୧୦ ଶିକ୍ଷୟିତ୍ରୀ ଶିକ୍ଷକ ଚାକିରିରୁ ବହିଷ୍କୃତ

ମାଲକାନଗିରି,୧।୧(ଡି.ଏନ.ଏ.): ବର୍ଷ ଆରମ୍ଭରୁ କଡା ଆଭିମୁଖ୍ୟ ଗ୍ରହଣ କରିଛି ମାଲକାନଗିରି ଜିଲା ପ୍ରଶାସନ। କାର୍ଯ୍ୟରେ ଅବହେଳା ପାଇଁ ଜିଲାର ବିଭିନ୍ନ ବିଦ୍ୟାଳୟର କାର୍ଯ୍ୟରତ ୧୦ଜଣ କନିଷ୍ଠ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଶିକ୍ଷକମାନେ ହେଲେ ଅରୁଣାରାଣୀ ବେଉରିଆ, ସନ୍ତୋଷ ସ୍ବାଇଁ, ଜସ୍ମିନ ଦାସ, ନୀଳିମା ଜେନା, ଜ୍ୟୋତିର୍ମୟୀ ସୁତାର, ରମେଶ ଚନ୍ଦ୍ର ନାୟକ, ସସ୍ମିତା ସାହୁ, ଦେବଶ୍ରୀ ବେହେରା, ସାବିତ୍ରୀ ପାତ୍ର ଓ ରଞ୍ଜନ ବେହେରା । ଗତ ୨ ବର୍ଷ ଧରି ସେମାନେ କାର୍ଯ୍ୟରେ ଯୋଗ ଦେଉ ନ ଥିଲେ। କ୍ରମାଗତ ଭାବେ ଅବହେଳା କରି ଆସୁଥିବାରୁ ଜିଲାର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଏହି ଶିକ୍ଷକମାନଙ୍କୁ ଜିଲା ଶିକ୍ଷା ଅଧିକାରୀ ମାନସ ଜେନା ପ୍ରଥମେ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ତେବେ ନୋଟିସର କୌଣସି ଉତ୍ତର ଦେଇ ନ ଥିବାରୁ ସେମାନଙ୍କୁ ବହିଷ୍କୃତ କରାଯାଇଛି ବୋଲି ଜେନା କହିଛନ୍ତି।