଓ ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ ରବିବାର କେଜ୍‌ରିଓ୍ବାଲଙ୍କୁ ଏହି ଦୁର୍ନୀତିର ମାଷ୍ଟରମାଇଣ୍ଡ ଅଭିହିତ କରିଛନ୍ତି। ଏଥିସହ ତାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନରେ କେଜ୍‌ରିଓ୍ବାଲ ଓ ମୋଦିଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଲଢ଼େଇ ହେବ ବୋଲି ଏଏପି କହୁଛି। ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ଗୋଆ ବିଧାନସଭା ନିର୍ବାଚନରେ କ’ଣ ହେଲା ତାହା ସମସ୍ତେ ଜାଣନ୍ତି। ଆଗକୁ ମଧ୍ୟ ଏଏପିକୁ ଭୋଟର ଜବାବ ଦେବେ ବୋଲି ଗୌରବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ବିହାର ଛାଡି ଦିଲ୍ଲୀ ଯିବେ ନୀତୀଶ: ଏହିଦିନ ରାଜ୍ୟ ସଭା ଏମ୍‌ପି ଭାବେ ନେବେ ଶପଥ

ପାଟନା,୨।୪: ବିହାରରେ ନୀତୀଶ କୁମାର ଯୁଗର ଶେଷ ହେବାକୁ ଯାଉଛି। ନିକଟରେ ନୀତୀଶ କୁମାର ବିହାର ବିଧାନ ପରିଷଦରୁ ଇସ୍ତଫା ଦେଇଛନ୍ତି। ଏବେ, ଦିଲ୍ଲୀ ପାଇଁ ତାଙ୍କର…

ମୁହଁରେ କପଡ଼ା ବାନ୍ଧି ବାପାଙ୍କୁ ଲୁଟିବାକୁ ଆସିଥିଲେ ପୁଅ: ୧୦ ଲକ୍ଷ ଟଙ୍କା ନେବା ପରେ ଘଟିଲା…

ନୂଆଦିଲ୍ଲୀ,୨।୪: ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଥିବା ୧୦ ଲକ୍ଷ ଡକାୟତି ଘଟଣାର ସମାଧାନ ପୋଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା…

ସକାଳୁ ସକାଳୁ ଥରିଲା ପୃଥିବୀ, ୭.୪ ତୀବ୍ରତାର ଭୂକମ୍ପ ପରେ ଲୋକେ ଘରୁ ଦୌଡି….

ଜାକାର୍ତ୍ତା,୨ା୪: ଇଣ୍ଡୋନେସିଆରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ…

ଜିଲାର ସଂସ୍କୃତି ପରମ୍ପରା ପାଳନରେ ବିଭାଗର ଖାମଖିଆଲି ମନୋଭାବ: ଓଡ଼ିଶାର ବରପୁତ୍ରଙ୍କୁ ଅଣଦେଖା

ପାରଳାଖେମୁଣ୍ଡି,୨ା୪(ଗିରିଧାରୀ ପରିଚ୍ଛା): ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳା ପରିଲକ୍ଷିତ ହୋଇଛି। ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ…

ପୁଅ ପାଇଁ ନିଜ ଝିଅର ବଳି ଦେଲେ ମା’, ତାନ୍ତ୍ରିକଙ୍କ ନିର୍ଦ୍ଦେଶରେ…ପୂରା ଘଟଣା ଜାଣିଲେ ଥରିଉଠିବ ଦେହ

ରାଞ୍ଚି,୨।୪: ଝାଡ଼ଖଣ୍ଡର ହଜାରୀବାଗ ଜିଲାର ବିଷ୍ଣୁଗଡ଼ ଥାନା ଅଞ୍ଚଳର କୁସୁମ୍ଭା ଗାଁରେ ଜଣେ ୧୩ ବର୍ଷୀୟା ଝିଅର ହତ୍ୟା ଘଟଣାରେ ପୋଲିସ ଏକ ଚାଞ୍ଚଲ୍ୟକର ଖୁଲାସା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri