Posted inଖେଳ

ଏଫ୍‌-୧ ମୋଟର ରେସିଂରେ ୧୦ ଟିମ୍‌

ସ୍ପେଲବର୍ଗ(ଅଷ୍ଟ୍ରିଆ), ୫।୭-କରୋନା ଭାଇରସ ସଂକ୍ରମଣ ଯୋଗୁ ୨୦୨୦ ଫର୍ମୁଲାଓ୍ବାନ ମୋଟର ରେସିଂ ସିଜନ ଆରମ୍ଭରେ ବିଳମ୍ବ ହୋଇଛି। ସାଧାରଣତଃ ମାର୍ଚ୍ଚରୁ ଆରମ୍ଭ ହେଉଥିବା ଏଫ-୧ ସିଜନର ଅନେକ ରେସ୍‌ ଏଥର ବାତିଲ ହୋଇଛି କିମ୍ବା ସ୍ଥଗିତ ରହିଛି। ବାତିଲ ରେସ୍‌ ମଧ୍ୟରେ ରହିଛି ଅଷ୍ଟ୍ରେଲିଆନ, ଡଚ୍‌, ମୋନାକୋ, ଆଜରବୈଜାନ, ଫ୍ରେଞ୍ଚ, ସିଙ୍ଗାପୁର, ଜାପାନିଜ୍‌ ଆଦି ଗ୍ରାଁ ପ୍ରି। ତେବେ ମୋଟରରେସିଂ ପ୍ରଶଂସକଙ୍କ ପାଇଁ ଖୁସି ଖବର ହେଲା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇ ରବିବାରଠାରୁ ଅଷ୍ଟ୍ରିଆନ ଗ୍ରାଁ ପ୍ରି ସହ ସିଜନ ଆରମ୍ଭ ହେବାକୁ ଯାଉଛି। ନୂଆ କାର୍ଯ୍ୟସୂଚୀ ଅନୁସାରେ ୟୁରୋପିଆନ ପର୍ଯ୍ୟାୟର ୮ଟି ଗ୍ରାଁ ପ୍ରି ଚଳିତ ସିଜନରେ ଆୟୋଜନ ସ୍ପଷ୍ଟ ହୋଇଯାଇଛି। ଏଗୁଡ଼ିକ ହେଲା ଅଷ୍ଟ୍ରିଆନ ଗ୍ରାଁ ପ୍ରି, ଷ୍ଟେରିଆନ ଗ୍ରାଁ ପ୍ରି, ହଙ୍ଗେରିଆନ ଗ୍ରାଁ ପ୍ରି, ବ୍ରିଟିଶ୍‌ ଗ୍ରାଁ ପ୍ରି, ୭୦ତମ ଆନିଭର୍ସାରି ଗ୍ରାଁ ପ୍ରି, ସ୍ପାନିଶ୍‌ ଗ୍ରାଁ ପ୍ରି, ବେଲଜିଆନ ଗ୍ରାଁ ପ୍ରି ଏବଂ ଇଟାଲିଆନ ଗ୍ରାଁ ପ୍ରି। ସ୍ଥଗିତ ରହିଥିବା ୯ଟି ଗ୍ରାଁ ପ୍ରିର କାର୍ଯ୍ୟସୂଚୀ ପୁନଃ ନିର୍ଦ୍ଧାରିତ କରାଯାଇପାରେ। ମାତ୍ର ଯଦି ତାହା ସମ୍ଭବ ନ ହେଲା ତେବେ ଏହି ୮ଟି ଗ୍ରାଁ ପ୍ରିରେ ପ୍ରଦର୍ଶନ ଭିତ୍ତିରେ ବିଶ୍ୱଚାମ୍ପିୟନ ନିର୍ଦ୍ଧାରିତ ହେବେ। ଘୋଷିତ ୮ଟି ଗ୍ରାଁ ପ୍ରି ମଧ୍ୟରେ ୨ଟି ନୂଆ ରେସ୍‌କୁ ଯୋଡ଼ା ଯାଇଛି। ଗୋଟିଏ ହେଲା ଷ୍ଟେରିଆନ ଗ୍ରାଁ ପ୍ରି ଏବଂ ଅନ୍ୟଟି ହେଲା ୭୦ତମ ଆନିଭର୍ସାରି ଗ୍ରାଁ ପ୍ରି। ଷ୍ଟେରିଆନ ଗ୍ରାଁ ପ୍ରି ଅଷ୍ଟ୍ରିଆର ସ୍ପେଲବର୍ଗସ୍ଥିତ ରେଡ୍‌ ବୁଲ୍‌ ରେସିଂ ଟ୍ରାକ୍‌ରେ ଜୁଲାଇ ୧୨ରେ ଅନୁଷ୍ଠିତ ହେବ। ଏଥିରେ ୭୧ ଲ୍ୟାପ ରହିବ। ଅର୍ଥାତ୍‌ ଅଷ୍ଟ୍ରିଆରେ କ୍ରମାଗତ ୨ଟି ରେସ୍‌ ଆୟୋଜିତ ହେବ। ସେହିପରି ଫର୍ମୁଲାଓ୍ବାନ ବିଶ୍ୱ ଚାମ୍ପିୟନଶିପ୍‌ର ୭୦ ବର୍ଷ ପୂର୍ତ୍ତି ଅବସରରେ ସିଲଭରଷ୍ଟୋନଠାରେ ଅଗଷ୍ଟ ୯ରେ ରେସ୍‌ ଅନୁଷ୍ଠିତ ହେବ। ଅର୍ଥାତ୍‌ ସିଲଭରଷ୍ଟୋନ ସର୍କିଟରେ ବ୍ରିଟିଶ୍‌ ଗ୍ରାଁ ପ୍ରି (ଅଗଷ୍ଟ ୨) ଏବଂ ଆନିଭର୍ସାରୀ ଗ୍ରାଁ ପ୍ରି ଆୟୋଜିତ ହେବ। ଚଳିତ ସିଜନରେ ଆୟୋଜନ ପାଇଁ ସ୍ପଷ୍ଟ ହୋଇଥିବା ଅନ୍ୟ ୪ଟି ଗ୍ରାଁ ପ୍ରି ହେଲା ହଙ୍ଗେରିଆନ (ଜୁଲାଇ ୧୯), ସ୍ପାନିଶ୍‌(ଅଗଷ୍ଟ ୧୬), ବେଲଜିଆନ (ଅଗଷ୍ଟ ୩୦) ଓ ଇଟାଲିଆନ(ସେପ୍ଟେମ୍ବର ୬) ଗ୍ରାଁ ପ୍ରି।
ଚଳିତ ସିଜନରେ ମୋଟ ୧୦ଟି ଟିମ୍‌ ଏଫ-୧ ଚାମ୍ପିୟନଶିପ୍‌ରେ ଭାଗ ନେଇଛନ୍ତି। ପୂର୍ବଥର ଭଳି ପ୍ରତି ଟିମ୍‌ର ୨ ଜଣ ଲେଖାଏ ଡ୍ରାଇଭର ରେସ୍‌ରେ ଅବତୀର୍ଣ୍ଣ ହେବେ। ୧-ଆଲ୍‌ଫା ରୋମିଓ(କିମି ରାଇକୋନେନ, ଆଣ୍ଟୋନିଓ ଜିଓଭିନାଜି)। ୨-ଫେରାରୀ(ସେବାଷ୍ଟିଆନ ଭେଟେଲ, ଚାଲର୍‌ସ ଲେକ୍‌ରେକ୍‌)। ୩-ହାସ୍‌(ରୋମାଇନ୍‌ ଗ୍ରସଜେନ, କେଭିନ ମ୍ୟାଗ୍ନୁସେନ)। ୪-ମ୍ୟାକ୍‌ଲରେନ(କାର୍ଲୋସ ସିଞ୍ଜ୍‌, ଲାନ୍‌ଡୋ ନୋରିସ)। ୫-ମର୍ସିଡିଜ୍‌(ଲୁଇସ ହାମିଲଟନ, ଭାଲ୍‌ଟେରି ବୋଟ୍ଟାସ)। ୬-ରେସିଂ ପଏଣ୍ଟ(ସର୍ଗିଓ ପେରେଜ, ଲାନ୍ସ ଷ୍ଟ୍ରୋଲ)। ୭-ରେଡ୍‌ ବୁଲ୍‌(ମ୍ୟାକ୍ସ ଭର୍ଷ୍ଟାପେନ, ଆଲେକ୍ସ ଆଲବନ)। ୮-ରେନଲ୍ଟ(ଡାନିଏଲ ରିକାର୍ଡୋ, ଏଷ୍ଟାବାନ ଓକନ)। ୯- ଆଲ୍‌ଫା ଟୌରୀ(ଡାନିଏଲ କ୍ୟାଟ୍‌, ପିଏରେ ଗାସ୍‌ଲେ)। ୧୦-ଓ୍ବିଲିୟମ୍ସ(ଜର୍ଜ ରସେଲ, ନିକୋଲାସ ଲତିଫି)।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri